ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ ବୈଷୟିକ ଶିକ୍ଷା ସହିତ ଓଡ଼ିଆରେ ପଢ଼ାହେଲେ, ଆମ ଭାଷାକୁ ସୁରକ୍ଷିତ କରିପାରିବା ଓ ତା’ର ଅଧିକ ପ୍ରଚାର ପ୍ରସାର ହୋଇପାରିବ। ସେମାନଙ୍କ ଯୁକ୍ତି ହେଲା ରୁଷିଆ, ଜର୍ମାନୀ, ଜାପାନ ଓ ଚାଇନା ପ୍ରଭୃତି ଦେଶରେ ତାଙ୍କ ନିଜର ଭାଷାରେ ଲେଖାପଢ଼ା ହୁଏ। ସେ ଦେଶଗୁଡ଼ିକ ବିଜ୍ଞାନ, ଅର୍ଥନୀତି ଓ ପ୍ରଗତି ସବୁ କ୍ଷେତ୍ରରେ ଆଗେଇଛନ୍ତି। ତେଣୁ ଆମେ ମଧ୍ୟ ମାତୃଭାଷାକୁ ସର୍ବତ୍ର ବ୍ୟବହାର କରିବା ଉଚିତ, ଯଦ୍ଦ୍ବାରା ଆମେ ପ୍ରଗତିର ଶୀର୍ଷରେ ପହଞ୍ଚି ପାରିବା। ଆସନ୍ତୁ ଅସଲ ବିଷୟରେ ଚର୍ଚ୍ଚା କରିବା। ଶିକ୍ଷାର ମୁଖ୍ୟ ଲକ୍ଷ୍ୟ କ’ଣ? କେହି କେହି କହିବେ ଜ୍ଞାନ ଆହରଣ? ମାତ୍ର ସମସ୍ତେ ଶେଷରେ ଏକମତ ହେବେ ଯେ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଲା ରୋଜଗାରକ୍ଷମ ହେବା। କାରଣ ରୋଜଗାର ନ କରିପାରିଲେ ବଞ୍ଚିବା କେମିତି। ଏଠାରେ ରୋଜଗାରର ଅର୍ଥ ନୁହେଁ ସରକାରୀ ଚାକିରି। ରୋଜଗାର କରିବା ପାଇଁ ଆମ ପାଖରେ ତିନୋଟି କ୍ଷେତ୍ର ଅଛି। ପ୍ରଥମଟି ହେଲା କ୍ଷେତ୍ରୀୟ ସ୍ତର ବା ରାଜ୍ୟ ସ୍ତର। ଦିତୀୟଟି ହେଲା ରାଷ୍ଟ୍ରୀୟ ସ୍ତର ଓ ତୃତୀୟଟି ହେଲା ଅନ୍ତଃରାଷ୍ଟ୍ରୀୟ ସ୍ତର। ଆମର ଯଦି ଲକ୍ଷ୍ୟ କ୍ଷେତ୍ରୀୟ ସୀମା ମଧ୍ୟରେ ଆବଦ୍ଧ ହୋଇ ରହିବା ପାଇଁ ତା’ ହେଲେ ଠିକ୍‌ ଅଛି। ମାତ୍ର ରାଷ୍ଟ୍ରୀୟ ସ୍ତରକୁ ଯିବାକୁ ହେଲେ ରାଷ୍ଟ୍ରୀୟ ସ୍ତରର ଭାଷା ବୁଝିବା ଆବଶ୍ୟକ। ସେହିପରି ଅନ୍ତଃରାଷ୍ଟ୍ରୀୟ ସ୍ତରକୁ ଯିବାକୁ ହେଲେ ଅନ୍ତଃରାଷ୍ଟ୍ରୀୟ ସ୍ତରର ଭାଷାରେ ପାରଙ୍ଗମ ନିହାତି ଦରକାର। ଏଠାରେ ମନେରଖିବାକୁ ହେବ ଯେ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରବଳ ପ୍ରତିଯୋଗିତା ଥାଏ ବିଭିନ୍ନ ରାଜ୍ୟ ବା ଦେଶରୁ ଆସିଥିବା ବୃତ୍ତିଧାରୀ ଭିନ୍ନ ଭାଷାଧାରୀଙ୍କ ମଧ୍ୟରେ। ବର୍ତ୍ତମାନ ଉଭୟ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଆମର ଉପସ୍ଥିତି ଆମ ପଡ଼ୋଶୀ ରାଜ୍ୟ ତୁଳନାରେ ନଗଣ୍ୟ।
ପ୍ରାଚୀନ କାଳ ଓ ମଧ୍ୟ ଯୁଗରେ କଳିଙ୍ଗ ଏବଂ ଉତ୍କଳ ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସମୃଦ୍ଧିର ଶୀର୍ଷରେ ପହଞ୍ଚିଥିଲା। ତା’ର କାରଣ ଆମର ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଧିକ ଭାଗୀଦାରି ଥିଲା ଓ ରାଷ୍ଟ୍ରୀୟ ସ୍ତରରେ ଆଧିପତ୍ୟ ରହିଥିଲା। ଯେତେବେଳେ ଆମେ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସଙ୍କୁଚିତ ହୋଇ ଓଡ଼ିଶା ଭିତରେ ସୀମିତ ହୋଇଗଲୁ, ଦରିଦ୍ର୍ୟ ବଢ଼ିବାକୁ ଲାଗିଲା। ଷୋଡ଼ଶ ଶତାବ୍ଦୀରୁ ଆମର ସଂକୋଚନ ଆରମ୍ଭ ହେଲା। ଷୋଡ଼ଶ ଶତାବ୍ଦୀ ପୂର୍ବରୁ ପ୍ରାଚୀନ ଓ ମଧ୍ୟଯୁଗରେ ଯେ ଓଡ଼ିଶାରେ ବନ୍ୟା, ବାତ୍ୟା କିମ୍ବା ମରୁଡ଼ି ପଡୁ ନ ଥିଲା ଏହା କହିବା ସଂପୂର୍ଣ୍ଣ ଭୁଲ୍‌। ମାରୁଆଡି, ଗୁଜରାଟୀ, ପଞ୍ଜାବୀ ଓ କେରଳୀମାନେ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଆଗକୁ ଆଗକୁ ମାଡ଼ି ଚାଲିଲାବେଳେ ଆମେ ଓଡ଼ିଶା ଭିତରେ କଟିକିଆ, ସମ୍ବଲପୁରିଆ, ଗଞ୍ଜାମିଆ, ବାଲେଶ୍ୱରିଆ ଭିତରେ ଆବଦ୍ଧ ହେଲୁ। ଆଜି ବି ମଧ୍ୟ ଓଡ଼ିଶାର ବିବାହ ପ୍ରସ୍ତାବ ଦେଖିଲା ବେଳେ ସମ୍ବଲପୁରିଆ ସମ୍ବଲପୁରିଆକୁ, କଟିକିଆ କଟିକିଆକୁ, ଗଞ୍ଜାମିଆ ଗଞ୍ଜାମିଆକୁ ଖୋଜିବାରେ ଅନେକ ନଜିର ଦେଖିବାକୁ ମିଳେ। ଆମେ ଓଡ଼ିଆ ଯେତେବେଳେ ରାଜ୍ୟ ଭିତରେ ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ଯାଇ ବେପାର ବଣିଜ କରିବାକୁ ସାହସ ଯୁଟାଇ ପାରିଲୁନି, ସେତେବେଳେ ରାଜସ୍ଥାନର ମାରୁଆଡି ନିଜ ମାଟି ଛାଡ଼ି ଦେଶ ବିଦେଶରେ ବେପାର ବଣିଜ କରି କୋଟିପତି ହେଲେ। ଓଡ଼ିଆମାନଙ୍କର ଯେଉଁ ଆଦର୍ଶ ଥିଲା ‘ଟଙ୍କାକ ପଛେ ବାରଣା ହେଉ, ଯାଇ ଆସି ପୁଅ ସିଆଣିଆ ହେଉ’ ତାହା ହଜିବାକୁ ଲାଗିଲା। ଏବେ ବି ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରୁ ବିଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଅତି ନଗଣ୍ୟ।
ଓଡ଼ିଆ ଛାତ୍ର ଡାକ୍ତରୀ, ଇଂଜିନିୟରିଂ ଏବଂ ଅନ୍ୟାନ୍ୟ ବିଷୟକୁ ଓଡ଼ିଆରେ ପଢ଼ିଲେ ଲାଭ କ୍ଷତି କେତେ? କିଛି ବିଦ୍ୱାନଙ୍କ କହିବା କଥା ଯେ ଆମର ଓଡ଼ିଆ ଅସ୍ମିତା ବଢ଼ିଯିବ, ଓଡ଼ିଆରେ ଲେଖାପଢ଼ା କଲେ। ଓଡ଼ିଶାରେ ଓଡ଼ିଆ ଭାଷାର ବ୍ୟବହାର ବଢ଼ିବ ଓ ଆମ ଭାବୀପିଢ଼ି ଶହେ ପ୍ରତିଶତ ଓଡ଼ିଆ ହୋଇଯିବେ। ଅବଶ୍ୟ ଓଡ଼ିଶାରେ ସେମାନଙ୍କର ଚାକିରିରେ କୌଣସି ଅସୁବିଧା ହେବ ନାହିଁ। ମାତ୍ର ସବୁ ଛାତ୍ରୀଛାତ୍ରଙ୍କୁ ଓଡ଼ିଶା ସରକାର ଚାକିରି ଦେଇପାରିବେ ତ? ଅନ୍ୟ ରାଜ୍ୟ, ରାଷ୍ଟ୍ରୀୟ ସ୍ତରର କିମ୍ବା ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସେମାନେ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇପାରିବେ ତ। ଆମେ ଜଣେ ଜର୍ମାନୀ ଡାକ୍ତର ଯିଏ ଓଡ଼ିଆ, ଇଂଲିଶ କିମ୍ବା ହିନ୍ଦୀ ଜାଣି ନାହାନ୍ତି, ତାଙ୍କୁ ଆମ ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ଦେବା କି ? ଓଡ଼ିଆରେ ପାଠପଢ଼ି ଆମର ବୈଷୟିକ ଶିକ୍ଷାପ୍ରାପ୍ତ ଯୁବା ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରର ଆଲୋଚନା, ସଂଗୋଷ୍ଠୀରେ ନିଜର ଦବଦବା ରକ୍ଷା କରିପାରିବେ ତ। ଭାଷାଗତ କାରଣରୁ ଯେତେବେଳେ ଆମ ଯୁବାଙ୍କ ସଂଖ୍ୟା ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କମିଯିବ, ଓଡ଼ିଆ ସଂସ୍କୃତି ଏବଂ ଐତିହ୍ୟକୁ ବାହାରକୁ କିଏ ନେବ ଓ କେମିତି ନେବ। ଆମ ଡାକ୍ତର, ଇଂଜିନିୟର ବାହାର ରାଜ୍ୟ ଓ ବିଦେଶକୁ ଗଲେ ଏକ ଟ୍ରାନ୍‌ସଲେଟର ଆବଶ୍ୟକତା ପଡ଼ିବନି ତ।
ବିଜ୍ଞାନ ଏକ ଚଳମାନ ବିଷୟ। ପ୍ରତିଦିନ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ନୂତର ଆବିଷ୍କାର ଉଦ୍ଭାବନର ସୁଅ ଛୁଟେ ଓ ତାହା ବିଭିନ୍ନ ଜର୍ନାଲରେ ପ୍ରକାଶିତ ହୁଏ। ସେଗୁଡ଼ିକ ଟ୍ରାନ୍‌ସଲେଟ ହେଲାପରେ ଆମ ଛାତ୍ର ଜାଣିବେ। ଅର୍ଥାତ ନୂତନ ଉଦ୍ଭାବନ ଓ ଆମ ଛାତ୍ରଙ୍କ ଆହରଣ ମଧ୍ୟରେ ଅନୁବାଦ ଏକ ବଡ଼ ପ୍ରାଚୀର ଠିଆ କରାଇବ ନାହିଁ ତ? ବିଭିନ୍ନ କାରଣରୁ ଅନୁବାଦ ସମୟ ସାପେକ୍ଷ ହେବା ସାଭାବିକ। ଆମ ଛାତ୍ର ସେଥିରେ ଅପ୍‌ଟୁଡେଟ ହେବେ କିପରି। ଏହି ଗ୍ୟାପ ଧୀରେ ଧୀରେ ବଢ଼ିବା ଦ୍ୱାରା ଆମ ଛାତ୍ର, ଜ୍ଞାନର ଶୀର୍ଷଠାରୁ କିଛି ଦୂରରେ ରହିବେନି ତ। ମୋଟା ମୋଟି ଓଡ଼ିଆ ଯଦି ଅନ୍ୟ ଭାଷାରେ ପାରଦର୍ଶୀ ନ ହୁଏ, ଓଡ଼ିଶାର ଭାଷା, ସଂସ୍କୃତି, ସଭ୍ୟତା ଓ ଐତିହ୍ୟ ଆଦିକୁ ସେ ଅନ୍ୟମାନଙ୍କୁ ଜଣାଇବ କିପରି?
ଆମର ଆଦର୍ଶ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ତାଙ୍କର ବହୁମୁଖୀ ଭାଷାରେ ପାରଦର୍ଶିତା ଥିଲା। ଇଂଲିଶ, ଓଡ଼ିଆ, ବଙ୍ଗଳା, ହିନ୍ଦୀ ପ୍ରଭୃତି। ଇଂଲିଶ ହେଉଛି ବିଶ୍ୱର ଭାଷା। ସେହିପରି ଆମ ଦେଶ ମଧ୍ୟରେ ସର୍ବାଧିକ ରାଜ୍ୟରେ ହିନ୍ଦୀ ଭାଷା ପ୍ରଚଳିତ। ତେଣୁ ଆମକୁ ହିନ୍ଦୀ ଶିଖିବା ଦରକାର। ଓଡ଼ିଆ ଆମର ମାତୃଭାଷା, ସେଥିରେ ଆମକୁ ପାରଦର୍ଶୀ ହେବାକୁ ହେବ। ଆମର ଭାବୀ ପିଢ଼ିଙ୍କୁ ଆମକୁ ଶିକାରୀ ବାଘ କରିବାକୁ ପଡ଼ିବ। ଅର୍ଥାତ୍‌ ସେମାନେ ଓଡ଼ିଆ, ହିନ୍ଦୀ ଓ ଇଂଲିଶରେ ମହାରଥ ହାସଲ କରିବା ଦରକାର। ଯଦି ମଧୁବାବୁ ଓଡ଼ିଆ, ଇଂଲିଶ, ବଙ୍ଗଳା ଓ ହିନ୍ଦୀ ନ ଜାଣି ଥାଆନ୍ତେ , ତା’ହେଲେ ଓଡ଼ିଶା ପାଇଁ କିଛି କରିପାରି ନ ଥାନ୍ତେ। ତେଣୁ ମୋ ମତରେ ଦଶମ କିମ୍ବା ଦ୍ୱାଦଶ ପର୍ଯ୍ୟନ୍ତ ଓଡ଼ିଆ ବାଧ୍ୟତାମୂଳକ କରିବା ଠିକ୍‌। ତା’ ପରେ ଇଚ୍ଛାଧୀନ ହେବା ଆବଶ୍ୟକ। ବିଶେଷ କରି ବୈଷୟିକ ଶିକ୍ଷା ଓ ବିଭିନ୍ନ ବିଷୟରେ ଉଚ୍ଚ ଶିକ୍ଷା ଇଂଲିଶ ମାଧ୍ୟମରେ ହେବା ଆବଶ୍ୟକ, ଯଦ୍ଦ୍ବାରା ବିଶ୍ୱରେ ଆମ ଯୁବା ନିଜକୁ ଅସହାୟ ମନେକରିବ ନIହିଁ। ନ ହେଲେ, ଇଂଲିଶ ଓ ହିନ୍ଦୀ ଜାଣି ନ ଥିବା ଓଡ଼ିଆ ସାଂସଦଙ୍କୁ ପାର୍ଲାମେଣ୍ଟର ପଛରେ ବସି ତାଳିମାରିବା ଭଳି ଆମ ଯୁବା ମଧ୍ୟ ନିଜକୁ ଅସହାୟବୋଧ ମନେକରିବେ ଦିଲ୍ଲୀ ଓ ବିଦେଶ ଦରବାରରେ ଭାଷାଗତ ପଙ୍ଗୁତା ପାଇଁ। ଜଣେ ସ୍ବାଭିମାନୀ ଓଡ଼ିଆ ଭାବରେ ଓଡ଼ିଆ ଭାଷାକୁ ନୂ୍ୟନ କରିବା ଏ ଲେଖାର ଉଦ୍ଦେଶ୍ୟ ନୁହେଁ, ବରଂ ଓଡ଼ିଆଙ୍କୁ ବିଶ୍ୱ ଦରବାରରେ ସଶକ୍ତ କରିବା ମୋର ଲକ୍ଷ୍ୟ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର
ମୋ:୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri