Posted inଖେଳ

ଫାଇନାଲରେ ଖୋ ଖୋ ଦଳ

ଭୁବନେଶ୍ୱର,୮ା୧୧(ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର କାନୋଇଂ ଓ କାୟାକିଂରେ ଓଡ଼ିଶା ଖେଳାଳି ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହିତ ଉଭୟ ପୁରୁଷ ଓ ମହିଳା ଖୋ ଖୋ ଦଳ ଫାଇନାଲରେ ପହଞ୍ଚି ଆହୁରି ଦୁଇଟି ପଦକ ନିଶ୍ଚିନ୍ତ କରିଛନ୍ତି। କାନୋଇଂ ଓ କାୟାକିଂର କେ-୧ ଇଭେଣ୍ଟର ଉଭୟ ପୁରୁଷ ଓ ମହିଳା ବର୍ଗରେ ଓଡ଼ିଶା ଗୋଟିଏ ଲେଖାଏ ପଦକ ହାସଲ କରିଛନ୍ତି। ୨୦୦ମିଟର କେ-୧ରେ ପୁରୁଷ ଦଳ ଏକ ରୌପ୍ୟ ପଦକ ଓ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ କାନୋଇଂ ଓ କାୟାକିଂରେ ଓଡ଼ିଶା ସମୁଦାୟ ୯ ପଦକ ହାସଲ କରିଛି। ଏହା ମଧ୍ୟରେ ୧ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛି। ଦେଶବ୍ୟାପୀ ଅଂଶଗ୍ରହଣ କରିଥିବା କାନୋଇଂ ଓ କାୟାକିଂ ଦଳ ମାନଙ୍କ ମଧ୍ୟରେ ଓଡ଼ିଶା ୪ର୍ଥ ସ୍ଥାନରେ ରହିଛି।
ଖୋ ଖୋରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଫାଇନାଲରେ ପ୍ରବେଶ କରିଛି। ମହିଳା ଦଳ କେରଳକୁ ପରାସ୍ତ କରିଥିବା ବେଳେ ପୁରୁଷ ଦଳ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଥିଲା। ଉଭୟ ଦଳ ଫାଇନାଲରେ ମହାରାଷ୍ଟ୍ରକୁ ଭେଟିବ। ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ଓଡ଼ିଶା ଖୋ ଖୋ ଦଳର କୋଚ୍‌ ସଞ୍ଜୀବ ଶର୍ମା। ଉଭୟ ଦଳ ବର୍ତ୍ତମାନ ଅପରାଜେୟ ରହିଛନ୍ତି। ତେବେ ମହାରାଷ୍ଟ୍ର ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ଆମକୁ ସତର୍କତାର ସହ ଖେଳିବାକୁ ପଡିବ ବୋଲି ସଞ୍ଜୀବ କହିଛନ୍ତି। ବିଜୟକୁ ନେଇ ଚିନ୍ତା ନ କରି ଦଳ ଆରାମରେ ଫାଇନାଲ ଖେଳିବା ଉଚିତ ବୋଲି ସେ ମତ ଦେଇଛନ୍ତି।
ମହାରାଷ୍ଟ୍ରରେ କ୍ଲବ ସର୍କିଟରେ ଖୋ ଖୋ ଏକ ଲୋକପ୍ରିୟ ଖେଳ ହୋଇଥିବାରୁ ଏହା ସେମାନଙ୍କ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ତେବେ ଫଳାଫଳକୁ ନେଇ ଚିନ୍ତିତ ନ ହୋଇ ଖେଳାଳି ମାନେ ପ୍ରଦର୍ଶନ କରିବା ଉଚିତ ବୋଲି କୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri