ଫ୍ୟାଶନ ଶୋ’ରେ ଚମକିଲେ ଶିକ୍ଷକ, ଛାତ୍ରୀ

ଅନୁଗୋଳ ଅଫିସ,୫।୧୨ – ନଭେମ୍ବର ୨୬ ଓ ୨୭ ତାରିଖରେ ପୁରୀଠାରେ ଅନୁଷ୍ଠିତ ଗ୍ଲୋବାଲ ମଡେଲ ଇଣ୍ଡିଆ ଫ୍ୟାଶନ ଶୋ’ରେ ଚମକିଛନ୍ତି ଅନୁଗୋଳର ଶିକ୍ଷକ ସୌମ୍ୟ ରଞ୍ଜନ ଓ ଛାତ୍ରୀ ସାଇ ଲକ୍ସନ୍ୟା। ସୌମ୍ୟ ବେଷ୍ଟ ଆକ୍ଟିଭ ମଡେଲ ଭାବେ ପୁରସ୍କୃତ ହୋଇଥିବା ବେଳେ କୁନି ପ୍ରତିଭା ସାଇ ଲକ୍ସନ୍ୟା ହୋଇଛନ୍ତି ବେଷ୍ଟ ଜୁନିୟର।
ପୁଣେର ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ପକ୍ଷରୁ ଏହି ଫ୍ୟାଶନ ଶୋ’ ଆୟୋଜନ କରାଯାଇଥିଲା। ଏଥିରେ ଅନେକ ମଡେଲ ଭାଗ ନେଇଥିଲେ ବି ବଅଁରପାଳସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ବାଣିଜ୍ୟ ବିଭାଗର ଶିକ୍ଷକ ଥିବା ସୌମ୍ୟ ରଞ୍ଜନଙ୍କ ସମ୍ବଲପୁରୀ ବେଶ ପୋଷାକରେ ରାମ୍ପ ସବୁଠାରୁ ଆକର୍ଷଣୀୟ ଥିଲା। ଅନୁଗୋଳ ହେମସୁରପଡାର ବାବାଜୀ ଚରଣ ରାଉତ ଓ ସୌଦାମିନୀଙ୍କ ପୁଅ ସୌମ୍ୟଙ୍କ ପେସା ଶିକ୍ଷକତା ହୋଇଥିଲେ ମଧ୍ୟ ଫ୍ୟାଶନ ତାଙ୍କ ନିଶା ବୋଲି କହିଛନ୍ତି। ସ୍କୁଲରୁ ସମୟ ମିଳିବା ମାତ୍ରେ ସେ ମଡେଲିଂ ଅଭ୍ୟାସରେ ଲାଗିପଡ଼ନ୍ତି। ଦୈନିକ ଏଥିଲାଗି ଅଧଘଣ୍ଟାରୁ ଘଣ୍ଟାଏ ପରିଶ୍ରମ କରୁଥିବା ସୌମ୍ୟ ପ୍ରକାଶ କରିଛନ୍ତି। ସେହିପରି ଅନୁଗୋଳର କୁନି ପ୍ରତିଭା ସାଇ ଲକ୍ସନ୍ୟାଙ୍କ ସମ୍ବଲପୁରୀ ପୋଷାକରେ ରାମ୍ପ ବିଚାରକଙ୍କ ମନକୁ ଛୁଇଁପାରିଥିଲା। ସାଇ ଲକ୍ସନ୍ୟା ହେଉଛନ୍ତି ଅନୁଗୋଳ ରୋଟାରୀ ପବ୍ଲିକ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ। ତାମ୍ରିତ କଲୋନୀରେ ରହୁଥିବା ଲକ୍ଷ୍ମଣ ସାହୁ ଓ ଲକ୍ଷ୍ମୀପ୍ରିୟା ସ୍ବାଇଁଙ୍କ ଏକମାତ୍ର ଝିଅ ସାଇ ଓଡ଼ିଶୀ ନୃତ୍ୟ, ଡ୍ରଇଁରେ ମଧ୍ୟ ରୁଚି ରଖିଛନ୍ତି। ଡ୍ରଇଁ ପ୍ରତିଯୋଗିତା ବେଳେ ବିଚାରଙ୍କ ପରାମର୍ଶ ଅନୁଯାୟୀ ସେ ମଡେଲିଂରେ ପାଦ ଦେଇଛନ୍ତି। ପୁଣେରେ ଏକ ଫ୍ୟାଶନ ଶୋ’ ପାଇଁ ତାଙ୍କୁ ମନୋନୀତ କରାଯାଇଥିବା ସାଇ ଲକ୍ସନ୍ୟା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ସ୍କର୍ପିଓ, ବସ୍‌ ସହ ମୁହାଁମୁହିଁ ହେଲା କାର୍‌, ଚାଲିଗଲା ୪ ଜୀବନ

କରଞ୍ଜିଆ,୨୭ା୪(କବିତା ମହାନ୍ତ) : ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ସ୍କର୍ପିଓ ପିଟିଥିବାରୁ ବାଇକ୍‌ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ…

ପାଣି ପାଇଁ ତାତିଲେ ମହିଳା: ବ୍ଲକ କାର୍ଯ୍ୟାଳୟ ଘେରାଉ…

ଆଳି,୨୭।୪(ବନମାଳୀ ସେନାପତି): ପାଣି ପାଇଁ ତାତିଲେ ମହିଳା। ପାଇପ ଯୋଗେ ଠିକ ଭାବେ ପାଣି ମିଳୁ ନ ଥିବାରୁ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତୁରନ୍ତ…

ଜୟପୁର ସହରରରେ ସେକ୍ସ ର଼୍ୟାକେଟ୍‌: ମାଷ୍ଟର ମାଇଣ୍ଡ ସମେତ ବସ୍‌ଷ୍ଟାଣ୍ତରୁ ୩ ମହିଳାଙ୍କୁ ଉଠାଇନେଲା…

ଜୟପୁର,୨୭।୪(ପବନ ପାଣିଗ୍ରାହୀ)-ଜୟପୁର ସରକାରୀ ବସଷ୍ଟାଣ୍ତ ନିକଟରୁ ସେକ୍ସ ର଼୍ୟାକେଟ୍‌ ଅଭିଯୋଗରେ ଟାଉନ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨ ନାବାଳିକାଙ୍କୁ ବାଳସୁଧାର ଗୃହକୁ ପଠାଇଛି।…

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ନେଲେ ଚରମ ନିଷ୍ପତ୍ତି, ଗରା ବାଲଟି ଧରି ଧାରଣାରେ ବସିଲେ

ଉଦଳା,୨୭ା୪(ସନ୍ତୋଷ କୁମାର ବାଚ୍ଛିନୀ): ଦୀର୍ଘ ବର୍ଷ ହେବ ଗ୍ରାମରେ ରହିଛି ପାନୀୟ ଜଳ ସମସ୍ୟା। ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ନ ଶୁଣିବାରୁ…

ସମ୍ବଲପୁରରେ ତୃତୀୟ ରାଜ୍ୟ ସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ

​ସମ୍ବଲପୁର,୨୭।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ୩ୟ ରାଜ୍ୟ ପୋଲିସ ସନ୍ତରଣ ଓ କ୍ରସକଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି । ଡିଜିପିଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ଗଞ୍ଜାମ ଏନ୍‌ଏସିର ଠିକଣା ବଦଳିଲା, ଏଣିକି ନୂଆ ପରିଚୟ ହେଉଛି…

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ବହୁ ପୁରାତନ ଏନ୍‌ଏସି କାର୍ଯ୍ୟାଳୟ ଏବେ ଖାଁ ଖାଁ। ବର୍ତ୍ତମାନ ଗଞ୍ଜାମ ଏନ୍‌ଏସିର ନୂଆ ପରିଚୟ ଏବେ…

ଆନ୍ଧ୍ର ବି.ଇଡି ନାମଲେଖା ନାଁରେ ଠକେଇ, ୨ ଗିରଫ

ଝାରସୁଗୁଡ଼ା,୨୭।୪ (ଆଶିଷ ରଞ୍ଜନ ଦାଶ): ଓଡ଼ିଶାର ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଥିବା ଏକ ଆନ୍ତଃରାଜ୍ୟ ଶିକ୍ଷା ଠକେଇ ର଼୍ୟାକେଟକୁ ଝାରସୁଗୁଡ଼ା ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ…

ଆରମ୍ଭ ହେବ ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା, ରଙ୍ଗବେରଙ୍ଗ ଆଲୋକମାଳା ଝଲସୁଛି କୋରାପୁଟ ସହର

କୋରାପୁଟ,୨୭।୪(ଅମିତାଭ ବେହେରା ): ସୋମବାରଠୁ କୋରାପୁଟ ସହରରେ ଆରମ୍ଭ ହେବାକୁ ଯାଉଛି ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା । ତେଣୁ ମା’ଙ୍କ ପୁଚିଲାସାହିସ୍ଥିତ ଅସ୍ଥାୟୀ ମଣ୍ଡପ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri