Posted inଖେଳ

ଟିମ୍‌ ଇଣ୍ଡିଆକୁ ମିଳିଲା ୧୨୫ କୋଟି ଟଙ୍କା ପୁରସ୍କାର: ଭାଷଣରେ ଭାବପ୍ରବଣ ହେଲେ କୋହଲି

ମୁମ୍ବାଇ,୪ା୭: ଟି୨୦ କ୍ରିକେଟ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ଗୁରୁବାର ପହଞ୍ଚିବା ପରେ ମୁମ୍ବାଇରେ ବିଜୟ ପରେଡ୍‌ ହୋଇଥିଲା। ପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଦଳକୁ ୧୨୫ କୋଟି ଟଙ୍କାର ଚେକ୍‌ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା।

ଭାରତୀୟ ଖେଳାଳିମାନେ ଏକ ଖୋଲା ଛାତ ବସ୍‌ରେ ନରିମାନ ପଏଣ୍ଟରୁ ଷ୍ଟାଡିୟମ ଯାଏ ଯାତ୍ରା କରିଥିଲେ। ଅପରାହ୍ନ ୫ଟାରେ ଏହି ବିଜୟ ପରେଡ୍‌ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଖେଳାଳିମାନେ ବିଳମ୍ବରେ ପହଞ୍ଚିବା କାରଣରୁ ସନ୍ଧ୍ୟା ୭.୩୦ ପରେ ଏହା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଭାରତୀୟ ଦଳ ଅପରାହ୍ନ ୩.୪୨ ମିନିଟରେ ଦିଲ୍ଲୀ ଛାଡିଥିଲା। ଭାରତୀୟ ଖେଳାଳିଙ୍କ ଝଲକ ପାଇବା ପାଇଁ ମେରାଇନ୍‌ ଡ୍ରାଇଭ୍‌ର ସଡକ ଜନସମୁଦ୍ର ପାଲଟିଥିଲା। ଓ୍ବାଙ୍ଖଡେ ଷ୍ଟାଡିୟମ ସାଧାରଣ ଜନତାଙ୍କ ପାଇଁ ମୁକ୍ତ ବୋଲି ଘୋଷଣା କରାଯିବାର କିଛି ମିନିଟ ମଧ୍ୟରେ ଏହା ଭରି ଯାଇଥିଲା।

ଭାରତୀୟ ଖେଳାଳି ଭିସ୍ତାରା ବିମାନରେ ଛତ୍ରପତି ଶିବାଜୀ ମହାରାଜ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ଓ୍ବାଟର ସାଲ୍ୟୁଟ ମିଳିଥିଲା। ଟର୍ମିନାଲ-୨ ଦେଇ ଭାରତୀୟ ଖେଳାଳି ବାହାରକୁ ଆସିବା ସହ ନରିମାନ ପଏଣ୍ଟରୁ ଖୋଲା ବସ୍‌ରେ ଚଢିଥିଲେ। ତୁହାକୁ ତୁହା ବର୍ଷା ଓ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ କ୍ରିକେଟ ଫ୍ୟାନ୍‌ଙ୍କ ମଧ୍ୟରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଷ୍ଟାଡିୟମରେ ମଧ୍ୟ ଜଣେ ବି ଦର୍ଶକ ନିଜ ସ୍ଥାନ ଛାଡି ନ ଥିବା ଦେଖିବାକୁ ମିଳିଥିଲା। ଘଣ୍ଟା ଘଣ୍ଟା ଧରି ବିନା ଖାଦ୍ୟ ଓ ପାଣିରେ ବସିବାକୁ ପଡିଥିଲେ ମଧ୍ୟ କେହି ବି ନିଜ ସ୍ଥାନ ଛାଡି ନ ଥିଲେ। ଷ୍ଟାଡିୟମରେ ଡିଜେ ତାଳରେ ଭାରତୀୟ ଦଳର ଖେଳାଳିମାନେ ରେନ୍‌ ଡ୍ୟାନ୍ସ କରିଥିଲେ। ଏହା ପରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରା ପ୍ରଶଂସକଙ୍କୁ ସମ୍ବୋଧିତ କରିଥିଲେ। ସମ୍ବୋଧିତ ବେଳେ କୋହଲି ଭାବପ୍ରବଣ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri