Posted inଫୁରସତ

ଟେକ୍‌ ଷ୍ଟାର୍ଟଅପ୍‌

ବର୍ତ୍ତମାନ ଜବ୍‌ ବଦଳରେ ଅନେକେ ବିଭିନ୍ନ ଷ୍ଟାର୍ଟଅପ୍‌ ବିଜ୍‌ନେସ୍‌କୁ ନିଜର କ୍ୟାରିୟର ଅପ୍ସନ ଭାବେ ବାଛୁଥିବା ଦେଖିବାକୁ ମିଳୁଛି। ଯାହାକୁ ଗ୍ରୋ କରିବା ଲାଗି ସବୁଠୁ ଅଧିକ ଆବଶ୍ୟକ ହେଉଛି ଟେକ୍ନୋଲୋଜି । ତେଣୁ ଡିଜିଟାଲ ଟେକ୍ନୋଲୋଜିର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଯୁବପିଢ଼ିଙ୍କ ମଧ୍ୟରେ ଟେକ୍‌ ବେସ୍‌ଡ ଷ୍ଟାର୍ଟଅପ୍‌ର ଡିମାଣ୍ଡ ବଢିବାରେ
ଲାଗିଛି…

ବର୍ତ୍ତମାନ ଟେକ୍ନୋଲୋଜି ବିନା କିଛି ବି କାର୍ଯ୍ୟର ପରିକଳ୍ପନା ଯେପରି ଅସମ୍ଭବ ମନେ ହେଉଛି। ତେଣୁ ସର୍ବଦା କିଛି ଭିନ୍ନ କରିବାକୁ ଆଗ୍ରହୀ ଆଜିର ଯୁବପିଢ଼ି ଟେକ୍ନୋଲୋଜି ବେସ୍‌ଡ ଷ୍ଟାର୍ଟଅପ୍‌କୁ ନେଇ କ୍ୟାରିୟର ଗଢ଼ିବା ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ଧୀରେ ଧୀରେ ଏହି କ୍ଷେତ୍ର ଦ୍ରୁତ ଗତିରେ ବଢ଼ୁଛି। ଆମେରିକା, ୟୁରୋପ ଭଳି ଉନ୍ନତ ଦେଶଗୁଡ଼ିକରେ ଏଭଳି ଷ୍ଟାର୍ଟଅପ୍‌ ସର୍ବାଧିକ ଥିବା ବେଳେ ଆମ ଦେଶରେ ବର୍ତ୍ତମାନ ଏଥିପ୍ରତି ଯୁବପିଢ଼ିଙ୍କର ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳୁଛି। ଆସନ୍ତୁ ଜାଣିବା ସବୁଠୁ ଭଲ ଟେକ୍ନୋଲୋଜି ବେସ୍‌ଡ ଷ୍ଟାର୍ଟଅପ୍‌ଗୁଡ଼ିକ ବିଷୟରେ…
ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ: ଟେକ୍‌ ବେସ୍‌ଡ ଷ୍ଟାର୍ଟଅପ୍‌ କହିଲେ ସବୁଠୁ ଅଧିକ ଡିମାଣ୍ଡରେ ଅଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। କାରଣ ସମଗ୍ର ପୃଥିବୀରେ ବର୍ତ୍ତମାନ ଅଧିକାଂଶ ଲୋକ ଆର୍ଟିଫିସିଆଲ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି, ଯାହାକି ୨୦୨୫ ସୁଦ୍ଧା ୯୭ ମିଲିଅନ୍‌ରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଏହା ଡିଜିଟାଲ ମାର୍କେଟିଂ, କଷ୍ଟମର ସର୍ଭିସ୍‌ ପ୍ଲାଟଫର୍ମ, ଡିଜିଟାଲ ଆଡ୍‌, ସ୍ମାର୍ଟଫୋନ୍‌ ଆଦିରେ ବହୁଳ ଭାବେ ବ୍ୟବହାର କରାଯାଉଛି। ଆମ ଦେଶରେ ଇ-କମର୍ସ ସେକ୍ଟରରେ ଏହା ସବୁଠୁ ଅଧିକ ବ୍ୟବହାର କରାଯାଉଛି। ଆଇଟି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଚାହୁଁଥିବା ଅନେକ ଛାତ୍ରୀଛାତ୍ର ଏଥିପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି।
ଡିଜିଟାଲ୍‌ ମାର୍କେଟିଂ: ବର୍ତ୍ତମାନ ଆମ ଦେଶରେ ସବୁଠୁ ଅଧିକ ଷ୍ଟାର୍ଟଅପ୍‌ ଏହି କ୍ଷେତ୍ରରେ ଦେଖିବାକୁ ମିଳୁଛି। ଅନେକ ଯୁବତୀଯୁବକ ବିଭିନ୍ନ କମ୍ପାନୀର ପ୍ରଡକ୍ଟକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ହେଉ କିମ୍ବା ନିଜର ହାତ ତିଆରି ଯେପରି ପୋଷାକ, ଖାଦ୍ୟ, ଆର୍ଟ ଆଣ୍ଡ କ୍ରାଫ୍ଟ ଭଳି ବିଭିନ୍ନ ପ୍ରଡକ୍ଟ ଲୋକଙ୍କ ପାଖରେ ପହଞ୍ଚାଇ ଭଲ ରୋଜଗାର କରିପାରୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ଅନେକଙ୍କୁ ରୋଜଗାରକ୍ଷମ ହେବାର ସୁଯୋଗ ମଧ୍ୟ ଦେଇପାରୁଛନ୍ତି।
କ୍ଲାଉଡ୍‌ କମ୍ପ୍ୟୁଟିଂ: କ୍ଲାଉଡ୍‌ କମ୍ପ୍ୟୁଟିଂରେ ଇଣ୍ଟରନେଟ୍‌ ବ୍ୟବହାର କରାଯାଇ ଇନ୍‌ଫ୍ରାଷ୍ଟ୍ରକ୍ଚର, ପ୍ଲାଟଫର୍ମ, ଆପ୍ଲିକେଶନ୍‌, ଷ୍ଟୋରେଜ୍‌ ସ୍ପେଶ୍‌ ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟ କରାଯାଇଥାଏ। କ୍ଲାଉଡ୍‌ ଡିଷ୍ଟ୍ରିବ୍ୟୁଟେଡ୍‌ କମ୍ପ୍ୟୁଟିଂ ଟେକ୍ନୋଲୋଜି ଦ୍ୱାରା ବ୍ୟବହୃତ ା ସର୍ବଦା ବିଜ୍‌ନେସ୍‌ ଆକ୍ଟିଭିଟି ସହ ଯୋଡ଼ିହୋଇ ରହୁଥିବାରୁ ଏଥିରେ ଷ୍ଟାର୍ଟଅପ୍‌ ଲାଗି ଅନେକେ ଆଗ୍ରହୀ ହେଉଛନ୍ତି।
ଇ-କନ୍‌ସଲ୍‌ଟାଣ୍ଟ ଆଡଭାଇସ୍‌ ବିଜ୍‌ନେସ୍‌: ବର୍ତ୍ତମାନ ଆମ ଦେଶରେ ଏହି କ୍ଷେତ୍ରରେ ଅନେକ ଯୁବପିଢ଼ି ସଫଳତା ହାସଲ କରୁଥିବା ଦେଖିବାକୁ ମିଳୁଛି। ଯଦି ଆପଣଙ୍କର ଅନ୍‌ଲାଇନ୍‌ ବିଜ୍‌ନେସ୍‌ ଉପରେ ଭରପୂର ଜ୍ଞାନ ରହିଛି, ତେବେ ନିଜର ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରି ନୂଆ ଅନ୍‌ଲାଇନ୍‌ ବିଜ୍‌ନେସ୍‌ ଆରମ୍ଭ କରୁଥିବା ଯୁବପିଢ଼ିଙ୍କ ପାଇଁ ବିଜ୍‌ନେସ୍‌ କନ୍‌ସଲ୍‌ଟାଣ୍ଟ ବା ଆଡ୍‌ଭାଇଜର୍‌ ଭାବେ କାମ କରିପାରିବେ। ସେମାନଙ୍କୁ ସର୍ଚ୍ଚ ଇଞ୍ଜିନ୍‌ ଅପ୍ଟିମାଇଜେଶନ୍‌ ଏବଂ ନିସ୍‌ ସମ୍ପର୍କରେ ଜ୍ଞାନ ଦେଇପାରିବେ। ଏଭଳି ଷ୍ଟାର୍ଟଅପ୍‌ରେ ଥରେ ଜଣେ ଉପକୃତ ହେବା ପରେ ବିଶେଷ କରି ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ୟୁଟ୍ୟୁବ୍‌ ଭଳି ସୋସିଆଲ୍‌ ମିଡିଆରେ ବିଜ୍‌ନେସ୍‌ ପାଇଁ ଇଚ୍ଛୁକ ଅନ୍ୟମାନେ ମଧ୍ୟ ଆପଣଙ୍କ ସହାୟତା ଲୋଡ଼ିବେ। ଯାହାଫଳରେ ନିଜର ଏକ ପରିଚୟ ସୃଷ୍ଟି ହେବା ସହ ବେଶ୍‌ ଭଲ ରୋଜଗାର ମଧ୍ୟ ହୋଇପାରିବ।
ଭଏସ୍‌ ରେକଗ୍‌ନାଇଜ୍‌ ଟେକ୍ନୋଲୋଜି: ଗୁଗଲ୍‌, ଆପଲ୍‌ ଭଳି ବଡ଼ ବଡ଼ ଟେକ୍ନୋଲୋଜି ସେକ୍ଟର ହେଉ କିମ୍ବା ଆମାଜନ ଭଳି ବଡ଼ ଇ-ଶପିଂ ବ୍ରାଣ୍ଡରେ ବର୍ତ୍ତମାନ ଭଏସ୍‌ ରେକଗ୍‌ନାଇଜ୍‌ ଟେକ୍ନୋଲୋଜି ବହୁତ ବ୍ୟବହାର ହେଉଛି। ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ ଏହି ଟେକ୍ନୋଲୋଜି ଏବଂ ଏହା ସହ ଜଡ଼ିତ ଅନ୍ୟ ପ୍ରଡକ୍ଟର ବ୍ୟବହାରକାରୀଙ୍କ ସଂଖ୍ୟା ବର୍ତ୍ତମାନ ୪୦%ରୁ ଅଧିକ। ହେଲେ ଏହି ସେକ୍ଟରର ଅନ୍ୟାନ୍ୟ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୫ ମସିହା ସୁଦ୍ଧା ଏହି ଟେକ୍ନୋଲୋଜି ବ୍ୟବହାରକାରୀଙ୍କ ସଂଖ୍ୟ ପ୍ରାୟ ୫୫%ରୁ ଅଧିକ ହୋଇଯିବ। ବର୍ତ୍ତମାନ ଆମେରିକାରେ ଏହାର ବ୍ୟବହାର ସର୍ବାଧିକ। ଯେଉଁମାନେ ଏଥିରେ ଷ୍ଟାର୍ଟଅପ୍‌ କରିବା ଲାଗି ଚାହାନ୍ତି; ସେମାନଙ୍କ ଲାଗି ହେଲ୍‌ଥ କେୟାର, ଫାର୍ମା, ମାନୁଫ୍ୟାକ୍ଚରିଂ, ଫିଲ୍ଡ ସର୍ଭିସ୍‌, ସଫ୍ଟଓ୍ବେର ଏବଂ ମୋବାଇଲ ଆପ୍‌ ମେକିଂ ଆଦି ଦିଗ ବେଷ୍ଟ ଅପ୍ସନ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?