ଶିକ୍ଷକ ନିର୍ଯାତନା

ଛାତ୍ରୀ ନିର୍ଯାତନା ତଥା ଅନ୍ୟାନ୍ୟ କୋଳାହଳ ମଧ୍ୟରେ ଉଚ୍ଚଶିକ୍ଷାରେ ନିୟୋଜିତ ଶିକ୍ଷକମାନଙ୍କର ଉପତ୍ୀଡ଼ନର ସ୍ବର ସାଧାରଣତଃ ଶୁଣିବାକୁ ମିଳେ ନାହିଁ।ନିଜର ପୁଅଝିଅଙ୍କୁ ମଣିଷ କରିବାକୁ ଯାଇ  ମା’ ବାପା ଅବା ଅଭିଭାବକମାନଙ୍କର ଅପ୍ରାସଙ୍ଗିକ ଅଶ୍ରୁପାତ ସମ କଲେଜ ଶିକ୍ଷକମାନଙ୍କର ଦୁର୍ଦ୍ଦଶା।ଏବେ ଦେଖିବା ନିର୍ଯାତନାର ଉତ୍ସ।
ପ୍ରଥମେ ସରକାରୀ କଲେଜ।ଏ କ୍ଷେତ୍ରରେ ଯନ୍ତ୍ରଣାର ବିଶାଳ ଓ ଚିରନ୍ତନ ଉତ୍ସ ସରକାର। ସରକାର ମାନେ ଉପତ୍ୀଡ଼ନର ନିରାକରଣ ବୋଲି ସାଧାରଣରେ ଥିବା ଧାରଣା, ସାଧାରଣତଃ ସରକାରୀ କଲେଜ ସ୍ତରରେ ଦେଖାଯାଏ ନାହିଁ।କାମ କରେଇ ଯଦି ପାରିଶ୍ରମିକ ବା ସମ୍ମାନ ବା ସାମାନ୍ୟ ସୁବିଧା ସୁଯୋଗ ଦିଆ ନ ଯାଏ ତା’ହେଲେ ଏହାକୁ ନିର୍ଯାତନା ଛଡ଼ା ଆଉ କ’ଣ ବା କୁହାଯିବ? ଦୀର୍ଘ ୨୦ ବର୍ଷ ଧରି ପ୍ରାଧ୍ୟାପକ ପରେ ସେମାନଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଧରେଇ, ମାସେ, ଦୁଇମାସ ନୁହେଁ, ବର୍ଷ ପରେ ବର୍ଷ ଚାବୁକ ଉଞ୍ଚେଇ ଯଦି କାମ କରିବାକୁ ବାଧ୍ୟ କରାଯାଏ, ଏହାକୁ କ’ଣ କୁହାଯିବ? ଏବେ ଉଚ୍ଚ ନ୍ୟାୟାଳୟ କହିଲେଣି ଭାରପ୍ରାପ୍ତ ଅଧ୍ୟକ୍ଷ ବ୍ୟବସ୍ଥା ଖୁବ୍‌୍‌ ବେଶିରେ ୬ମାସ।ଆଗରୁ ଅଧ୍ୟକ୍ଷମାନଙ୍କ ଦାୟିତ୍ୱ ଓ ତାଙ୍କ ପଦବୀକୁ ସମ୍ମାନ ଦେଇ ସେମାନଙ୍କୁ ଦେୟମୁକ୍ତ ଘର, ଏକ ଆବାସିକ ଅଫିସ, ସାହାଯ୍ୟକାରୀ କର୍ମଚାରୀ ଇତ୍ୟାଦିର ବ୍ୟବସ୍ଥା ଥିଲା।ଏବେ ସେ ସବୁର ଚିହ୍ନବର୍ଣ୍ଣ ନାହିଁ, ଯେହେତୁ ଅଧ୍ୟକ୍ଷ ନିୟମିତ ନୁହନ୍ତି, ଭାରପ୍ରାପ୍ତ! ସରକାରୀ କଲେଜ, ବିଶେଷତଃ ସ୍ବୟଂଶାସିତ କଲେଜର ଅଧ୍ୟକ୍ଷମାନେ ପ୍ରଫେସର ଗ୍ରେଡର ଏବଂ ୟୁଜିସି ସ୍କେଲ୍‌ରେ ସେମାନେ ବରିଷ୍ଠ ପ୍ରଶାସନିକ ପାହ୍ୟାର (ସିନିୟର ଆଡମିନିଷ୍ଟ୍ରେଟିଭ ଗ୍ରେଡ) ଅଧିକାରୀ।ତୁଳନାତ୍ମକ ଭାବେ ଦେଖିଲେ ସେମାନେ ଅତିରିକ୍ତ ସଚିବ ପାହ୍ୟାର।ଅଥଚ ଅତିରିକ୍ତ ସଚିବ କେଉଁଠି ନା ଭାରପ୍ରାପ୍ତ ଅଧ୍ୟକ୍ଷ କେଉଁଠି? ଏଣେ ପୁଣି ସର୍ତ୍ତ, ଭାରପ୍ରାପ୍ତ ହୋଇଥିବାରୁ କ୍ଲାସ ମଧ୍ୟ ନେବାକୁ ବାଧ୍ୟ, ଯାହା ନିୟମିତ ଅଧ୍ୟକ୍ଷ କ୍ଷେତ୍ରରେ ନାହିଁ।ଏହାଠୁ ବଳି ଅତ୍ୟାଚାର ଆଉ କ’ଣ?
ଅଧ୍ୟକ୍ଷ ପଦବୀର ଆଉ ଏକ ନିର୍ଯାତନା, ଉପତ୍ୀଡ଼ନ କ୍ଷେତ୍ର ଅଛି: ସରକାରୀ କଲେଜର ବର୍ଗୀକରଣ ଓ ଅଧ୍ୟକ୍ଷ ପଦର ଅବମୂଲ୍ୟାୟନ।ଆଗରୁ ରେଭେନ୍ସା, ଖଲ୍ଲିକୋଟ, ଗଙ୍ଗାଧର ମେହେର କଲେଜ (ଏବେ ବିଶ୍ୱବିଦ୍ୟାଳୟ) ଭଳି ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନକୁ ଛାଡ଼ିଦେଲେ ବାକି ସରକାରୀ କଲେଜଗୁଡ଼ିକ ଗୋଟିଏ ପାହ୍ୟାର ଥିଲା।୯୦ ଦଶକରେ କେତେଜଣ ପ୍ରଶାସକଙ୍କ ଉନ୍ନତ ମସ୍ତିଷ୍କରୁ ଶିକ୍ଷକମାନଙ୍କୁ ନୀଚା ଦେଖେଇବାର ପ୍ରୟାସ ଆରମ୍ଭ ହେଲା ଏବଂ ଲିଡ୍‌ କଲେଜ ଏବଂ ନନ୍‌ଲିଡ୍‌ କଲେଜ ନାମରେ ଦୁଇଟି ଶ୍ରେଣୀ ସୃଷ୍ଟିକରି, ଲିଡ୍‌ କଲେଜର ଅଧ୍ୟକ୍ଷ ପ୍ରଫେସର ପାହ୍ୟାର ଓ ନନ୍‌ଲିଡ କଲେଜର ଅଧ୍ୟକ୍ଷ ରିଡର ପାହ୍ୟାର ବୋଲି ମୋହର ମରାଗଲା ଏବଂ ଏହି ନନ୍‌ଲିଡ୍‌ରେ ରହିଲେ ରମାଦେବୀ ଓ ଶୈଳବାଳା କଲେଜ (ଏବେ ବିଶ୍ୱବିଦ୍ୟାଳୟ)କୁ ଛାଡ଼ି ବାକି ସବୁ ସରକାରୀ ମହିଳା କଲେଜ ଓ କେତେକ ସହଧ୍ୟାୟୀ ସରକାରୀ କଲେଜ।ଏହାର ଅର୍ଥ କ’ଣ? ଆନ୍ତଃକଲେଜ ଅଧ୍ୟାପକ ପାହ୍ୟା ସମାନ, ଛାତ୍ରୀଛାତ୍ରମାନେ ସମାନ ଶ୍ରେଣୀର, ମାତ୍ର ଅଧ୍ୟକ୍ଷ ବେଳକୁ ସେ ନିମ୍ନବର୍ଗର? ଏହା କ’ଣ ମହିଳାମାନଙ୍କୁ ସମ୍ମାନ ଯେହେତୁ ଏହି ବର୍ଗରେ ଚିହ୍ନିତ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅଧିକାଂଶ ମହିଳା ଶିକ୍ଷାନୁଷ୍ଠାନ? ଏହା କ’ଣ ସମାନତା? କଲେଜ-କଲେଜ ଭିତରେ ତାରତମ୍ୟ ସୃଷ୍ଟିକରି କିଛିକୁ ଏ-ଗ୍ରେଡ୍‌, ଆଉ କିଛି ବି-ଗ୍ରେଡ ମାନ୍ୟତା ପ୍ରଦାନ କରି ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠାନମାନଙ୍କୁ ନିର୍ଯାତିତ କରାଯାଉନି କି, ଯେତେବେଳେ ୪୦ ବର୍ଷରୁ ଊର୍ଦ୍ଧ୍ୱ କାଳ ସେମାନେ ସମାନ ବର୍ଗର ହୋଇ କାମ କରି ଆସୁଥିଲେ? ଓଡ଼ିଶା ପ୍ରଶାସନିକ ସେବାରେ ବ୍ଲକର ଆକାର ଓ ଜନସଂଖ୍ୟାକୁ ନେଇ ଛୋଟ ବିଡିଓ ଓ ବଡ଼ ବିଡିଓ ଅଛନ୍ତି କି?
ତୃତୀୟ ନିର୍ଯାତିତ ଶିକ୍ଷକ ଗୋଷ୍ଠୀ ହେଲେ ସ୍ବୟଂଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକଗଣ।ଅଧ୍ୟକ୍ଷ ଭଳି ସେମାନେ ମଧ୍ୟ ଭାରପ୍ରାପ୍ତ ଅଥଚ ବିଶ୍ୱବିଦ୍ୟାଳୟରେ ତାହା ଏକ ନିୟମିତ ପଦବୀ।ଏକ ସ୍ବୟଂଶାସିତ ମହାବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ ଷ୍ଟ୍ରିମ୍‌ର ସ୍ନାତକ ତିନିବର୍ଷର ଓ ସ୍ନାତକୋତ୍ତର ଦୁଇବର୍ଷର ଏବଂ ବିଷୟ ହିସାବରେ ପାଖାପାଖି ୩୦ଟିର ଏବଂ ସଂଖ୍ୟା ଦୃଷ୍ଟିରୁ ପାଖାପାଖି ୩୦୦୦ ଛାତ୍ରୀଛାତ୍ରଙ୍କ ପ୍ରଶ୍ନପତ୍ର, ଆଡମିଟ୍‌ କାର୍ଡ, ମାର୍କଶିଟ୍‌, ପ୍ରୋଭିଜନାଲ ସାର୍ଟିଫିକେଟ୍‌, ସିଲାବସ ତିଆରି କରେଇବା; ପୁଣି ଆଭ୍ୟନ୍ତରୀଣ ମୂଲ୍ୟାୟନ ଓ ଅନ୍ତିମ ପରୀକ୍ଷାଫଳ ପ୍ରକାଶ କରିବା ଜଣେ କାର୍ଯ୍ୟରତ ବିଭାଗୀୟ ଅଧ୍ୟାପକଙ୍କ ପାଇଁ କିପରି ସମୀଚୀନ? ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର କାର୍ଯ୍ୟର ପ୍ରକାର ପ୍ରାୟ ସମାନ, କେବଳ ଛାତ୍ରୀଛାତ୍ର ସଂଖ୍ୟା ବିଶ୍ୱବିଦ୍ୟାଳୟରେ ବେଶି।ସେଠି ଦୁଇ/ତିନ ଜଣ ନିୟମିତ ପରୀକ୍ଷା ପରିଚାଳନା ଅଧିକାରୀ ଥିଲାବେଳେ ସ୍ବୟଂଶାସିତ କଲେଜର ଜଣେ ଶିକ୍ଷାଦାନକାରୀ ଅଧ୍ୟାପକଙ୍କୁ  ଏକ ‘ଅତିରିକ୍ତ ଦାୟିତ୍ୱ’ର ଟୋପି ପିନ୍ଧେଇବା କ’ଣ ନିର୍ଯାତନା ନୁହେଁ? ସେ ଶିକ୍ଷକ ଜଣକ ପାଠ ପଢ଼େଇବେ କେତେବେଳେ, ଏ ସବୁ କାମ, ଯାହାର ପାଦେପାଦେ ବିପଦ କରିବ କେତେବେଳେ?
ଚତୁର୍ଥ ନିର୍ଯାତନା କୌଣସି ବର୍ଗର ନୁହେଁ, ବରଂ ଉଚ୍ଚଶିକ୍ଷାରେ ନିୟୋଜିତ ସମସ୍ତ ଶିକ୍ଷକଙ୍କର।ଏହାର କାରଣ ନିର୍ଦ୍ଦେଶକ  ପଦବୀରେ ଶିକ୍ଷକ-ଶିକ୍ଷାବିତ୍‌ଙ୍କ ବଦଳରେ ପ୍ରଶାସକ ପ୍ରତିରୋପଣ।ସ୍ବାଧୀନତା ଆଗରୁ ଶିକ୍ଷା ବିଭାଗର ନିର୍ଦ୍ଦେଶକ, ସରକାରୀ କଲେଜର ଜଣେ ପ୍ରଫେସର ଗ୍ରେଡ୍‌ର ବରିଷ୍ଠ ଅଧ୍ୟକ୍ଷ ହେଉଥିଲେ ଅବା ଜଣେ ବରିଷ୍ଠ ପ୍ରଫେସର ହେଉଥିଲେ।ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପାଠପଢ଼ା, ପରୀକ୍ଷା ପରିଚାଳନା, ଗବେଷଣାର ବିଭିନ୍ନ ଦିଗ, ଯୁବ ମନସ୍ତତ୍ତ୍ୱ, କ୍ୟାମ୍ପସ ଜୀବନ ଭଳି ବହୁତ କ୍ଷେତ୍ରରେ ଅନୁଭୂତି ଥିବା ଦରକାର।ଏହି ବ୍ୟବସ୍ଥା ୧୯୪୭ ପୂର୍ବରୁ ପାଖାପାଖି ୨୦୧୬ ପର୍ଯ୍ୟନ୍ତ ଚାଲୁରହିଲା।ଅଥଚ ବିଗତ ୮/୧୦ ବର୍ଷ ନିର୍ଦ୍ଦେଶକ ପଦବୀ ଜଣେ ପ୍ରଶାସକଙ୍କୁ ଟେକି ଦିଆଯାଇଛି।କଲେଜରେ ମାତ୍ର ୩ବର୍ଷ ବା ୫ବର୍ଷ ପାଠ ପଢ଼ି ସେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ କ’ଣ ଜାଣିଛନ୍ତି? ସ୍ବାସ୍ଥ୍ୟ ଓ ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ କ’ଣ ଅଣଡାକ୍ତର ବା ଅଣଇଞ୍ଜିନିୟର? ଇଞ୍ଜିନିୟରମାନେ ତାଙ୍କ ବିଭାଗରେ ତ ସଚିବ ପାହ୍ୟା ପର୍ଯ୍ୟନ୍ତ ଚାଲି ଯାଉଛନ୍ତି।ଦୁଃଖର କଥା ଶିକ୍ଷା ବିଷୟରେ ପୂର୍ଣ୍ଣାଙ୍ଗ ଜ୍ଞାନ ନ ଥିବା ନିର୍ଦ୍ଦେଶକମାନେ କଥା କଥାରେ ଅଧ୍ୟକ୍ଷମାନଙ୍କୁ କହନ୍ତି, ଆପଣଙ୍କୁ ଅଧ୍ୟକ୍ଷ କଲା କିଏ? ଆଗରୁ ଅଧ୍ୟାପକ ଅବା ଅଧ୍ୟକ୍ଷଜଣକ, ଶିକ୍ଷା ବିଭାଗରୁ ଆସିଥିବା ନିର୍ଦ୍ଦେଶକଙ୍କୁ ଜଣେ ଅଭିଭାବକ ହିସାବରେ ଭେଟୁଥିଲେ, ଯିଏ ସବୁକଥା ସହାନୁଭୂତିର ସହ ଶୁଣୁଥିଲେ।ଏବେ ସବୁକଥାକୁ ସନ୍ଦେହ ଚକ୍ଷୁରେ ଦେଖିବା, ବଡ଼ପଣ ଜାହିର କରିବା ମୁଖ୍ୟକାମ।
କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରଚଳନ ଶିକ୍ଷକ ନିର୍ଯାତନାର ଆଉ ଏକ ପ୍ରମୁଖ କ୍ଷେତ୍ର।ଆଗକୁ ଛାତ୍ର ସଂସଦ ନିର୍ବାଚନଟି ଛାତ୍ରୀଛାତ୍ରମାନଙ୍କର ହିଁ ନିର୍ବାଚନ ଥିଲା।ଏବେ ରାଜନୈତିକ ଦଳଗୁଡ଼ିକ ଏହାକୁ ପ୍ରତ୍ୟକ୍ଷ ଭାବରେ ପରିଚାଳନା କରିବା ସହ ଫଳ ପ୍ରକାଶନ ପରେ କେଉଁ ଦଳ କେତୋଟି କଲେଜ ‘ଦଖଲ’ କଲେ ତାହା ଛାତିପିଟି କହୁଛନ୍ତି।ନିର୍ବାଚନୀ ଅତ୍ୟାଚାର ଚରମ ସୀମାରେ ପହଞ୍ଚେ, ଛାତ୍ର ସଂସଦର ବାର୍ଷିକ ଉତ୍ସବ ଦିନ, ଯେଉଁଦିନ କଲେଜର ଅଧ୍ୟକ୍ଷଙ୍କୁ ମଞ୍ଚ ଉପରେ ବସିବା ପାଇଁ ଜାଗା ଖୋଜିବାକୁ ପଡ଼େ ! ଠିକ୍‌ ସେହିପରି ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକୁ ୪୪୮/୬୬୨ ଇତ୍ୟାଦି ବିଚିତ୍ର ବର୍ଗୀକରଣ ମାଧ୍ୟମରେ ବିଭକ୍ତ କରି ଶିକ୍ଷକମାନଙ୍କର ଯୌବନ ଲୁଟି ନିଆଯାଉଛି।ଯେଉଁ ଜାତି, ଯେଉଁ ସରକାର ଶିକ୍ଷକମାନଙ୍କୁ ବଞ୍ଚତ୍ତ କରି, ଉପତ୍ୀଡ଼ିତ କରି, ଉଦାସୀନତାର ଉଲ୍ଲାସ ଉପଭୋଗ କରେ, ସେ ଜାତିର ଭବିଷ୍ୟତ ବିଷୟରେ ନ କହିବା ଭଲ ା
ପୂର୍ବତନ ଅଧ୍ୟକ୍ଷ,
ଜେଲ ରୋଡ, ବାଲେଶ୍ୱର
ମୋ: ୯୪୩୭୩ ୭୬୨୧୯

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Delhi High Court on Telegram: ‘ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଟେଲିଗ୍ରାମ’

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀ ହାଇକୋର୍ଟ ସିଧାସଳଖ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ପଚାରିଛନ୍ତି ଯେ ଏହାର ପ୍ଲାଟଫର୍ମର ପ୍ରକୃତ-ସମୟରେ ନଜର ରଖିବା ପାଇଁ କ’ଣ ବ୍ୟବସ୍ଥା ଅଛି। କୋର୍ଟ ଜାଣିବାକୁ…

ଫୋନ ଉଠାଇଲେ ଟଙ୍କା ମାଗୁଛନ୍ତି: ଧର୍ମଗଡ଼ ରେଞ୍ଜରଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭବାନୀପାଟଣା,୧୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର ଗୁରୁବାର ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଖବରଦାତାମାନେ ତାଙ୍କୁ ଫୋନ କଲେ ସେ…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା! ଶାନ୍ତି ଚୁକ୍ତି ପରେ ଟ୍ରମ୍ପ ଦେଲେ ଧମକ, ରିପୋର୍ଟରେ ସାମ୍ନାକୁ ଆସିଲା…

ଓ୍ବାଶିଂଟନ,୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପୁଣି ଥରେ ବିପଦରେ ପଡ଼ିଥିବା ପରି ମନେ ହେଉଛି। ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହେବାର ମାତ୍ର କିଛି…

Iran US Deal: ଇରାନ-ଆମେରିକା ଡିଲକୁ ନେଇ ବଢୁଛି ନେତାନ୍ୟାହୁଙ୍କ ସମସ୍ୟା, ସର୍ଭେରେ ଆସିଲା ଚମକାଇବା ଭଳି ତଥ୍ୟ

ଜେରୁଜେଲମ,୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ମାସ ମାସ ଧରି ଚାଲିଥିବା ସଂଘର୍ଷ ପରେ ଶେଷରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ…

ପ୍ରଗତିଶୀଳ କୃଷି ଆଲୋଚନାରେ ଜୈବିକ କୃଷି ଉପରେ ଗୁରୁତ୍ୱ

ପାଟଣା,୧୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଜିଲା ପାଟଣା ବ୍ଲକସ୍ତରୀୟ ୨ୟ ବାର୍ଷିକ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଗୁରୁବାର ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଚଳିତ…

ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼େଇ ଉପରେ ବିସିସିଆଇ ଦେଲା ଏଭଳି ବୟାନ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ’ଏ’ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି, ଯେଉଁଠାରେ ତ୍ରିଦେଶୀୟ ସିରିଜ (ଟ୍ରାଇ-ନେସନ ସିରିଜ) ଖେଳାଯାଉଛି। ଏହି ସିରିଜରେ ଶ୍ରୀଲଙ୍କା ‘ଏ’ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri