Posted inଜାତୀୟ

ଶତ୍ରୁକୁ କଡ଼ା ଜବାବ ଦେବ ତେଜସ୍‌: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ହେବ ସଜ୍ଜିତ

ନୂଆଦିଲ୍ଲୀ,୨୩।୧୧: ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଯୁଦ୍ଧ ବିମାନ ତେଜସ୍‌କୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ଖୁବ୍‌ ଶୀଘ୍ର ସଜ୍ଜିତ କରାଯିବ। ଧ୍ୱନିର ଗତିଠାରୁ ୪.୫ ଗୁଣା ଅଧିକ ବେଗରେ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ ତେଜସ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି କ୍ଷେପଣାସ୍ତ୍ର ୧୦୦ କିଲୋମିଟର ମଧ୍ୟରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ଏହାର ପରୀକ୍ଷା କିଛି ଦିନ ଭିତରେ କରାଯିବ ବୋଲି କୁହାଯାଉଛି। ଇତିମଧ୍ୟରେ ଏହାର ଗ୍ରାଉଣ୍ଡ୍‌ ପରୀକ୍ଷା ସଫଳତାର ସହିତ ଶେଷ ହୋଇଛି। ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ଲମ୍ବ ୩.୮ ମିଟର ଥିବାବେଳେ ଚୌଡ଼ା ୭ ଇଞ୍ଚ ରହିଛି। ଏହାର ଓଜନ ୧୫୪ କିଲୋଗ୍ରାମ୍‌। ୨୦୨୧ର ପ୍ରଥମ ୬ମାସ ମଧ୍ୟରେ ଡିଆର୍‌ଡିଓ ପକ୍ଷରୁ ‘ଅସ୍ତ୍ର’ର ଦ୍ୱିତୀୟ ଭର୍ସନ ମାର୍କ-୨ର ପରୀକ୍ଷଣ କରାଯିବା ଳାଗି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧୬୦ କିଲୋମିଟର ରହିଛି। ସେହିପରି ମାର୍କ-୩ର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର ରହିବ ବୋଲି ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଭାରତର ଏଭଳି ପ୍ରତିରକ୍ଷା ଯୋଜନା ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୌପଦୀଙ୍କୁ ଭେଟିବେ ଏନଡିଏ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨ ।୭: ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ । ଗୁରୁବାର ଅର୍ଥାତ୍ ଜୁଲାଇ ୨୧ରେ ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଉଥିବା ବେଳେ...

ଫଡ୍‌ନବିସ୍‌ଙ୍କୁ କରୋନା

ମୁମ୍ବାଇ, ୨୫ା୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ପ୍ରଚାର ମଙ୍ଗ ଧରିଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ କରୋନା ଆକ୍ରାନ୍ତ କରିଛି। ଏବେ...

ହସ୍ପିଟାଲରେ ଭର୍ତ୍ତି ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ପିତା

ପାଟନା,୨୦।୧୨-ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂହ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହରିୟାଣା...

ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଟାର୍ଗେଟ କଲା ଭାଜପା, ପୋଷ୍ଟର ଜାରି କରି କହିଲା ‘ଲୁଟେରା’

ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣିଥରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ରବିବାର...

ରାମ ମନ୍ଦିର ଭୂମି ପୂଜାକୁ ବର୍ଷେ ପୂରିଲା: ଅଯୋଧ୍ୟା ଗସ୍ତରେ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା,୫ ।୮: ରାମ ମନ୍ଦିର ଭୂମି ପୂଜାକୁ ପୂରଣ ହୋଇଛି ୧ ବର୍ଷ । ଏବେ ସେଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।...

ଚାଲିଛି ରାହୁଲଙ୍କ ଉତ୍ତରାଧିକାରୀ ଖୋଜା: ଚର୍ଚ୍ଚାରେ ପାଇଲଟ୍‌, ସିନ୍ଧିଆଙ୍କ ନାମ

ନୂଆଦିଲ୍ଲୀ, ୫ା୮(ପି.ଟି.): କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି) ବୈଠକ ଅଗଷ୍ଟ ୧୦ରେ ବସିବାକୁ ଯାଉଛି। ଏହି ବୈଠକରେ ଦଳର ନେତା କିଏ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି...

ସମଲିଙ୍ଗୀ ବିବାହ ପ୍ରସଙ୍ଗ ପାର୍ଲାମେଣ୍ଟ ଉପରେ ଛଡ଼ାଯାଉ

ନୂଆଦିଲ୍ଲୀ,୨୭ା୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦାବି ଆବେଦନକୁ ନେଇ ଉଠୁଥିବା ପ୍ରଶ୍ନକୁ ପାର୍ଲାମେଣ୍ଟରେ ଆଲୋଚନା ପାଇଁ ଛଡ଼ାଯାଉ ବୋଲି ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ...

ଦେଶଦ୍ରୋହ ଆଇନ ହଟାଉନ କାହିଁକି

ନୂଆଦିଲ୍ଲୀ,୧୬ା୭:ଭାରତରେ ଉପନିବେଶବାଦ ଅମଳର କଠୋର ଦେଶଦ୍ରୋହ ଆଇନର ବ୍ୟାପକ ଦୁରୁପଯୋଗକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ମହାମତ୍ା ଗାନ୍ଧୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବିରୋଧରେ...

Advertisement
Archives

Model This Week