Posted inଫୁରସତ

୨୭ ବର୍ଷ ଧରି ଧାରଣାରେ ଶିକ୍ଷକ

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ଲୋକେ ସରକାରଙ୍କ ନିକଟରେ ତାଙ୍କର ଅନେକ ଦାବି ରଖି ଧାରଣାରେ ବସୁଥିବା ଦେଖିବାକୁ ମିଳୁଛି। ହେଲେ ଉତ୍ତର ପ୍ରଦେଶରେ ଜଣେ ଶିକ୍ଷକ ଜମି ମାଫିଆଙ୍କୁ ବିରୋଧ କରି ୧୯୯୬ ମସିହାରୁ ୨୭ ବର୍ଷ ହେବ ଧାରଣାରେ ବସିଥିବା ଜଣାପଡ଼ିଛି। ଶିକ୍ଷକ ବିଜୟ ସିଂ କହିଛନ୍ତି, ୩୩ ବର୍ଷ ବୟସରେ ସେ ଉତ୍ତର ପ୍ରଦେଶର ଶାମଲି ଜିଲାର ଚଉସିନା ଗଁାରେ ଥିବା ତାଙ୍କର ୪ ହଜାର ବିଘା ଜମିରେ ଚାଷ କରିଥିଲେ। ତେବେ ଜମି ମାଫିଆମାନେ ଏହାକୁ ଜବରଦଖଲ କରିନେଇଥିଲେ। ସେବେଠାରୁ ସେ ମାଫିଆଙ୍କୁ ବିରୋଧ କରି ଧାରଣାରେ ବସି ରହିଛନ୍ତି। ହେଲେ ସବୁ ବୃଥା। ଏହି ୨୭ ବର୍ଷ ଭିତରେ ତାଙ୍କ ଅଭିଯୋଗ ଉପରେ ଅନେକ ତଦନ୍ତ ଆରମ୍ଭ ହୋଇଛି। ହେଲେ ବର୍ତ୍ତମାନର ୭୦୦ କୋଟି ଟଙ୍କା ମୂଲ୍ୟର ତାଙ୍କ ଜମି ମାଫିଆଙ୍କ ନିୟନ୍ତ୍ରଣରେ ରହିଛି। ସେମାନେ ଶକ୍ତିଶାଳୀ ରାଜନେତା । ସେ ଗାନ୍ଧୀ ଏବଂ ବିନୋଭା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୨୦୧୯ ସେପ୍ଟେମ୍ବର ୧୯ଠାରୁ ମୁଜାଫରନଗରରେ ବିକ୍ଷୋଭ କରିଆସୁଛନ୍ତି। ସେ ନ୍ୟାୟ ପାଇବା ପାଇଁ ଜବରଦଖଲ ହୋଇଥିବା ଜମିକୁ ଫେରାଇ ଆଣିବାକୁ ନିଜ ଜୀବନକୁ ଉତ୍ସର୍ଗ କରିଥିବା କହିଛନ୍ତି। ଭାରତୀୟ କିଷାନ ୟୁନିୟନ ସଭାପତି ନରେଶ ଟିକାୟତ୍‌ ସୋମବାର ତାଙ୍କର ଏହି ଉତ୍ସର୍ଗୀକୃତକୁ ପ୍ରଶଂସା କରି ଏକ ଟୁଇଟ୍‌ କରିଛନ୍ତି। ଏହା ଯୁବପିଢି ପାଇଁ ପ୍ରେରଣା ବୋଲି କହିଛନ୍ତି। ବିଜୟ ଏନେଇ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri