Posted inଖେଳ

ଏଯାଏ ଦିନିକିଆ କି ଟି-୨୦ରେ ଛକାଟିଏ ମାରି ନାହାନ୍ତି ଏହି ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳରେ ଅନେକ ମହାନ ଖେଳାଳି ଅଛନ୍ତି ଯେଉଁମାନେ ଚୌକା-ଛକା ମାରିବାରେ ସିଦ୍ଧହସ୍ତ। ହେଲେ ଏହି ଦଳରେ ୩ ଜଣ ଏଭଳି ଖେଳାଳି ଅଛନ୍ତି, ଯେଉଁମାନେ ଆଜିଯାଏ ଦିନିକିଆ ଏବଂ ଟି-୨୦ କ୍ରିକେଟରେ ଗୋଟିଏ ବି ଛକା ମାରି ନାହାନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ହେଁ କଥାଟି ସତ। ଆସନ୍ତୁ ଜାଣିବା:

୧. କୁଲଦୀପ ଯାଦବ:
ଟିମ ଇଣ୍ଡିଆର ବୋଲର୍‌ କୁଲଦୀପ ଯାଦବ ଭାରତ ପାଇଁ ଟେଷ୍ଟ, ଦିନିକିଆ ଏବଂ ଟି -୨୦ କ୍ରିକେଟ ଖେଳିଛନ୍ତି। ଟେଷ୍ଟ କ୍ରିକେଟରୁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା କୁଲଦୀପ ଏପର୍ଯ୍ୟନ୍ତ ଗୋଟିଏ ବି ଛକା ମାରି ନାହାନ୍ତି। ସେ ଟେଷ୍ଟରେ ୧୮୫ ବଲର ଖେଳିଥିବା ବେଳେ ଦିନିକିଆରେ ୧୮୮ ଏବଂ ଟି -୨୦ କ୍ରିକେଟ ରେ ୪୮ ବଲ ଖେଳିସାରିଛନ୍ତି। ହେଲେ ଏହି ଖେଳାଳି ଏପର୍ଯ୍ୟନ୍ତ ଛକା ମାରି ନାହାନ୍ତି। ସେ ତିନୋଟି ଫର୍ମାଟରେ ୯୭ ଟି ମ୍ୟାଚ ଖେଳିଛନ୍ତି।

୨. ୟୁଜବେନ୍ଦ୍ର ଚହଲ:
ୟୁଜବେନ୍ଦ୍ର ଚହଲ ୨୦୧୬ରେ ଭାରତ ପାଇଁ ଦିନିକିଆ ଡେବ୍ୟୁ କରିଥିଲେ। ସେବେଠାରୁ ଚହଲ ଗୋଟିଏ ବି ଛକା ମାରିବାକୁ ସକ୍ଷମ ହୋଇନାହାଁନ୍ତି। ସେ ଏପର୍ଯ୍ୟନ୍ତ ଟି -୨୦ କ୍ରିକେଟରେ ୧୧ ବଲ ଖେଳିଛନ୍ତି ଏବଂ ଦିନିକିଆରେ ୯୦ ଟି ବଲ୍‌ର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ସେଥିରେ ଛକା ନାହିଁ। ସେ ଦିନିକିଆ ଏବଂ ଟି୨୦ରେ ମୋଟ ୧୧୫ ମ୍ୟାଚ୍‌ ଖେଳିଛନ୍ତି, ଏପର୍ଯ୍ୟନ୍ତ ଟେଷ୍ଟରେ ସୁଯୋଗ ପାଇନାହାନ୍ତି।

୩. ଇଶାନ୍ତ ଶର୍ମା:
ଟି୨୦ ଏବଂ ଦିନିକିଆ କ୍ରିକେଟରେ ଇଶାନ୍ତ ଶର୍ମା ମଧ୍ୟ ଭାରତ ପାଇଁ ଗୋଟିଏ ଛକା ମାରି ନାହାନ୍ତି। ଇଶାନ୍ତ ବର୍ତ୍ତମାନ ଭାରତ ପାଇଁ କେବଳ ଟେଷ୍ଟ ଫର୍ମାଟ ଖେଳୁଛନ୍ତି । ୨୦୦୭ ରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିବା ଏହି ଖେଳାଳି ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ୨୪୦୦ ବଲ୍‌ ଖେଳିଛନ୍ତି। ଏହାଛଡ଼ା ସେ ତିନୋଟି ଫର୍ମାଟରେ ମୋଟ ୧୯୮ ଟି ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ଗ୍ରାହକଙ୍କୁ ବଡ଼ ଝଟ୍‌କା ବଢିଲା କ୍ଷୀର ଦର: ଏବେ ଲିଟର ପିଛା…

ମୁମ୍ବାଇ,୨୮।୮: ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ସେପ୍ଟେମ୍ବର ୧, ୨୦୨୬ଠାରୁ, ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଗ୍ରାହକଙ୍କ ସୁବିଧା ପାଇଁ …

ଚେନ୍ନାଇ,୨୮।୮: ତାମିଲନାଡୁରେ ମଦର ଖୁଚୁରା ବିକ୍ରି ଉପରେ ସରକାରୀ ଏକାଧିକାର ରଖୁଥିବା ସଂସ୍ଥା TASMAC ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ…

ଗ୍ରହଙ୍କ ବଡ଼ ସଂଯୋଗ: ଏହି ୫ ରାଶିଙ୍କୁ ମିଳିବ ଧନଠାରୁ କ୍ୟାରିୟର ପର୍ଯ୍ୟନ୍ତ ଲାଭ

୨୮ ଅଗଷ୍ଟ ୨୦୨୬ ଦିନଟି ପଞ୍ଜିକା ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି…

‘ଇମ୍ରାନ ଖାନଙ୍କୁ ମାରିଦେବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର’, ବଡ଼ ଦାବି କଲେ ପୁଅ

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ଅଭିଯୋଗ ଆସିଛି । ଇମ୍ରାନ ଖାନଙ୍କ ଦୁଇ ପୁଅ କାସିମ ଖାନ ଓ ସୁଲେମାନ ଖାନ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri