Posted inଖେଳ

ପୁଅଙ୍କୁ କ୍ରିକେଟର କରିବା ଲାଗି ଦୋକାନ ବିକିଥିଲେ ବାପା, ଟିମ୍‌ ଇଣ୍ଡିଆର ଏହି ଖେଳାଳି ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ…

ନୂଆଦିଲ୍ଲୀ,୯।୧୧: ୧୮ ବର୍ଷ ବୟସରେ ଟିମ୍‌ ଇଣ୍ଡିଆ ଲାଗି ଡେବ୍ୟୁ କରିଥିବା ପୃଥ୍ବୀ ଶ’ଙ୍କ ଆଜି ଅର୍ଥାତ ଗୁରୁବାର ହେଉଛି ଜନ୍ମଦିନ। ସେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରି ଇତିହାସ ରଚିଥିଲେ। ଶ’ ପାଲଟିଥିଲେ ଭାରତ ଲାଗି ସବୁଠାରୁ କମ୍‌ ବୟସରେ ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିଥିବା ବ୍ୟାଟ୍ସମ୍ୟାନ। ସେ ଜାତୀୟ ଦଳରୁ ସମସ୍ତ ଫର୍ମାଟରେ ୧୨ ମ୍ୟାଚ୍‌ ଖେଳିଛନ୍ତି। ତେବେ ଫିଟ୍‌ନେସ ଏବଂ ଶୃଙ୍ଖଳାଗତ ସମସ୍ୟାକୁ ନେଇ ସେ ଅନେକ ମୁକାବିଲା ମିସ୍‌ କରିଥିଲେ। ବର୍ତ୍ତମାନ ସେ ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ୨୦୨୧ ପରଠାରୁ ଭାରତ ଜର୍ସି ପିନ୍ଧି ନାହାନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ଡେବ୍ୟୁ ସିରିଜରେ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ୨୩୭ ରନ ସ୍କୋର କରିବା ପରେ ଶ ’ଫେବୃଆରୀ ୨୦୨୦ରେ ଭାରତ ପାଇଁ ଖେଳିଥିଲେ। ପ୍ରଥମ ମ୍ୟାଚ ପୂର୍ବରୁ ୱାର୍ମଅପ୍‌ ଖେଳରେ ତାଙ୍କ ଗୋଡରେ ଆଘାତ ଲାଗିବା ପରେ ସେ ୨୦୧୮-୧୯ ବର୍ଡର ଗାଭାସ୍କର ସିରିଜରୁ ବଞ୍ଚିତ ହୋଇଥିଲେ। ପରେ ଡୋପିଂ ଉଲ୍ଲଂଘନ ହେତୁ ଶ’ଙ୍କୁ ୨୦୧୯-୨୦ରେ ପରବର୍ତ୍ତୀ ଘରୋଇ ସିଜନ୍‌ ପାଇଁ ନିଲମ୍ବିତ କରାଯାଇଥିଲା। ସେ ଏକ କଫସିରପ ଖାଇଥିଲେ ଯେଉଁଥିରେ ଏକ ପଦାର୍ଥ ରହିଥିଲା ଯାହା WADA ନିଷେଧ ପଦାର୍ଥ ତାଲିକାରେ ରହିଥିଲା। ଏହାକୁ ନେଇ ତାଙ୍କୁ ଆଠ ମାସ ପାଇଁ ନିଲମ୍ବିତ କରାଯାଇଥିଲା। ଫଳରେ ସେ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରୁ ବାଦ ପଡ଼ିଥିଲେ। ସେ ଶେଷ ଥର ପାଇଁ ଜୁଲାଇ ୨୦୨୧ରେ ଖେଳିଥିଲେ। ସେବେଠାରୁ ଶ’ ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ନିଜର ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ଆସାମ ବିପକ୍ଷ ରଣଜୀ ଟ୍ରଫି ୨୦୨୨-୨୩ରେ ସେ ତ୍ରିଶତକ ମାରିଥିଲେ। ଆଇପିଏଲ ୨୦୨୧ ଏବଂ ୨୦୨୨ ଭଲ ଥିବା ବେଳେ ୨୦୨୩ ଭଲ ନ ଥିଲା। ଏହି ସିଜନର ୮ ମ୍ୟାଚ୍‌ରେ ସେ ହାରାହାରି ୧୩.୨ ଭାବେ ରନ୍‌ ସ୍କୋର କରିଥିଲେ।

ବ୍ୟକ୍ତିଗତ ଜୀବନକୁ ଦେଖିଲେ ଶ’ ୪ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ। ଏହା ତାଙ୍କ ଲାଗି ବଡ଼ ଝଟ୍‌କା ଥିଲା। ପୃଥ୍ବୀଙ୍କ ବାପା ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଏକ କ୍ରିକେଟ ଏକାଡେମୀରେ ଭର୍ତ୍ତି କରିଥିଲେ। ସେ ନିଜର ଜୀବନ ପୃଥ୍ବୀଙ୍କ ଲାଗି ଉତ୍ସର୍ଗ କରି ସ୍ବପ୍ନକୁ ସାକାର କରିବାକୁ ପ୍ରୟାସ କରିଥିଲେ। ସେ ପୋଷାକ ବ୍ୟବସାୟ କରୁଥିଲେ। ହେଲେ ପୃଥ୍ବୀଙ୍କ ଲାଗି ସେ ନିଜ ଦୋକାନ ବିକ୍ରି କରିଥିଲେ। ଏପରି କରି ସେ ତାଙ୍କ ସହ ସର୍ବଦା ରହିଥିଲେ।

ମୋଟ ସମ୍ପତ୍ତି ଦେଖିଲେ ପୃଥ୍ବୀ ୨୫ କୋଟି ସମ୍ପତ୍ତିର ମାଲିକ। ମହାରାଷ୍ଟ୍ରର ଭିରାରେ ତାଙ୍କର ବିଳାସପୂର୍ଣ୍ଣ ଘର ରହିଛି। ଏହାଛଡ଼ା ତାଙ୍କ ରିଅଲ ଇଷ୍ଟେଟ୍‌ରେ ସମ୍ପତ୍ତି ରହିଛି। ଏହାସହ ତାଙ୍କ ପାଖରେ ଦୁନିଆର ସର୍ବୋତ୍ତମ ବିଳାସପୂର୍ଣ୍ଣ କାର ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?