ଶ୍ରେଣୀଗୃହ ବିନା ଶିକ୍ଷକ

ସମୟର ସୁଅ ସହିତ ଟେକ୍ନୋଲୋଜିର ଉନ୍ନତି ହୋଇଛି, ଯାହାଦ୍ୱାରା ସମାଜରେ ଅନେକ ପରିବର୍ତ୍ତନ ଆସିଛି। ପରିବହନ, ଦକ୍ଷତା ଏବଂ ନିରାପତ୍ତାଠାରୁ ଆରମ୍ଭ କରି ଖାଦ୍ୟ ଏବଂ ସ୍ବାସ୍ଥ୍ୟସେବା, ସାମାଜିକୀକରଣ ଏବଂ ଉତ୍ପାଦକତା ପର୍ଯ୍ୟନ୍ତ ଟେକ୍ନୋଲୋଜି ଏକବିଂଶ ଶତାବ୍ଦୀର ଜୀବନର ପ୍ରାୟ ସମସ୍ତ ଦିଗକୁ ପ୍ରଭାବିତ କରିଛି। ଅନେକ ଟେକ୍ନୋଲୋଜି ସମୟ ଏବଂ ପରିଶ୍ରମ ସଞ୍ଚୟ କରି ଆମ ଜୀବନକୁ ସହଜ କରିବାରେ ସାହାଯ୍ୟ କରି ଆସୁଛି। ଇଣ୍ଟରନେଟର ଶକ୍ତି ଦ୍ୱାରା ସହଜରେ ବିଭିନ୍ନ ବିଚାର, ଗବେଷଣା ଏବଂ ସଂସାଧନଗୁଡ଼ିକୁ ସହଜରେ ବାଣ୍ଟିବା ବା ଆଦାନପ୍ରଦାନ କରିବା ପାଇଁ ବିଶ୍ୱସ୍ତରୀୟ ସମୁଦାୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। କିନ୍ତୁ ଏବେ ବି ମହତ୍ତ୍ୱ ଅଛି ପୁସ୍ତକର। ପୁସ୍ତକ ପଢ଼ିବାର ମହତ୍ତ୍ୱକୁ କେବେ ବି ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ବଦଳା ଯାଇପାରିବ ନାହିଁ। ପଢ଼ିବା ପାଇଁ ଉପଯୁକ୍ତ ପରିବେଶ, ଏକ ପାଠାଗାର ବ୍ୟତୀତ ଆଉ କ’ଣ ହୋଇପାରେ! ପାଠାଗାର ହେଉଛି ଏକ ଅନୁଷ୍ଠାନର ହୃଦୟ ସଦୃଶ, ଯାହାକି ଏକ ଶିକ୍ଷା ବ୍ୟବସ୍ଥାର ଏକ ପ୍ରଧାନ ଅଙ୍ଗ। ପ୍ରତ୍ୟକ ଶିକ୍ଷାନୁଷ୍ଠାନର ଶ୍ରେୟ ଏହାର ପାଠାଗାରର ସଂସାଧନ, ଭିତ୍ତିଭୂମି ଏବଂ କର୍ମଚାରୀମାନଙ୍କ ଉପରେ ନିର୍ଭର କରେ। ପାଠାଗାରକୁ ବିଭିନ୍ନ ଶବ୍ଦ ଯାଥା ଗ୍ରନ୍ଥାଗାର, ଗ୍ରନ୍ଥାଳୟ, ଲାଇବ୍ରେରି ଆଦି ନାମରେ ସମସ୍ତେ ଜାଣନ୍ତି। ପାଠାଗାର ମଧ୍ୟରେ ଅତିବାହିତ ଯାହାର ଜୀବନ; କର୍ମସ୍ଥଳୀ ଯାହାର ପାଠାଗାର, ଯାହାର ମନ ପାଠାଗାରରେ ଲୀନ; ସେ କିଏ ସମସ୍ତେ ଜାଣନ୍ତି।
ଗ୍ରନ୍ଥାଗାରର ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ ଗ୍ରନ୍ଥାଗାରର ସଂରକ୍ଷକ, ପରିଚାଳକ ଏବଂ ପାଠକଙ୍କ ଭବିଷ୍ୟତର ମାର୍ଗଦର୍ଶକ। କିନ୍ତୁ ଦୁଃଖର ବିଷୟ, ସରକାରଙ୍କୁ ଲାଗୁଛି ବୋଧେ ଦରକାର ନାହିଁ ଗ୍ରନ୍ଥାଗାର ପାଇଁ ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ। ପାଠକଙ୍କୁ ମିଳୁନି ଆଶାନୁରୂପ ପାଠାଗାର ସେବା, ବିଦ୍ୟମାନ ପାଠାଗାରଗୁଡ଼ିକୁ ମିଳୁନି ତାଲିମପ୍ରାପ୍ତ ଗ୍ରନ୍ଥାଗାରିକର ସେବା। ଏହିପରି ଭାବରେ ଗ୍ରନ୍ଥାଗାର ସହ ଗ୍ରନ୍ଥାଗାରିକଙ୍କ ଅବସ୍ଥା ସରକାରଙ୍କର ଦୃଷ୍ଟି ଆକର୍ଷଣ କରିପାରିଲେ କିଛି ବ୍ୟବସ୍ଥା ହୋଇପାରନ୍ତା।
ଛାତ୍ରୀଛାତ୍ରମାନେ ସେମାନଙ୍କ କ୍ୟାରିଅରରେ ଉନ୍ନତି ଆଣିବା ପାଇଁ ପାଠାଗାର ବ୍ୟବହାର କରନ୍ତି। ଉପଯୁକ୍ତ ପାଠକଙ୍କୁ ଉପଯୁକ୍ତ ସମୟରେ ଉପଯୁକ୍ତ ସଂସାଧନ ଯୋଗାଇଦେବା ପାଇଁ ଗ୍ରନ୍ଥାଗାରିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପାଠକଙ୍କ ମାର୍ଗଦର୍ଶକ ହୋଇଥାନ୍ତି ଗ୍ରନ୍ଥାଗାରିକ ମାନେ।
ଟେକ୍ନୋଲୋଜିର ଯେତେ ଉନ୍ନତି ହେଲେ ମଧ୍ୟ, ପ୍ରତି ଲାଇବ୍ରେରିକୁ ଲାଇବ୍ରେରିଆନର ଆବଶ୍ୟକତା ରହିଛି। ସେଥିପାଇଁ ତ ପ୍ରସିଦ୍ଧ ବ୍ରିଟିଶ ଔପନ୍ୟାସିକ ନିଲ୍‌ ଜି’ ଆଇମାନ କହିଛନ୍ତି ଯେ, ଗୁଗୁଲ ଆପଣଙ୍କୁ ଏକ ଶହ ହଜାର ଉତ୍ତର ଖୋଜି ବାହାର କରିଦେଇ ପାରେ, କିନ୍ତୁ ଜଣେ ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ ଆପଣଙ୍କୁ ଠିକ୍‌ଟି ହିଁ ଦେଇପାରିବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି)ର ନିୟମ ଅନୁସାରେ ଲାଇବ୍ରେରିଆନ ପଦବୀକୁ ଶିକ୍ଷଣିକ (ଏକାଡେମିକ) ସ୍ତରର ପଦଗୁଡ଼ିକ ସହ ତୁଳନା କରାଯାଇଛି। ବିଭିନ୍ନ ଅନୁସନ୍ଧାନ ବା ରିସର୍ଚ୍ଚ ସଂସ୍ଥାରେ ଲାଇବ୍ରେରିଆନ ପଦଗୁଡ଼ିକୁ ସୂଚନା ଅଧିକାରୀ, ସୂଚନା ବୈଜ୍ଞାନିକ, ସୂଚନା ବିଜ୍ଞାନୀ ଆଦି ନାମରେ ନିଯୁକ୍ତି ମିଳୁଛି।
ଜଣେ ଲାଇବ୍ରେରିଆନର ଗୁରୁତ୍ୱ କ’ଣ, ଏହା କେବଳ ଜଣେ ଲାଇବ୍ରେରିକୁ ଭଲପାଉଥିବା, ଲାଇବ୍ରେରି ସହିତ ଜଡିତ ଥିବା ଏବଂ ଲାଇବ୍ରେରିକୁ ବ୍ୟବହାର କରୁଥିବା ଲୋକ ହିଁ ବୁଝିପାରିବ। ଲାଇବ୍ରେରିଆନ କେବଳ ପାଠକଙ୍କୁ ପୁସ୍ତକ ଆଦାନ ପ୍ରଦାନ କରନ୍ତି ନାହିଁ, ଏହା ସହିତ ପାଠାଗାରରେ ଉପଯୁକ୍ତ ସଂସାଧନକୁ ଉପଯୁକ୍ତ ସମୟରେ ଉପଲବ୍ଧ କରାଇ ଉପଯୁକ୍ତ ବ୍ୟକ୍ତିଙ୍କୁ ସୂଚିତ କରିବା, ପାଠକଙ୍କ ମାନସିକ ଅଧ୍ୟୟନ, ପାଠକଙ୍କୁ ମାର୍ଗଦର୍ଶନ, ପୁସ୍ତକ ଏବଂ ଅନ୍ୟ ପଠନ ଉପଯୋଗୀ ସଂସାଧନର ଚୟନ, ପାଠାଗାର ଶୃଙ୍ଖଳା ଏବଂ ପରିଚାଳନା ଆଦି ଅନେକ କାର୍ଯ୍ୟଭାର ତୁଲାଇଥାନ୍ତି। ଏତଦବ୍ୟତୀତ ପାଠାଗାରର ଟେକ୍ନିକାଲ କାର୍ଯ୍ୟ ଯେପରିକି ସୂଚୀକରଣ (କ୍ୟାଟେଲଗିଂ), ବର୍ଗୀକରଣ (କ୍ଲାସିଫାଇଙ୍ଗ), ଅନୁକ୍ରମଣ (ଇଣ୍ଡେକ୍ସଇଂ), ଅଟୋମେଶନ, ଡିଜିଟାଲାଇଜେଶନ ଇତ୍ୟାଦି ଦାୟିତ୍ୱ ମଧ୍ୟ ନିଭାଇଥାନ୍ତି। ଆମେରିକୀୟ ପାଣିପାଗ ଉପସ୍ଥାପକ ତଥା ରେଡିଓ/ଟିଭି ବ୍ୟକ୍ତିତ୍ୱ ୱିଲାର୍ଡ ସ୍କଟ୍‌ କହିଛନ୍ତି, ଲାଇବ୍ରେରିଆନ ସର୍ବଦା ସର୍ବାଧିକ ଚିନ୍ତିତ ଏବଂ ସାହାଯ୍ୟକାରୀ ଲୋକଙ୍କ ମଧ୍ୟରେ ରହିଆସିଛନ୍ତି। ସେମାନେ ଶ୍ରେଣୀଗୃହ ବିନା ଶିକ୍ଷକ।
ଭାରତରେ ଲାଇବ୍ରେରି ବିକାଶର ନେତୃତ୍ୱ ନେଇଥିବା ପାଠାଗାର ବିଜ୍ଞାନ ବା ଲାଇବ୍ରେରି ସାଇନ୍ସର ଜାତୀୟ ପ୍ରଫେସର, ଶିକ୍ଷାବିତ୍‌, ଗଣିତଜ୍ଞ ତଥା ଜଣେ ମହାନ ଗ୍ରନ୍ଥାଗାରିକ ଡ.ଏସ. ଆର୍‌. ରଙ୍ଗନାଥନଙ୍କ ଜନ୍ମଦିନ ଅଗଷ୍ଟ ୧୨ ତାରିଖକୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବରେ ପାଳନ କରାଯାଏ।
ଲାଇବ୍ରେରି ସାଇନ୍ସରେ ତାଙ୍କର ବହୁ ଅବଦାନ ପାଇଁ ରଙ୍ଗନାଥନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ପୂରା ନାମ ଶିୟାଲି ରାମାମ୍ରିତ ରଙ୍ଗନାଥନ, ଯିଏ କି ଭାରତରେ ପାଠାଗାର ବିଜ୍ଞାନ, ଡକ୍ୟୁମେଣ୍ଟେଶନ ଏବଂ ସୂଚନା ବିଜ୍ଞାନର ଜନକ ଭାବରେ ପରିଗଣିତ ହୋଇଛନ୍ତି ଏବଂ ଏହି କ୍ଷେତ୍ରରେ ତାଙ୍କର ମୌଳିକ ଚିନ୍ତାଧାରା ପାଇଁ ସାରା ବିଶ୍ୱରେ ମଧ୍ୟ ସେ ଜଣାଶୁଣା।

  • ନିରଞ୍ଜନ ମହାପାତ୍ର
    ମୋ: ୯୦୧୫୮୧୨୩୪୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri