ଚକୋଲେଟ ଦେଇ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାରଣ, ମା’ବାପାଙ୍କ ଅଭିଯୋଗ ପରେ ବନ୍ଧା ହେଲେ ଶିକ୍ଷକ…

ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି । ଏକ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହୁମ୍ମା ଫାଣ୍ଡି ପୋଲିସ ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଶିକ୍ଷକ ଜଣଙ୍କ ହେଲେ ବୋରିଗାଁ ଗ୍ରାମର ଲିଙ୍ଗରାଜ ମହାଙ୍କୁଡ଼ (୪୦)।

ପ୍ରାଥମିକ  ବିଦ୍ୟାଳୟରେ ଶନିବାର ସକାଳେ ପାଠ ପଢ଼ା ଚାଲିଥିବା ବେଳେ ଏକୁଟିଆ ଥିବା ସୁଯୋଗ ନେଇ ଶିକ୍ଷକ ଲିଙ୍ଗରାଜ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଏକ ଚକୋଲେଟ ଦେଇ ଅସଦାଚରଣ କରିଥିଲେ। ସ୍କୁଲ ଛୁଟି ପରେ ଛାତ୍ରୀଜଣଙ୍କ ବାପାମା’ଙ୍କୁ ଏନେଇ ଜଣାଇଥିଲେ। ଅଭିଭାବକ ଆସି ଏହାକୁ ବିରୋଧ କରିବା ସହ ରମ୍ଭା ଥାନା ହୁମ୍ମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣିଆଙ୍କ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ଶିକ୍ଷକ ଲିଙ୍ଗରାଜ ମହାଙ୍କୁଡ଼ଙ୍କୁ  ଅଟକ ରଖି ପଚରାଉଚରା କରିବା ପରେ ମାମଲା ରୁଜୁ କରିଥିଲା। ଏହାପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ଏସ୍‌ଆଇ ସତ୍ୟଜିତ ବେଣିଆ ସୂଚନା ଦେଇଛନ୍ତି। ଅପରପକ୍ଷେ ଅଭିଯୁକ୍ତ ଶିକ୍ଷକ ନିଜ ଉପରେ ଲାଗିଥିବା ଅଭିଯୋଗକୁ  ଖଣ୍ଡନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନ ପରେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ଏଏସପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଦାରିଙ୍ଗବାଡ଼ି ବ୍ଲକ୍ ସଭାଗୃହ ପରିସରରେ ଅନୁଷ୍ଠିତ...

ଦାରିଙ୍ଗବାଡ଼ିକୁ ବିଳମ୍ବରେ ଆସିଲା ଶୀତ: ଖସୁଛି ପାରଦ, ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ‘ଓଡ଼ିଶାର କାଶ୍ମୀର’ ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ଶୀତ ଆସିବାରେ ବିଳମ୍ବ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ତାପମାତ୍ରା...

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

ଦିଗପହଣ୍ଡି ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଅଟକ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ପୋଲିସ ଫାଣ୍ଡି ନିକଟରୁ ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ...

ଦିଗପହଣ୍ଡିରେ ଜାତୀୟ ଆଇନ ସେବା ଦିବସ ପାଳିତ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ରବିବାର ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ...

କଲେଜ୍ ଛାତ୍ରୀ ଅପହରଣ ପରେ ବଳାତ୍କାର ମାମଲା: ୩ ମାସ ପରେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା କଲେଜ୍ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର...

କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ତେଲ ଟିଣ ଡୁମେରପିଟାରୁ ଜବତ

ବଲାଙ୍ଗିର,୯।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁରୁ କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ବିପୁଳ ପରିମାଣର ତେଲ ଟିଣକୁ କଣ୍ଟାବାଞ୍ଜି ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri