ସୁଶାନ୍ତଙ୍କ ନାମରେ ହେଉ ବିହାରରେ ନିର୍ମାଣ ହେଉଥିବା ଫିଲ୍ମସିଟି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ତାଙ୍କର ନିଧନ ପ୍ରଶଂସକଙ୍କୁ ମର୍ମାହତ କରିଛି। ସବୁଦିନ ପାଇଁ ତାଙ୍କ ସ୍ମୃତିକୁ ମନେ ପକାଇବାକୁ ତାଙ୍କ ଟିମ୍‌ ଏକ ଓ୍ବେବ୍‌ସାଇଟ୍‌ କରିଛି। ଏପରିକି ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟକୁ ମେମୋରଲାଟାଇଜ୍ଡ କରାଯାଇସାରିଛି।

ଏବେ ଆର୍‌ଜେଡି ନେତା ତେଜସ୍ବି ଯାଦବ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ରାଜଗୀରରେ ନିର୍ମାଣ ହେଉଥିବା ଫିଲ୍ମ ସିଟିକୁ ସୁଶାନ୍ତଙ୍କ ନାମରେ ନାମକରଣ କରିବାକୁ ସେ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି। ଖୁବ୍‌ କମ୍‌ ସମୟରେ ବିହାରର ପୁଅ ଭାବେ ସେ ନାମ କମାଇଥିବା କହିଛନ୍ତି।

କହିରଖୁଛୁ, ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ପାଇଁ ଏକ ଫାଉଣ୍ଡେଶନ କରାଯାଉଛି। ଏଥିରେ ବିଜ୍ଞାନ, କଳା, ସିନେମା, ଖେଳ ଜଗତକୁ ଆସିବାକୁ ଚାହୁଁଥିବା ପ୍ରତିଭାଙ୍କୁ ସହଯୋଗ କରାଯିବ। ଏହାଛଡ଼ା ତାଙ୍କର ଏକ ଘରକୁ ସ୍ମୃତିସ୍ଥଳ କରାଯିବ। ସେଠାରେ ତାଙ୍କର ସମସ୍ତ ବ୍ୟକ୍ତିଗତ ସାମଗ୍ରୀକୁ ରଖାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷରେ ସୁଭାଷ ଘାଇ: ଅଭିନେତା ହେବାକୁ ଆସି ପାଲଟି ଗଲେ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌କୁ ଅଭିନେତା ହେବା ପାଇଁ ଆସି ଶେଷରେ ସୁଭାଷ ଘାଇ ପାଲଟି ଥିଲେ ନିର୍ଦ୍ଦେଶକ। ଶୁକ୍ରବାର ସେ ୭୫ତମ ଜନ୍ମ ଦିନ ପାଳନ କରୁଛନ୍ତି।...

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ...

ଦିନ ମଜୁରିଆଙ୍କୁ ସହାୟତା ଲାଗି ଆଗକୁ ଆସିଲେ ଦବଙ୍ଗ ଗର୍ଲ: ନିଲାମ କରିବେ ନିଜ ପେଣ୍ଟିଂ

ବମ୍ବେ: ମହାମାରୀ କରୋନା ଏବେ ବୈଶ୍ୱିକ ବିପତ୍ତି ଭାବେ ଉଭା ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ହେଲେ ଏଥିରେ ସବୁଠାରୁ ବେଶୀ...

ସାରାଙ୍କୁ ଆଣିବାକୁ ଏୟାରପୋର୍ଟ ପହଞ୍ଚିଲେ ଆର୍ୟନ

ମୁମ୍ବାଇ: ନିକଟରେ ସୈଫଙ୍କ ଲଳନା ତଥା ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ୍‌ ଆଜ କଲ୍‌-୨’ର ଶୁଟିଂ ସାରିବା...

ଆଦିତ୍ୟ ଚୋପ୍ରା-ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ବୟାନରେ ରହୁନି ତାଳମେଳ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ମୁମ୍ବାଇ ପୋଲିସ ଏହା ଆତ୍ମହତ୍ୟା...

ମାଡ଼ ଖାଇ ଅଭିନୟ ଶିଖିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅରିଜିନାଲ ଡିଭା କୁହାଯାଉଥିବା ରେଖା ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୪ ଅକ୍ଟୋବର ୧୦ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ଭାନୁରେଖା...

‘କଭି ଇଦ୍‌ କଭି ଦିଓ୍ବାଲି’ରେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ ପୂଜା

ମୁମ୍ବାଇ: ହାଉସ୍‌ ଫୁଲ୍‌-୪ ନାୟିକା ପୂଜା ହେଗଡେ ଏବେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ। ୨୦୨୧ ଇଦରେ ପରଦାକୁ ଆସିବାକୁ ଥିବା ସଲମାନ ଖାଁଙ୍କ ଅଭିନୀତ...

ପିଲାଦିନ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଖୁବ୍‌ ଶ୍ରୀଘ୍ର ଅଭିଷେକଙ୍କ ସହ ଆସିବେ ନଜର

ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ସେହି ତାରକାଙ୍କ ମଧ୍ୟରୁ ଜଣେ ଯିଏ, ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି। ଇଲିଆନା ସୋସିଆଲ ମିଡିଆରେ ନିଜର ବାସ୍ତବ...

Coronavirus Update


Archives

Model This Week

Why Dharitri