କେବୁଲ୍‌ ଟିଭି ମାଧ୍ୟମରେ ଶିକ୍ଷାଦାନ: ୨୭୩ ପ୍ରଧାନଶିକ୍ଷକଙ୍କ ସହ ଡିଇଓଙ୍କ ଗୁଗଲ୍‌ ମିଟ୍‌

ଜଗତ୍‌ସିଂହପୁର ଅଫିସ, ୩୧।୭: ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରତିଭା ମଞ୍ଜରୀ ଦାସ ଜିଲାର ୨୭୩ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ସହ ଗୁରୁବାର ଗୁଗଲ୍‌ ମିଟ୍‌ କରିଛନ୍ତି। ଏଥିରେ ଡିଇଓ ୧ମରୁ ୮ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ଚାଉଳ ଓ ଅନ୍ୟ ଅର୍ଥରାଶି ପ୍ରଦାନ, ମାଟ୍ରିକ ପରୀକ୍ଷା ଫଳ, କେବୁଲ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ, ବିଦ୍ୟାଳୟ ଅନୁଦାନର ବିନିଯୋଗ ପ୍ରମାଣପତ୍ର, ନ୍ୟାଶନାଲ ସ୍କଲାରଶିପ୍‌ (ଜାତୀୟ ବୃତ୍ତି) ପୋର୍ଟାଲରେ ବିଦ୍ୟାଳୟଗୁଡିକ ପଞ୍ଜୀକରଣ କରାଯିବା ଓ ଶିକ୍ଷୟିତ୍ରୀଶିକ୍ଷକଙ୍କ ଅନଲାଇନ୍‌ ଶିକ୍ଷାଦାନ ଉପରେ ଜ୍ଞାନ ବୃଦ୍ଧି ପାଇଁ ଚକ୍‌ଲିଟ୍‌ ଆପ୍‌ରେ ନାମ ପଞ୍ଜୀକରଣ ଆଦି ଉପରେ ସମୀକ୍ଷା କରିଥିଲେ।
ସେ କହିଥିଲେ, ମାର୍ଚ୍ଚ ୧୩ରୁ ଜୁନ ୧୩ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଚାଉଳ ଓ ଖର୍ଚ୍ଚ ବାବଦ ଅର୍ଥ ଦିଆଯାଇଛି। ଏବେ ଜୁନ ୧୪ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୁନଶ୍ଚ ୫୭ ଦିନର ଚାଉଳ ପ୍ରଦାନ କରାଯିବ। ଏହା ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟଙ୍କ ଉପସ୍ଥିତିରେ କରୋନା ମୁକାବିଲା ସମ୍ପର୍କିତ ସତର୍କତା ଅବଲମ୍ବନପୂର୍ବକ କରାଯିବ। ଅନ୍ୟ ଖର୍ଚ୍ଚ ବାବଦକୁ ଅର୍ଥ ସେମାନଙ୍କ ଆକାଉଣ୍ଟକୁ ପଠାଯିବ। ଆଇଏଫ୍‌ଏ (ଆଇରନ୍‌ ଓ ଫଲିକ ଏସିଡ୍‌ ଥିବା) ବଟିକା ମଧ୍ୟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚଳିତ ମାଟ୍ରିକ ପରୀକ୍ଷା ଫଳ ଆଶାଜନକ ହୋଇ ନ ଥିବାରୁ ଡିଇଓ କ୍ଷୋଭ ପ୍ରକାଶ କରିଥିଲେ। ଗତବର୍ଷ ଏ-୧ ଗ୍ରେଡ୍‌ ୪୨ ଜଣ ପାଇଥିଲେ, ଚଳିତବର୍ଷ କାହିଁକି ୪୦କୁ ଖସିଲା ସେନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଧାନଶିକ୍ଷକମାନେ ଏ ବାବଦରେ ତର୍ଜମା କରିବା ଜରୁରୀ ବୋଲି କହିଥିଲେ। କରୋନା ଯୋଗୁ ଶିକ୍ଷାଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥିବାରୁ ଛାତ୍ରୀଛାତ୍ରଙ୍କୁ ଅନଲାଇନ୍‌ ପାଠ୍ୟଦାନ ଜରୁରୀ ହୋଇ ପଡିଥିବା କୁହାଯାଇଥିଲା। ଜିଲାରେ ଅନଲାଇନ୍‌ ପାଠପଢାକୁ କିପରି ଅଧିକ କ୍ରିୟାଶୀଳ କରାଯାଇ ପାରିବ ତା’ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୧୦ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ସ୍ଥାନୀୟ ଏକ କେବୁଲ ଚ୍ୟାନେଲ (ଟିଭି) ମାଧ୍ୟମରେ ଶିକ୍ଷାଦାନ କରାଯିବ। ପରେ ୯ମ ଓ ସଫଳତା ମିଳିଲେ ଅନ୍ୟ ଶ୍ରେଣୀର ପିଲାଙ୍କ ପାଇଁ ଏଭଳି ଶିକ୍ଷାଦାନ କରାଯିବାକୁ ବ୍ୟବସ୍ଥା ହେବ। ଏନେଇ ଶୁକ୍ରବାର ଜିଲାର ସାଧନ କର୍ମୀ ଓ କୃତୀ ଶିକ୍ଷକମାନଙ୍କୁ ନେଇ ଡିଇଓ ପୁଣିଥରେ ଗୁଗଲ ମିଟ୍‌ କରିବେ। ଭାରତ ସରକାର ଚକ୍‌ଲିଟ୍‌ ଆପ୍‌ ଜରିଆରେ ଶିକ୍ଷକଙ୍କୁ ଅଡିଓ, ଭିଡିଓ ସହ କିପରି ଭଲ ଶିକ୍ଷାଦାନ କରିପାରିବେ ସେ କୌଶଳ ଅନଲାଇନ୍‌ରେ ପ୍ରଦାନ କରୁଛନ୍ତି। ଏନେଇ ନାମ ପଞ୍ଜୀକରଣ ଆବଶ୍ୟକ ହେଉଛି। ତେଣୁ ଜିଲାର ଶିକ୍ଷୟିତ୍ରୀଶିକ୍ଷକ ଶୀଘ୍ର ନାମ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି। ଭାରତ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ନ୍ୟାଶନାଲ ସ୍କଲାରଶିପ୍‌ (ଜାତୀୟ ବୃତ୍ତି) ପୋର୍ଟାଲରେ ବିଦ୍ୟାଳୟଗୁଡିକୁ ପଞ୍ଜୀକରଣ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ତାହା ନ ହେଲେ ପିଲାଙ୍କ ନାଁ ଏଥିରେ ସଂଯୋଗ କରିହେବ ନାହିଁ। ଇନ୍‌ସ୍ପେୟାରମାନକ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ପାଇଁ ଛାତ୍ରୀଛାତ୍ରଙ୍କୁ ଆଗକୁ ନେବାକୁ ପଡିବ। ତେଣୁ ଏନେଇ ପିଲାଙ୍କ ମଧ୍ୟରେ ଆଇଡିଆ ପ୍ରତିଯୋଗିତା କରାଇ ଇନ୍‌ସ୍ପେୟାରମାନକ ପୋର୍ଟାଲରେ ବିଦ୍ୟାଳୟ ତରଫରୁ ପିଲାମାନଙ୍କ ନାମ ପଞ୍ଜୀକରଣ କରାଇବାକୁ କୁହାଯାଇଥିଲା। ୬୦ କୃତୀ ଛାତ୍ରୀଛାତ୍ରଙ୍କ ନାଁ ଏହି ପୋର୍ଟାଲରେ ପଞ୍ଜୀକରଣ କରାଯାଇଥିଲେ ସୁଦ୍ଧା ସେମାନଙ୍କ ଆକାଉଣ୍ଟରେ ଅନ୍ୟ ନାଁ ରହିଛି। ଯେଉଁଥିପାଇଁ ଏହି ପିଲାମାନେ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ଓ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ଅର୍ଥରାଶି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ନାମ ଠିକ ଭାବରେ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଜିଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ ସଂଯୋଜନା କରିଥିବା ବେଳେ ଜୀବନ କୁମାର ସାହୁ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri