Posted inଖେଳ

ଫାଇନାଲରେ ଖୋ ଖୋ ଦଳ

ଭୁବନେଶ୍ୱର,୮ା୧୧(ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର କାନୋଇଂ ଓ କାୟାକିଂରେ ଓଡ଼ିଶା ଖେଳାଳି ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହିତ ଉଭୟ ପୁରୁଷ ଓ ମହିଳା ଖୋ ଖୋ ଦଳ ଫାଇନାଲରେ ପହଞ୍ଚି ଆହୁରି ଦୁଇଟି ପଦକ ନିଶ୍ଚିନ୍ତ କରିଛନ୍ତି। କାନୋଇଂ ଓ କାୟାକିଂର କେ-୧ ଇଭେଣ୍ଟର ଉଭୟ ପୁରୁଷ ଓ ମହିଳା ବର୍ଗରେ ଓଡ଼ିଶା ଗୋଟିଏ ଲେଖାଏ ପଦକ ହାସଲ କରିଛନ୍ତି। ୨୦୦ମିଟର କେ-୧ରେ ପୁରୁଷ ଦଳ ଏକ ରୌପ୍ୟ ପଦକ ଓ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ କାନୋଇଂ ଓ କାୟାକିଂରେ ଓଡ଼ିଶା ସମୁଦାୟ ୯ ପଦକ ହାସଲ କରିଛି। ଏହା ମଧ୍ୟରେ ୧ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛି। ଦେଶବ୍ୟାପୀ ଅଂଶଗ୍ରହଣ କରିଥିବା କାନୋଇଂ ଓ କାୟାକିଂ ଦଳ ମାନଙ୍କ ମଧ୍ୟରେ ଓଡ଼ିଶା ୪ର୍ଥ ସ୍ଥାନରେ ରହିଛି।
ଖୋ ଖୋରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଫାଇନାଲରେ ପ୍ରବେଶ କରିଛି। ମହିଳା ଦଳ କେରଳକୁ ପରାସ୍ତ କରିଥିବା ବେଳେ ପୁରୁଷ ଦଳ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଥିଲା। ଉଭୟ ଦଳ ଫାଇନାଲରେ ମହାରାଷ୍ଟ୍ରକୁ ଭେଟିବ। ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ଓଡ଼ିଶା ଖୋ ଖୋ ଦଳର କୋଚ୍‌ ସଞ୍ଜୀବ ଶର୍ମା। ଉଭୟ ଦଳ ବର୍ତ୍ତମାନ ଅପରାଜେୟ ରହିଛନ୍ତି। ତେବେ ମହାରାଷ୍ଟ୍ର ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ଆମକୁ ସତର୍କତାର ସହ ଖେଳିବାକୁ ପଡିବ ବୋଲି ସଞ୍ଜୀବ କହିଛନ୍ତି। ବିଜୟକୁ ନେଇ ଚିନ୍ତା ନ କରି ଦଳ ଆରାମରେ ଫାଇନାଲ ଖେଳିବା ଉଚିତ ବୋଲି ସେ ମତ ଦେଇଛନ୍ତି।
ମହାରାଷ୍ଟ୍ରରେ କ୍ଲବ ସର୍କିଟରେ ଖୋ ଖୋ ଏକ ଲୋକପ୍ରିୟ ଖେଳ ହୋଇଥିବାରୁ ଏହା ସେମାନଙ୍କ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ତେବେ ଫଳାଫଳକୁ ନେଇ ଚିନ୍ତିତ ନ ହୋଇ ଖେଳାଳି ମାନେ ପ୍ରଦର୍ଶନ କରିବା ଉଚିତ ବୋଲି କୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri