ବିନା ଅନୁମତିରେ ଛୁଟି ରହିବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ଶିକ୍ଷକ

 ନବରଙ୍ଗପୁର,୧୩।୨(ସଦାଶିବ ପ୍ରହରାଜ): ସରକାରୀ ନିଯୁକ୍ତି ଆଇନ ଓ ବ୍ୟବସ୍ଥାକୁ ଅଣଦେଖା। ଚାକିରୀରେ ଥାଇ ବିନା ଉପରିସ୍ଥ ଅଧିକାରୀଙ୍କ ଅନୁମତିରେ ଛୁଟିରେ ରହିବା ସହ ନିୟମିତ ବିଏଡ୍‌ ପଢୁଛନ୍ତି। ଏକ ବର୍ଷରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ। ଫଳରେ ପିଲାଙ୍କ ଶିକ୍ଷା ଅଧିକାର କ୍ଷୁର୍ଣ୍ଣ ହେଲା। ସିଆରସିସି, ଏବିଇଓ ଏବଂ ବିଇଓ ସମସ୍ତେ ବିଦ୍ୟାଳୟ ପରିଚାଳନା, ପାଠପଢ଼ା, ଶିକ୍ଷକଙ୍କ ଛୁଟି ଓ ଅନୁମତି ଆଦି ଜାଣିବା ଜରୁରୀ। କିନ୍ତୁ ଏହି ନିୟମ ଖିଲାପ କରିବା ଅଭିଯୋଗରେ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ହିର୍ଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଚରଣ ସିଂ ହରିଜନଙ୍କୁ ନିଲମ୍ବିତ କରାଯାଇଛି।
ସୂଚନାନୁଯାୟୀ, ଶିକ୍ଷକ ଚରଣ ସିଂ ହରିଜନ ୨୦୨୩ ଜୁଲାଇ ୨୭ରୁ ବିନା ଛୁଟିରେ ରହିଛନ୍ତି। ସେ ଡାବୁଗାଁ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୨୨୩ର ବିଏଲଓ ଭାବେ ମଧ୍ୟ ନିୟୋଜିତ। ସେ ଭବାନୀପାଟଣାରେ ନିୟମିତ ବିଏଡ୍‌ କରୁଛନ୍ତି। ଏ ନେଇ ସେ ବିଇଓ, ଡିଇଓ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମତି ମଧ୍ୟ ନେଇନାହାନ୍ତି।
ବିନା ଅନୁମତି ଓ ଛୁଟିରେ ଜଣେ ଶିକ୍ଷକ କିଭଳି ବିଏଡ୍‌ କରିବାକୁ ଗଲେ ତାହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଯଦି ସେ ବିଏଡ୍‌ ପାଇଁ ପରୀକ୍ଷା ଦେଇ ଚୟନ ହୋଇ ଜଏନ କରିଛନ୍ତି ତଥାପି ମଧ୍ୟ ପ୍ରଶାସନିକ ଅନୁମତି ନେଇ ନାହାନ୍ତି। ଯାହା  ସରକାରୀ ନିଯୁକ୍ତି ଆଇନକୁ  ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଛାତ୍ରୀଛାତ୍ରଙ୍କ କର୍ତ୍ତବ୍ୟ। କିନ୍ତୁ ଶିକ୍ଷକ ଜଣଙ୍କ ବିନା ଅନୁମତିରେ ବିଏଡ୍‌ କରିବା ଦ୍ୱାରା ପିଲାଙ୍କ ପଢ଼ାରେ କ୍ଷତି ହୋଇଛି। ଘଟଣା ସମ୍ପର୍କରେ ଡିଇଓ ଛତ୍ରପତି ସାହୁ ଜାଣି ଏଡିଇଓ ରେଶମଲାଲ ନାୟକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଡିଇଓ ନାୟକ ତଦନ୍ତ ରିପୋର୍ଟ ଦେଲେଯେ, ଶିକ୍ଷକ ଚରଣ ସିଂ ୨୦୨୩ ଜୁଲାଇ ୨୭ରୁ ବିନା ଛୁଟି ଓ ବିନା ଅନୁମତିରେ ବିଏଡ୍‌ କରୁଛନ୍ତି। ଦରମା ପାଉନଥିଲେ ମଧ୍ୟ ୨୦୨୩ ଜୁଲାଇ ମାସର ଦରମା ପାଇଛନ୍ତି।
ଡାବୁଗାଁ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୨୨୩ର ବିଏଲ୍‌ଓ ଦାୟିତ୍ୱରେ ରହିଛନ୍ତି। ଏଡିଇଓଙ୍କ ଏହି ରିପୋର୍ଟ ପରେ ଡିଇଓ ଶିକ୍ଷକ ଚରଣ ସିଂ ହରିଜନଙ୍କୁ ନିଲମ୍ବିତ କରିବାକୁ ପାପଡ଼ାହାଣ୍ଡି ବିଇଓ ସୌମେନ୍ଦ୍ର ଭୌମିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଇଓ ୬ ତାରିଖରେ ଚିଠି ନମ୍ବର ୨୪୧ରେ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।
ଏନେଇ ଜିଲା ନିର୍ବାଚନ ବିଭାଗରେ ପଚାରିବା ପରେ ଚରଣ ସିଂ ବିଏଲ୍‌ଓ ଦାୟିତ୍ୱରେ ଥିବା ଯୋଗୁ ୬୦ ପ୍ରତିଶତ ଭାବେ ୪୨୦୦ ଟଙ୍କା ସହାୟତା ପାଇଛନ୍ତି। ଆଉ ୪୦ ପ୍ରତିଶତ ୨୮୦୦ ଟଙ୍କା ଆକାଉଣ୍ଟକୁ ଯିବ ବୋଲି ଜଣାପଡିଛି। ଶିକ୍ଷକ ଜଣଙ୍କ ସ୍କୁଲରେ ଅନୁପସ୍ଥିତ ରହୁଥିବାବେଳେ ବିଏଲଓ ଦାୟିତ୍ୱରେ ରହି କିଭଳି ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟ ତୁଲାଇଲେ ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ କହିଛନ୍ତି।
ନିୟାମାନୁଯାୟୀ ବିଇଓ ବିଏଲ୍‌ଓ ନିଯୁକ୍ତ କରି ବିଡିଓଙ୍କୁ ନାମ ପ୍ରଦାନ କରନ୍ତି। ବିଡିଓ ତାହାକୁ ଇଆର୍‌ଓଙ୍କୁ ପଠାଇଥାନ୍ତି। ଉକ୍ତ ତାଲିକା ଜିଲା ନିର୍ବାଚନ ବିଭାଗକୁ ଆସିବା ପରେ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ବିଏଲ୍‌ଓ ପ୍ରାପ୍ୟ ପାଇଥାନ୍ତି। ଦୀର୍ଘ ଦେଢ଼ ବର୍ଷ ହେବ ବିଦ୍ୟାଳୟକୁ ଆସୁ ନ ଥିବା ଶିକ୍ଷକ କିଭଳି ବିଏଲ୍‌ଓ ଦାୟିତ୍ୱ ତୁଲାଇଲେ। ସିଆର୍‌ସିସି, ଏବିଇଓ, ବିଇଓ ଏ ସମ୍ପର୍କରେ କିଭଳି ଜାଣି ପାରିଲେ ନାହିଁ ଏହି ସବୁର ତଦନ୍ତ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?