ଶିକ୍ଷକ ନିର୍ଯାତନା

ଛାତ୍ରୀ ନିର୍ଯାତନା ତଥା ଅନ୍ୟାନ୍ୟ କୋଳାହଳ ମଧ୍ୟରେ ଉଚ୍ଚଶିକ୍ଷାରେ ନିୟୋଜିତ ଶିକ୍ଷକମାନଙ୍କର ଉପତ୍ୀଡ଼ନର ସ୍ବର ସାଧାରଣତଃ ଶୁଣିବାକୁ ମିଳେ ନାହିଁ।ନିଜର ପୁଅଝିଅଙ୍କୁ ମଣିଷ କରିବାକୁ ଯାଇ  ମା’ ବାପା ଅବା ଅଭିଭାବକମାନଙ୍କର ଅପ୍ରାସଙ୍ଗିକ ଅଶ୍ରୁପାତ ସମ କଲେଜ ଶିକ୍ଷକମାନଙ୍କର ଦୁର୍ଦ୍ଦଶା।ଏବେ ଦେଖିବା ନିର୍ଯାତନାର ଉତ୍ସ।
ପ୍ରଥମେ ସରକାରୀ କଲେଜ।ଏ କ୍ଷେତ୍ରରେ ଯନ୍ତ୍ରଣାର ବିଶାଳ ଓ ଚିରନ୍ତନ ଉତ୍ସ ସରକାର। ସରକାର ମାନେ ଉପତ୍ୀଡ଼ନର ନିରାକରଣ ବୋଲି ସାଧାରଣରେ ଥିବା ଧାରଣା, ସାଧାରଣତଃ ସରକାରୀ କଲେଜ ସ୍ତରରେ ଦେଖାଯାଏ ନାହିଁ।କାମ କରେଇ ଯଦି ପାରିଶ୍ରମିକ ବା ସମ୍ମାନ ବା ସାମାନ୍ୟ ସୁବିଧା ସୁଯୋଗ ଦିଆ ନ ଯାଏ ତା’ହେଲେ ଏହାକୁ ନିର୍ଯାତନା ଛଡ଼ା ଆଉ କ’ଣ ବା କୁହାଯିବ? ଦୀର୍ଘ ୨୦ ବର୍ଷ ଧରି ପ୍ରାଧ୍ୟାପକ ପରେ ସେମାନଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଧରେଇ, ମାସେ, ଦୁଇମାସ ନୁହେଁ, ବର୍ଷ ପରେ ବର୍ଷ ଚାବୁକ ଉଞ୍ଚେଇ ଯଦି କାମ କରିବାକୁ ବାଧ୍ୟ କରାଯାଏ, ଏହାକୁ କ’ଣ କୁହାଯିବ? ଏବେ ଉଚ୍ଚ ନ୍ୟାୟାଳୟ କହିଲେଣି ଭାରପ୍ରାପ୍ତ ଅଧ୍ୟକ୍ଷ ବ୍ୟବସ୍ଥା ଖୁବ୍‌୍‌ ବେଶିରେ ୬ମାସ।ଆଗରୁ ଅଧ୍ୟକ୍ଷମାନଙ୍କ ଦାୟିତ୍ୱ ଓ ତାଙ୍କ ପଦବୀକୁ ସମ୍ମାନ ଦେଇ ସେମାନଙ୍କୁ ଦେୟମୁକ୍ତ ଘର, ଏକ ଆବାସିକ ଅଫିସ, ସାହାଯ୍ୟକାରୀ କର୍ମଚାରୀ ଇତ୍ୟାଦିର ବ୍ୟବସ୍ଥା ଥିଲା।ଏବେ ସେ ସବୁର ଚିହ୍ନବର୍ଣ୍ଣ ନାହିଁ, ଯେହେତୁ ଅଧ୍ୟକ୍ଷ ନିୟମିତ ନୁହନ୍ତି, ଭାରପ୍ରାପ୍ତ! ସରକାରୀ କଲେଜ, ବିଶେଷତଃ ସ୍ବୟଂଶାସିତ କଲେଜର ଅଧ୍ୟକ୍ଷମାନେ ପ୍ରଫେସର ଗ୍ରେଡର ଏବଂ ୟୁଜିସି ସ୍କେଲ୍‌ରେ ସେମାନେ ବରିଷ୍ଠ ପ୍ରଶାସନିକ ପାହ୍ୟାର (ସିନିୟର ଆଡମିନିଷ୍ଟ୍ରେଟିଭ ଗ୍ରେଡ) ଅଧିକାରୀ।ତୁଳନାତ୍ମକ ଭାବେ ଦେଖିଲେ ସେମାନେ ଅତିରିକ୍ତ ସଚିବ ପାହ୍ୟାର।ଅଥଚ ଅତିରିକ୍ତ ସଚିବ କେଉଁଠି ନା ଭାରପ୍ରାପ୍ତ ଅଧ୍ୟକ୍ଷ କେଉଁଠି? ଏଣେ ପୁଣି ସର୍ତ୍ତ, ଭାରପ୍ରାପ୍ତ ହୋଇଥିବାରୁ କ୍ଲାସ ମଧ୍ୟ ନେବାକୁ ବାଧ୍ୟ, ଯାହା ନିୟମିତ ଅଧ୍ୟକ୍ଷ କ୍ଷେତ୍ରରେ ନାହିଁ।ଏହାଠୁ ବଳି ଅତ୍ୟାଚାର ଆଉ କ’ଣ?
ଅଧ୍ୟକ୍ଷ ପଦବୀର ଆଉ ଏକ ନିର୍ଯାତନା, ଉପତ୍ୀଡ଼ନ କ୍ଷେତ୍ର ଅଛି: ସରକାରୀ କଲେଜର ବର୍ଗୀକରଣ ଓ ଅଧ୍ୟକ୍ଷ ପଦର ଅବମୂଲ୍ୟାୟନ।ଆଗରୁ ରେଭେନ୍ସା, ଖଲ୍ଲିକୋଟ, ଗଙ୍ଗାଧର ମେହେର କଲେଜ (ଏବେ ବିଶ୍ୱବିଦ୍ୟାଳୟ) ଭଳି ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନକୁ ଛାଡ଼ିଦେଲେ ବାକି ସରକାରୀ କଲେଜଗୁଡ଼ିକ ଗୋଟିଏ ପାହ୍ୟାର ଥିଲା।୯୦ ଦଶକରେ କେତେଜଣ ପ୍ରଶାସକଙ୍କ ଉନ୍ନତ ମସ୍ତିଷ୍କରୁ ଶିକ୍ଷକମାନଙ୍କୁ ନୀଚା ଦେଖେଇବାର ପ୍ରୟାସ ଆରମ୍ଭ ହେଲା ଏବଂ ଲିଡ୍‌ କଲେଜ ଏବଂ ନନ୍‌ଲିଡ୍‌ କଲେଜ ନାମରେ ଦୁଇଟି ଶ୍ରେଣୀ ସୃଷ୍ଟିକରି, ଲିଡ୍‌ କଲେଜର ଅଧ୍ୟକ୍ଷ ପ୍ରଫେସର ପାହ୍ୟାର ଓ ନନ୍‌ଲିଡ କଲେଜର ଅଧ୍ୟକ୍ଷ ରିଡର ପାହ୍ୟାର ବୋଲି ମୋହର ମରାଗଲା ଏବଂ ଏହି ନନ୍‌ଲିଡ୍‌ରେ ରହିଲେ ରମାଦେବୀ ଓ ଶୈଳବାଳା କଲେଜ (ଏବେ ବିଶ୍ୱବିଦ୍ୟାଳୟ)କୁ ଛାଡ଼ି ବାକି ସବୁ ସରକାରୀ ମହିଳା କଲେଜ ଓ କେତେକ ସହଧ୍ୟାୟୀ ସରକାରୀ କଲେଜ।ଏହାର ଅର୍ଥ କ’ଣ? ଆନ୍ତଃକଲେଜ ଅଧ୍ୟାପକ ପାହ୍ୟା ସମାନ, ଛାତ୍ରୀଛାତ୍ରମାନେ ସମାନ ଶ୍ରେଣୀର, ମାତ୍ର ଅଧ୍ୟକ୍ଷ ବେଳକୁ ସେ ନିମ୍ନବର୍ଗର? ଏହା କ’ଣ ମହିଳାମାନଙ୍କୁ ସମ୍ମାନ ଯେହେତୁ ଏହି ବର୍ଗରେ ଚିହ୍ନିତ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅଧିକାଂଶ ମହିଳା ଶିକ୍ଷାନୁଷ୍ଠାନ? ଏହା କ’ଣ ସମାନତା? କଲେଜ-କଲେଜ ଭିତରେ ତାରତମ୍ୟ ସୃଷ୍ଟିକରି କିଛିକୁ ଏ-ଗ୍ରେଡ୍‌, ଆଉ କିଛି ବି-ଗ୍ରେଡ ମାନ୍ୟତା ପ୍ରଦାନ କରି ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠାନମାନଙ୍କୁ ନିର୍ଯାତିତ କରାଯାଉନି କି, ଯେତେବେଳେ ୪୦ ବର୍ଷରୁ ଊର୍ଦ୍ଧ୍ୱ କାଳ ସେମାନେ ସମାନ ବର୍ଗର ହୋଇ କାମ କରି ଆସୁଥିଲେ? ଓଡ଼ିଶା ପ୍ରଶାସନିକ ସେବାରେ ବ୍ଲକର ଆକାର ଓ ଜନସଂଖ୍ୟାକୁ ନେଇ ଛୋଟ ବିଡିଓ ଓ ବଡ଼ ବିଡିଓ ଅଛନ୍ତି କି?
ତୃତୀୟ ନିର୍ଯାତିତ ଶିକ୍ଷକ ଗୋଷ୍ଠୀ ହେଲେ ସ୍ବୟଂଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକଗଣ।ଅଧ୍ୟକ୍ଷ ଭଳି ସେମାନେ ମଧ୍ୟ ଭାରପ୍ରାପ୍ତ ଅଥଚ ବିଶ୍ୱବିଦ୍ୟାଳୟରେ ତାହା ଏକ ନିୟମିତ ପଦବୀ।ଏକ ସ୍ବୟଂଶାସିତ ମହାବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ ଷ୍ଟ୍ରିମ୍‌ର ସ୍ନାତକ ତିନିବର୍ଷର ଓ ସ୍ନାତକୋତ୍ତର ଦୁଇବର୍ଷର ଏବଂ ବିଷୟ ହିସାବରେ ପାଖାପାଖି ୩୦ଟିର ଏବଂ ସଂଖ୍ୟା ଦୃଷ୍ଟିରୁ ପାଖାପାଖି ୩୦୦୦ ଛାତ୍ରୀଛାତ୍ରଙ୍କ ପ୍ରଶ୍ନପତ୍ର, ଆଡମିଟ୍‌ କାର୍ଡ, ମାର୍କଶିଟ୍‌, ପ୍ରୋଭିଜନାଲ ସାର୍ଟିଫିକେଟ୍‌, ସିଲାବସ ତିଆରି କରେଇବା; ପୁଣି ଆଭ୍ୟନ୍ତରୀଣ ମୂଲ୍ୟାୟନ ଓ ଅନ୍ତିମ ପରୀକ୍ଷାଫଳ ପ୍ରକାଶ କରିବା ଜଣେ କାର୍ଯ୍ୟରତ ବିଭାଗୀୟ ଅଧ୍ୟାପକଙ୍କ ପାଇଁ କିପରି ସମୀଚୀନ? ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର କାର୍ଯ୍ୟର ପ୍ରକାର ପ୍ରାୟ ସମାନ, କେବଳ ଛାତ୍ରୀଛାତ୍ର ସଂଖ୍ୟା ବିଶ୍ୱବିଦ୍ୟାଳୟରେ ବେଶି।ସେଠି ଦୁଇ/ତିନ ଜଣ ନିୟମିତ ପରୀକ୍ଷା ପରିଚାଳନା ଅଧିକାରୀ ଥିଲାବେଳେ ସ୍ବୟଂଶାସିତ କଲେଜର ଜଣେ ଶିକ୍ଷାଦାନକାରୀ ଅଧ୍ୟାପକଙ୍କୁ  ଏକ ‘ଅତିରିକ୍ତ ଦାୟିତ୍ୱ’ର ଟୋପି ପିନ୍ଧେଇବା କ’ଣ ନିର୍ଯାତନା ନୁହେଁ? ସେ ଶିକ୍ଷକ ଜଣକ ପାଠ ପଢ଼େଇବେ କେତେବେଳେ, ଏ ସବୁ କାମ, ଯାହାର ପାଦେପାଦେ ବିପଦ କରିବ କେତେବେଳେ?
ଚତୁର୍ଥ ନିର୍ଯାତନା କୌଣସି ବର୍ଗର ନୁହେଁ, ବରଂ ଉଚ୍ଚଶିକ୍ଷାରେ ନିୟୋଜିତ ସମସ୍ତ ଶିକ୍ଷକଙ୍କର।ଏହାର କାରଣ ନିର୍ଦ୍ଦେଶକ  ପଦବୀରେ ଶିକ୍ଷକ-ଶିକ୍ଷାବିତ୍‌ଙ୍କ ବଦଳରେ ପ୍ରଶାସକ ପ୍ରତିରୋପଣ।ସ୍ବାଧୀନତା ଆଗରୁ ଶିକ୍ଷା ବିଭାଗର ନିର୍ଦ୍ଦେଶକ, ସରକାରୀ କଲେଜର ଜଣେ ପ୍ରଫେସର ଗ୍ରେଡ୍‌ର ବରିଷ୍ଠ ଅଧ୍ୟକ୍ଷ ହେଉଥିଲେ ଅବା ଜଣେ ବରିଷ୍ଠ ପ୍ରଫେସର ହେଉଥିଲେ।ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପାଠପଢ଼ା, ପରୀକ୍ଷା ପରିଚାଳନା, ଗବେଷଣାର ବିଭିନ୍ନ ଦିଗ, ଯୁବ ମନସ୍ତତ୍ତ୍ୱ, କ୍ୟାମ୍ପସ ଜୀବନ ଭଳି ବହୁତ କ୍ଷେତ୍ରରେ ଅନୁଭୂତି ଥିବା ଦରକାର।ଏହି ବ୍ୟବସ୍ଥା ୧୯୪୭ ପୂର୍ବରୁ ପାଖାପାଖି ୨୦୧୬ ପର୍ଯ୍ୟନ୍ତ ଚାଲୁରହିଲା।ଅଥଚ ବିଗତ ୮/୧୦ ବର୍ଷ ନିର୍ଦ୍ଦେଶକ ପଦବୀ ଜଣେ ପ୍ରଶାସକଙ୍କୁ ଟେକି ଦିଆଯାଇଛି।କଲେଜରେ ମାତ୍ର ୩ବର୍ଷ ବା ୫ବର୍ଷ ପାଠ ପଢ଼ି ସେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ କ’ଣ ଜାଣିଛନ୍ତି? ସ୍ବାସ୍ଥ୍ୟ ଓ ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ କ’ଣ ଅଣଡାକ୍ତର ବା ଅଣଇଞ୍ଜିନିୟର? ଇଞ୍ଜିନିୟରମାନେ ତାଙ୍କ ବିଭାଗରେ ତ ସଚିବ ପାହ୍ୟା ପର୍ଯ୍ୟନ୍ତ ଚାଲି ଯାଉଛନ୍ତି।ଦୁଃଖର କଥା ଶିକ୍ଷା ବିଷୟରେ ପୂର୍ଣ୍ଣାଙ୍ଗ ଜ୍ଞାନ ନ ଥିବା ନିର୍ଦ୍ଦେଶକମାନେ କଥା କଥାରେ ଅଧ୍ୟକ୍ଷମାନଙ୍କୁ କହନ୍ତି, ଆପଣଙ୍କୁ ଅଧ୍ୟକ୍ଷ କଲା କିଏ? ଆଗରୁ ଅଧ୍ୟାପକ ଅବା ଅଧ୍ୟକ୍ଷଜଣକ, ଶିକ୍ଷା ବିଭାଗରୁ ଆସିଥିବା ନିର୍ଦ୍ଦେଶକଙ୍କୁ ଜଣେ ଅଭିଭାବକ ହିସାବରେ ଭେଟୁଥିଲେ, ଯିଏ ସବୁକଥା ସହାନୁଭୂତିର ସହ ଶୁଣୁଥିଲେ।ଏବେ ସବୁକଥାକୁ ସନ୍ଦେହ ଚକ୍ଷୁରେ ଦେଖିବା, ବଡ଼ପଣ ଜାହିର କରିବା ମୁଖ୍ୟକାମ।
କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରଚଳନ ଶିକ୍ଷକ ନିର୍ଯାତନାର ଆଉ ଏକ ପ୍ରମୁଖ କ୍ଷେତ୍ର।ଆଗକୁ ଛାତ୍ର ସଂସଦ ନିର୍ବାଚନଟି ଛାତ୍ରୀଛାତ୍ରମାନଙ୍କର ହିଁ ନିର୍ବାଚନ ଥିଲା।ଏବେ ରାଜନୈତିକ ଦଳଗୁଡ଼ିକ ଏହାକୁ ପ୍ରତ୍ୟକ୍ଷ ଭାବରେ ପରିଚାଳନା କରିବା ସହ ଫଳ ପ୍ରକାଶନ ପରେ କେଉଁ ଦଳ କେତୋଟି କଲେଜ ‘ଦଖଲ’ କଲେ ତାହା ଛାତିପିଟି କହୁଛନ୍ତି।ନିର୍ବାଚନୀ ଅତ୍ୟାଚାର ଚରମ ସୀମାରେ ପହଞ୍ଚେ, ଛାତ୍ର ସଂସଦର ବାର୍ଷିକ ଉତ୍ସବ ଦିନ, ଯେଉଁଦିନ କଲେଜର ଅଧ୍ୟକ୍ଷଙ୍କୁ ମଞ୍ଚ ଉପରେ ବସିବା ପାଇଁ ଜାଗା ଖୋଜିବାକୁ ପଡ଼େ ! ଠିକ୍‌ ସେହିପରି ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକୁ ୪୪୮/୬୬୨ ଇତ୍ୟାଦି ବିଚିତ୍ର ବର୍ଗୀକରଣ ମାଧ୍ୟମରେ ବିଭକ୍ତ କରି ଶିକ୍ଷକମାନଙ୍କର ଯୌବନ ଲୁଟି ନିଆଯାଉଛି।ଯେଉଁ ଜାତି, ଯେଉଁ ସରକାର ଶିକ୍ଷକମାନଙ୍କୁ ବଞ୍ଚତ୍ତ କରି, ଉପତ୍ୀଡ଼ିତ କରି, ଉଦାସୀନତାର ଉଲ୍ଲାସ ଉପଭୋଗ କରେ, ସେ ଜାତିର ଭବିଷ୍ୟତ ବିଷୟରେ ନ କହିବା ଭଲ ା
ପୂର୍ବତନ ଅଧ୍ୟକ୍ଷ,
ଜେଲ ରୋଡ, ବାଲେଶ୍ୱର
ମୋ: ୯୪୩୭୩ ୭୬୨୧୯

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?