Posted inଖେଳ

ମଜା ଉଡାଇଲେ ରମିଜ: କହିଲେ‘ ବିଲିୟନ ଡଲାର ରୋଜଗାର କରୁଥିବା ଟିମ୍‌ ପଛରେ ରହିଲେ, ଆମେ ଫାଇନାଲରେ…’

ମେଲବୋର୍ନ,୧୧।୧୧: ଭାରତୀୟ କ୍ରିକେଟ ଟିମ୍‌ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ୧୦ ଉଇକେଟରେ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଏହି ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି କ୍ରମରେ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର ପିସିବି ଅଧ୍ୟକ୍ଷ ରମିଜ ରାଜା ଭାରତୀୟ ଟିମ ସହ ବିସିସିଆଇକୁ କଟାକ୍ଷ କରିଛନ୍ତି।

ପାକିସ୍ତାନ କ୍ରିକେଟ ଟିମର ଡ୍ରେସିଂ ରୁମ୍‌ରେ ପହଞ୍ଚି ରମିଜ କହିଛନ୍ତି, ବିଲିୟନ ଡଲାର ରୋଜଗାର କରୁଥିବା ଦଳଗୁଡ଼ିକ ପଛରେ ରହିଗଲେ ଏବଂ ଆମେ ଆଗରେ ପହଞ୍ଚିଛେ। କିଛି ଭଲ କାମ କରିଥିବାରୁ ଏଭଳି ହୋଇଛି। ଦଳ ପାଇଁ ଏହା ଜବରଦସ୍ତ ପ୍ରତ୍ୟାବର୍ତ୍ତନ ବୋଲି କହିପାରିବା। ଏଭଳି ପ୍ରଦର୍ଶନ ଉପରେ ଗର୍ବ ହେବା ଉଚିତ। ଏସବୁ ଏକତା ଯୋଗୁ ସମ୍ଭବ ହୋଇଛି।ଦଳରେ ଏକତା ଥିଲେ ପ୍ରଦର୍ଶନ ଭଲ ହୋଇଥାଏ। ଏଭଳି ଭାବେ ଆଗାମୀ ମ୍ୟାଚ୍‌ରେ ଯାହା ବି ହେବ ତାହା ଶତ ପ୍ରତିଶତ ଆମ ପାଇଁ ହେବ ବୋଲି ସେ କହିଛନ୍ତି।

ଏହାଛଡ଼ା ରମିଜ ୧୯୯୨ରେ ପାକିସ୍ତାନର ବିଶ୍ୱକପ୍‌ ବିଜୟ ସ୍ମୃତିକୁ ମନେ ପକାଇ କହିଛନ୍ତି, ଏଭଳି ତୁମ କ୍ୟାରିୟରରେ ବାରମ୍ବାର ଘଟିବ ନାହିଁ। ମଇଦାନକୁ ଯାଇ ସେଠାର ସୁଯୋଗର ଫାଇଦା ଉଠାଇବ। ଅଧିକ କିଛି କରିବାର ଆବଶ୍ୟକତା ନାହିଁ। ମଇଦାନରେ ଶାନ୍ତ ସ୍ବଭାବ, ଆତ୍ମବିଶ୍ୱାସ ସହ ଖେଳିବାକୁ ଚେଷ୍ଟା କରିବ। ସମସ୍ତଙ୍କୁ ଶୁଭକାମନା ବୋଲି ସେ କହିଛନ୍ତି।

ତେବେ ରମିଜ ଭାରତୀୟ ଟିମ୍‌ର ନାଁ ନେଇ ନ ଥିଲେ ହେଁ ତାଙ୍କ କଥାର ମର୍ମ ବିସିସିଆଇ ଏବଂ ଟିମ୍‌ ଇଣ୍ଡିଆ ପାଇଁ ଥିଲା। କାହିଁକିନା ଦଳ ଆଇପିଏଲ୍‌ରୁ କୋଟି କୋଟି ଟଙ୍କା ରୋଜଗାର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri