ଭୁବନେଶ୍ୱର, ୨୬ା୮(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ସମ୍ମାନଜନକ ଇଣ୍ଡିଆନ୍ ଏକ୍ସପ୍ରେସ୍ ଟେକ୍ନୋଲୋଜି ସଭା ପୁରସ୍କାର-୨୦୨୦ ହାସଲ କରିଛି। ପରିଚାଳନା ଓ ଦକ୍ଷତାରେ ଉନ୍ନତି ପାଇଁ ଡିପୋ ମ୍ୟାନେଜମେଣ୍ଟ ସିଷ୍ଟମରେ ଆଇଟି ବ୍ୟବହାର ଯୋଗୁ ଏହି ସଫଳତା ମିଳିଛି। ମୁଖ୍ୟତଃ ଏହି ଟେକ୍ନୋଲୋଜି ଦ୍ୱାରା ଓଏସ୍ଆର୍ଟିସି ଦୈନିକ ତଥା ମାସିକ ଭାବେ ଆୟ, ବ୍ୟୟ, ଯାତ୍ରୀ ଓ ଲଗେଜ୍ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥାଏ। ଏଥିସହ ଯାତ୍ରା ବାତିଲ, ଆଗମନ ଏବଂ ଗସ୍ତରେ ବିଳମ୍ବ ସହ ରିପୋର୍ଟ ପ୍ରଦାନ, ବିଶ୍ଳେଷଣ ଓ ଦୁର୍ଘଟଣା ବିବରଣୀ ମଧ୍ୟ ଉପସ୍ଥାପନ କରିଥାଏ। ବର୍ତ୍ତମାନ ଓଡ଼ିଶାରେ ଓଏସ୍ଆର୍ଟିସିର ୨୩ଟି ବସ୍ ଡିପୋ ରହିଛି। ଯାହାକୁ ପରିଚାଳନା କରିବା ଓଏସ୍ଆର୍ଟିସି ପାଇଁ ଏକ ବଡ଼ ଆହ୍ବାନ। ଏବେ ସମସ୍ତ ଡିପୋରେ ଏହି ଟେକ୍ନୋଲୋଜି ଉପଯୋଗ କରିବା ପାଇଁ ଆମେ ଚେଷ୍ଟିତ ବୋଲି ଓଏସ୍ଆର୍ଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। ଉଲ୍ଲେଖଯୋଗ୍ୟ, କୌଣସି ସରକାରୀ ବିଭାଗକୁ ଭାରତୀୟ ଏକ୍ସପ୍ରେସ୍ ଟେକ୍ନୋଲୋଜି ସଭା ପୁରସ୍କାର ପ୍ରଦାନ କରାଯାଏ। ଉକ୍ତ ବିଭାଗ ଏକ ନିର୍ଦ୍ଦିଷ୍ଟ ଟେକ୍ନୋଲୋଜିିର ପ୍ରୟୋଗ କରି ହିତାଧିକାରୀଙ୍କ ପାଇଁ ବ୍ୟବହାର କରିଥାଏ। ଏହି କ୍ଷେତ୍ରରେ ଓଏସ୍ଆର୍ଟିସି ଚଳିତ ବର୍ଷ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ଉକ୍ତ ପୁରସ୍କାର ହାତେଇଥିବା ଜଣାପଡ଼ିଛି।
ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି
ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍ ହୋଇଯାଇଛି। ଏହାର ପ୍ରତିବାଦରେ...
ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍
ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...
ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ କୋକୁଆ ଭୟ
ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...
ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…
ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...
ନବରଙ୍ଗପୁରରେ ବାଘ ଛେଳି ଛକାପଞ୍ଝା: ମନୋହର ରନ୍ଧାରିଙ୍କୁ ଗଣଣଶିକ୍ଷା ମନ୍ତ୍ରୀ କହିଲେ…
ନବରଙ୍ଗପୁର,୧୫।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ -୨୦୨୫ ରବିବାର ଉଦ୍ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ...
ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ
ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...
ମୋକିମଙ୍କ ବିଦା ପରେ ମୁହଁ ଖୋଲିଲେ ନରସିଂହ ମିଶ୍ର, କହିଲେ ନିଷ୍ପତ୍ତି ଉପରେ…
ଭୁବନେଶ୍ୱର,୧୫ା୧୨: ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ...
ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ
ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...
Archives


