ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର ଆବାହକ ତଥା ଜିଲା ଓଷ୍ଟା ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ତପନ କୁମାର ନାୟକଏହି ଦାବିପତ୍ର ଗ୍ରହଣ କରିଥିଲେ। ଏହା ପରେ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଅନୁଦାନ, ପେନ୍‌ସନ, ଖାଲି ପଦବୀ ପୂରଣ, ଗ୍ରେଡ୍‌ ପେ’ରେ ଥିବା ଅସଙ୍ଗତି ଦୂରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ବରିଷ୍ଠତା ପ୍ରଦାନ ଏବଂ ଅବସର ବୟସ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ଦାବି ଉଠାଯାଇଥିଲା। ସରକାର ଅଗଷ୍ଟ ୧୫ ସୁଦ୍ଧା ଦାବିଗୁଡ଼ିକ ଉପରେ ନିଷ୍ପତ୍ତି ନ ନେଲେ ଅଗଷ୍ଟ ୧୬ରେ ଭୁବନେଶ୍ୱରରେ ବିଶାଳ ମହାସମାବେଶ ଓ ଧାରଣା ଦିଆଯିବ ବୋଲି ସମିତି ଚେତାବନୀ ଦେଇଛି। ସଭାରେ ଜିଲା ସଭାପତି ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ସମେତ ରାଜ୍ୟ ଉପସଭାପତି ବିଜୟ କୁମାର ଭଟ୍ଟ, ଦିବାକର ରାଓ, ଫକୀର ଚରଣ ଖୁଣ୍ଟିଆ, ମନୋଜ କୁମାର ମହାପାତ୍ର, ଦେବେନ୍ଦ୍ର କୁମାର ବୈଦ୍ୟଙ୍କ ସମେତ ୧୪ଟି ବ୍ଲକର ସଭାପତି, ସମ୍ପାଦକ, ଜିଲା ପଦାଧିକାରୀ ଏବଂ ଶତାଧିକ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ରୋକିବା ନେଇ ଗୁରୁତ୍ୱାରୋପ, ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରଖି…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ କାର୍ଯ୍ୟକାରିତା ସହ ବାଲ୍ୟ ବିବାହ ରୋକିବା ଦିଗରେ ନିଯୁକ୍ତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ…

ଗାଧୋଇବାକୁ ଯାଇଥିଲେ, ମିଳିଲା ମୃତଦେହ

ନୂଆପଡ଼ା,୧୦ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ ମିଛାପାଲି ପଞ୍ଚାୟତ ଗରେଲ ବାହାଲିପଡ଼ାରେ ଏକ ଅଘଟଣ ଘଟିଛି। ଚହଲା ପାଣିରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ…

ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍‌ଏସିକୁ ଦାବିପତ୍ର ପ୍ରଦାନ କରି…

ପଦ୍ମପୁର,୧୦ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଏନ୍‌ଏସି ଅନ୍ତର୍ଗତ ଥାନା ସମ୍ମୁଖରୁ ଡା. ବି.ଆର୍‌. ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଦୂର କରି ତୁରନ୍ତ ରାସ୍ତା ନିର୍ମାଣ ଓ…

କେବିକେ ବିକାଶ ଯୋଜନାରୁ ବଞ୍ଚିତ ହେବେ ୪ ପଞ୍ଚାୟତ, ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କେବିକେ ବିକାଶ ଯୋଜନାର ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକର ୧୨ଟି ପଞ୍ଚାୟତ…

ଲାଲୁଙ୍କ ପରିବାରକୁ ବଡ଼ ଝଟକା; IRCTC ମନି ଲଣ୍ଡରିଂ ମାମଲାରେ କୋର୍ଟ କହିଲେ..

ପାଟନା,୧୦।୯: IRCTC ଅର୍ଥ ହେରଫେର (ମନି ଲଣ୍ଡରିଂ) ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର (୧୦…

ଭାରତ ଗସ୍ତ କରିବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ; ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଅଂଶଗ୍ରହଣ ନ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦିଆଯାଇଛି।…

୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୦।୯:ଅଧିନାୟକ ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ ଦଳ ୨୦୨୬ ଦୁଲିପ ଟ୍ରଫି (Duleep Trophy) ବିଜୟୀ ହୋଇଛି। ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଦଳ…

ସରକାରଙ୍କ ଋଣ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ପରାମର୍ଶ

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଜିଲା ବ୍ୟାଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri