ଟେକ୍ନୋଲୋଜି

ବର୍ତ୍ତମାନ ଆମେ ଟେକ୍ନୋଲୋଜି ଉପରେ ଏତେ ନିର୍ଭରଶୀଳ ଯେ, ଏହା ବିନା କୌଣସି କାର୍ଯ୍ୟ କଳ୍ପନା କରିବା ଯେପରି ଅସମ୍ଭବ ମନେହେଉଛି। ତେବେ ଆସନ୍ତୁ ଜାଣିବା ଏହି ଟେକ୍ନୋଲୋଜିକୁ ନେଇ କେତୋଟି କୌତୂହଳପୂର୍ଣ୍ଣ ତଥ୍ୟ…
ଆମେରିକାର ପଦାର୍ଥବିଜ୍ଞାନୀ ଜନ୍‌ ମୌଚ୍‌ଲୀ ଏବଂ ଇଞ୍ଜିନିୟର ଜେ. ପ୍ରେସ୍ପର୍‌ ଏକର୍ଟଙ୍କ ଦ୍ୱାରା ୧୯୪୩ ମସିହାରେ ପୃଥିବୀର ପ୍ରଥମ କମ୍ପ୍ୟୁଟର ଏନିଆକ୍‌ (ଇଲେକ୍ଟ୍ରୋନିକ୍‌ ନ୍ୟୁମେରିକାଲ ଇଣ୍ଟିଗ୍ରେଟର ଆଣ୍ଡ କମ୍ପ୍ୟୁଟର) ଉଦ୍ଭାବନ କରାଯାଇଥିଲା। ଏହାର ଲମ୍ବା ୫୦ ଫୁଟ୍‌ ଏବଂ ଚଉଡା ୩୦ ଫୁଟ ଥିଲା। ଏହି ବୃହଦାକାର କମ୍ପ୍ୟୁଟରର ଦାମ୍‌ ୪,୫୦,୦୦୦ ଡଲାର ଥିଲା।
୧୯୬୯ ମସିହା ଅକ୍ଟୋବର ୨୯ ତାରିଖରେ ଆମେରିକାର ସୁରକ୍ଷା ବିଭାଗର ଆଡଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟସ୍‌ ଏଜେନ୍ସି ଦ୍ୱାରା ୪ଟି ୟୁନିଭର୍ସିଟିକୁ କମ୍ପ୍ୟୁଟର ନେଟ୍‌ଓ୍ବର୍କିଂ ଦ୍ୱାରା ଯୋଡି ରଖାଯାଇଥିଲା, ଯାହାର ନାମ ଅର୍ପାନେଟ୍‌ (ଆଡ୍‌ଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟସ୍‌ ଏଜେନ୍ସି ନେଟ୍‌ଓ୍ବର୍କ) ରଖାଯାଇଥିଲା।
୧୯୮୩ ଅକ୍ଟୋବରରେ ମାଇକ୍ରୋସଫ୍ଟ ଦ୍ୱାରା ଓ୍ବାର୍ଡ ପ୍ରୋସେସିଂ ସଫ୍ଟଓ୍ବେର ଏମ୍‌ଏସ୍‌ ଓ୍ବାର୍ଡ ଆରମ୍ଭ କରାଯିବା ପରେ କମ୍ପ୍ୟୁଟରରେ ଟାଇପ୍‌ କରିବା ସହଜ ହୋଇପାରିଲା।
ବ୍ରିଟିଶ୍‌ ବୈଜ୍ଞାନିକ ଟିମ୍‌ ବର୍ନର୍ସ ଲି ୧୯୯୦ ମସିହାରେ ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌(ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ)ର ଆବିଷ୍କାର କରିଥିଲେ। ୧୯୯୨ରେ ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଥମ ଓ୍ବେବ୍‌ ବ୍ରାଉଜର୍‌ ଲଞ୍ଚ କରାଯାଇଥିଲା।
ଟେକ୍ନୋଲୋଜି ଦୁନିଆରେ ଆହୁରି ଉନ୍ନତି ଘଟିଲା ସ୍ମାର୍ଟଫୋନ୍‌ ଆସିବାପରେ। ଆଇବିଏମ୍‌ ଦ୍ୱାରା ୧୯୯୨ ମସିହାରେ ସ୍ମାର୍ଟଫୋନ୍‌ ଆରମ୍ଭ କରାଯାଇଥିଲା, ଯାହାକୁ ଫ୍ରାଙ୍କ୍‌ କାନୋଭା ତିଆରି କରିଥିଲେ।
ଇଣ୍ଟରନେଟ୍‌ର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲ୍‌ ୧୯୯୮ ମସିହା ସେପ୍ଟେମ୍ବର ୨୭ ତାରିଖରେ ଲ୍ୟାରୀ ପେଜ୍‌ ଏବଂ ସର୍ଗି ବ୍ରେନ୍‌ଙ୍କ ଦ୍ୱାରା ଏକ ରିସର୍ଚ୍ଚ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ପ୍ରତିଶ୍ରୁତି ପୂରଣ କରିଲାନି ପ୍ରଶାସନ, ଶତାଧିକ ମହିଳା, ପୁରୁଷ ଏକାଠି ହୋଇ…

ମୋହନା,୧୧।୫( ମନ୍ମଥ ମିଶ୍ର ) : ପ୍ରତିଶ୍ର୍ରୁତି ପୂରଣ କରିଲାନି ପ୍ରଶାସନ। ପ୍ରକଳ୍ପ କାମ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ । ଦୀର୍ଘ ବର୍ଷଧରି ଚାଲୁ ରହିଥିବା…

ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା…

ବାଘ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ: ଧରିବାକୁ ଡ୍ରୋନ ଚଳାଇଛି ବନବିଭାଗ, ହେଲେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା…

ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri