୫ ବର୍ଷ ବିତିଲା ଯାଞ୍ଚ ହେଲାନି ଶିକ୍ଷକଙ୍କ ପ୍ରମାଣପତ୍ର

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରଜ):ନବରଙ୍ଗପୁର ଜିଲାରେ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣ ପତ୍ର ୫ ବର୍ଷ ବିତିଥିଲେ ମଧ୍ୟ ଯାଞ୍ଚ ହୋଇପାରି ନାହିଁ। କେତେକ ଶିକ୍ଷକ ଜାଲ ଶିକ୍ଷାଗତ ଯୋଗ୍ୟତା ଏବଂ ନକଲି ବିଏଡ୍‌ ସିର୍ଟିଫିକେଟ୍‌ରେ ଚାକିରି ପାଇଥିବା ନେଇ ଅଭିଯୋଗ ହେବା ପରେ ଜିଲାପାଳ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାର ପ୍ରାୟ ୩ ମାସ ବିତି ଥିଲେ ମଧ୍ୟ ତଦନ୍ତ ଆରମ୍ଭ ହୋଇନାହିଁ।
୨୦୧୯ରେ ସାରା ରାଜ୍ୟରେ ଥିବା ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଆସିଥିଲା। ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ଏହି ଚିଠିକୁ ଗୁରୁତର ସହ ନେଇ ନବରଙ୍ଗପୁର ଜିଲାରେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଓ ନିୟମିତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ୨୦୧୩ଠାରୁ ୨୦୧୮ ମଧ୍ୟରେ ନବରଙ୍ଗପୁରରେ କାର୍ଯ୍ୟରତ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚପରେ ଜିଲାରେ ୨୩ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଥିଲା। ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତାଙ୍କୁ ବରଖାସ୍ତ କରାଯାଇଛି, ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ତେବେ ଓସେପା ସମଗ୍ର ଶିକ୍ଷା ଅଧୀନରେ ଉଭୟ ପ୍ରାଥମିକ ଓ ହାଇସ୍କୁଲ ଆସୁଛି। ଯଦି ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଗୋଟିଏ ସମୟରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପ୍ରମାଣପତ୍ର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ ହେଉଥିବା ବେଳେ ନିୟମିତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ବିଇଓ କାର୍ଯ୍ୟାଳୟରେ ହୋଇଥିଲା। ଯଦି ଏକା ସମୟ ହୋଇଥିବା ଚିଠି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରାଗଲା ତେବେ ୫ ବର୍ଷ ହେବ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ଚିଠି ଆସି ପଡି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଯାଞ୍ଚ ହୋଇନି। ତାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ହେଉ କିମ୍ବା ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ହେଉ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ହେଲେ ବହୁ ରହସ୍ୟ ପଦାକୁ ଆସିବ। ୨୦୧୫ ବେଳକୁ ତତ୍କାଳୀନ ଜିଲା ଶିକ୍ଷା ଅଧିକାରୀ ହିନ୍ଦି ଓ ସଂସ୍କୃତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ସେହି ସମୟରେ ଭୟରେ ୨ ଜଣ ହିନ୍ଦି ଶିକ୍ଷକ ଚାକିରି ଛାଡି ଚାଲିଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ସେତିକିରେ ଯାଞ୍ଚ ଅଟକି ଯାଇଥିଲା। ପ୍ରାଥମିକ ବିଦ୍ୟାଳୟରେ ଯେପରି ଭାବେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ହୋଇଛନ୍ତି ହାଇସ୍କୁଲ ଗୁଡିକରେ ବି ଅନୁରୂପ ଭାବେ ୨୦୦୮, ୨୦୧୨, ୨୦୧୫, ୨୦୧୮, ୨୦୨୧ ଓ ୨୦୨୨ରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ସେହିପରି ଭାବେ ବ୍ଲକ ଗ୍ରାଣ୍ଟ ସ୍କୁଲଗୁଡିକରେ ବି ବହୁ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ସେ ଚୁକ୍ତି ଭିତ୍ତିକ ହୁଅନ୍ତୁ କି ନିୟମିତ ହୁଅନ୍ତୁ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ପ୍ରମାଣପତ୍ର ଯେପରି ଯାଞ୍ଚ ପାଇଁ ପଠାଗଲା ସେପରି ଭାବେ ସମସ୍ତ ବର୍ଗର ହାଇସ୍କୁଲ ଶିକ୍ଷକଙ୍କ ପ୍ରମାଣ ପତ୍ର ଯାଞ୍ଚ ପାଇଁ ପଠାଗଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି।
ସେହିଭଳି ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ କେତେକ ଶିକ୍ଷକ ଚାକିରିରେ ଥାଇ ବିଏଡ୍‌ ପାସ୍‌ କରି ପଦୋନ୍ନତି ପାଇଛନ୍ତି। ବର୍ଷକରେ ଦୁଇଥର ଲେଖାଏ ବିଏଡ୍‌ ଫଳ ବାହାରି ଥିବା ଓ ସେଥିରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ରହିଛି। ଏହାକୁ ନେଇ ଜିଲା ମଙ୍ଗଳ ଅଧିକାରୀ ତନାଘନା ଚଳାଇଛନ୍ତି। ଜିଲାରେ ଅନେକ ଶିକ୍ଷକ ରାଜ୍ୟ ପରିବର୍ତ୍ତେ ବାହାର ରାଜ୍ୟରୁ ବିଏଡ୍‌ ଯୋଗ୍ୟତା ହାତେଇ ପଦୋନ୍ନତି ନେଇ ସାରିଛନ୍ତି । ବିଏଡ୍‌ ଯୋଗ୍ୟତା ଅସଲି ନା ନକଲି ତାହା କେବେ ମଧ୍ୟ ଯାଞ୍ଚ ହୋଇନାହିଁ। ଜଣେ ଶିକ୍ଷକ ଚାକିରିରେ ଥାଇ ବିଏଡ୍‌ ଓ ପିଜି କରିବାକୁ ଚାହୁଁଛନ୍ତି। ତେବେ ଜିଲା ଶିକ୍ଷା ଅଧିକାରୀ ଓ ଗଣଶିକ୍ଷା ବିଭାଗର ଅନୁମତି ଜରୁରୀ। ଏହି ଜିଲାରେ ତା’ର ବ୍ୟତିକ୍ରମ ଦେଖାଦେଇଛି। ବିଏଡ୍‌ କରିବାକୁ ହେଲେ ଜଏନ୍‌ କରି ପାଠ ପଢ଼ିବା ସହ ପରୀକ୍ଷା ଦେବା ଓ ମାସେ ତାଲିମ ନେବାର ନିୟମ ରହିଛି। ତେବେ ବାହାର ରାଜ୍ୟରେ ବିଏଡ୍‌ କରିଥିବା କେତେକ ଶିକ୍ଷକ ପରୀକ୍ଷା ଦେଇଥିବା କେନ୍ଦ୍ରର କାର୍ଡ ଏଯାଏ ଜାଣି ନାହାନ୍ତି। ସେହିଭଳି ବହୁ ଶିକ୍ଷକ ଅନେକ ଥର ପଦୋନ୍ନତି ପାଇ ଆଦର୍ଶ ଜୀବନ ଯାପନ କରୁଛନ୍ତି। ସେତେବେଳର ସର୍ବଶିକ୍ଷା ଓ ବର୍ତ୍ତମାନର ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପାଇଁ ଏବେ ସୁଦ୍ଧା ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି। ଜିଲା ମଙ୍ଗଳ ବିଭାଗ ଓ ଶିକ୍ଷା ବିଭାଗକୁ ସାର୍ଟିଫିକେଟ ଯାଞ୍ଚ ପାଇଁ ଶିକ୍ଷା ବିଭାଗ ଅନୁଦାନ ଯୋଗାଇ ନ ଥିବାରୁ ଯାଞ୍ଚ କରାଯାଇ ପାରିନାହିଁ ବୋଲି ଅଭିଯୋଗ ହେଉଛି। ଏନେଇ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ବ୍ଲକ ଗ୍ରାଣ୍ଟ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଯାଇଛି। ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଅର୍ଥ ଯୋଗାଡ଼କରି ହାଇସ୍କୁଲ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ବ୍ୟବସ୍ଥା କରାଯିବ। ଏବେ ୫ଜଣ ଶିକ୍ଷକଙ୍କ ନଁାରେ ନକଲି ଶିକ୍ଷାଗତ ଯୋଗ୍ୟତା ଅଭିଯୋଗ ଆସିଛି, ତାହା ଯାଞ୍ଚ ପ୍ରକ୍ରିୟାରେ ରହିଛି ବୋଲି କହିଛନ୍ତି। ସାର୍ଟିଫିକେଟଗୁଡ଼ିକ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅବିଭକ୍ତ କୋରାପୁଟ ଜିଲା ମୂଳ ନିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ମେ’ ୬ରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?