ଚା’ର ମଜା

ଚା’ ସମ୍ବନ୍ଧରେ ରୋଚକ ତଥ୍ୟ ଦେଖିବାକୁ ମିଳେ। ନମୁନା ସର୍ଭେ ରିପୋର୍ଟ ଅନୁସାରେ, ଭାରତର ମୋଟ ପରିବାର ମଧ୍ୟରୁ ପାଖାପାଖି ୮୮ଶତକଡା ଚା’ ପିଇବାରେ ଅଭ୍ୟସ୍ତ। ସେହିପରି ଆମେରିକାରେ ପ୍ରାୟ ୧୫୯ ମିଲିୟନ ଅର୍ଥାତ୍‌ ୪୮ଶତକଡା ଲୋକ ଚା’ ପିଇଥାନ୍ତି। ପ୍ରତିଦିନ ପ୍ରାୟ ୩ ବିଲିୟନ କପ୍‌ ଚା’ ସାରା ବିଶ୍ୱରେ ପିଇଥାନ୍ତି ଓ ଭାରତରେ ଜଣେ ପ୍ରାପ୍ତବୟସ୍କ ପ୍ରତିଦିନ ହାରାହାରି ୨ କପ୍‌ ଚା’ ପାନ କରିଥାନ୍ତି। ସବୁ ଅର୍ଥନୈତିକ ପରିସ୍ଥିତିରେ ଚା’ ସ୍ଥିତି ସୁଦୃଢ଼ ଥାଏ। ଚା’ର ଆଦର ଖଟିରୁ ପାର୍ଲାମେଣ୍ଟ ଯାଏ ରହିଛି। କେଉଁଠି ଚା’କୁ ବଦଭ୍ୟାସ ବୋଲି କୁହାଯାଏ ତ ଆଉ କେଉଁଠି ଲକ୍ଷ୍ୟ ହାସଲର ମାଧ୍ୟମ କୁହାଯାଏ। ଏ ସମାଜରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚା’ ବିନା ଜୀବନ ଜିଇଥାନ୍ତି। ସେ ଯାହାହେଉନା କାହିଁକି ଚା’ର ସ୍ବତନ୍ତ୍ରତା ସବୁଠି ରହିଛି।
୨୦୨୩ରେ ଭାରତରେ ଚା’ ବଜାର ରାଜସ୍ବ ୧୩.୬ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୨୩ରୁ ୨୦୨୮ ପର୍ଯ୍ୟନ୍ତ ବଜାର ବାର୍ଷିକ ୫.୯୭ ଶତକଡା ବୃଦ୍ଧି ପାଇବ। ତେବେ ଭାରତରେ ମୋଟ ୧୩୩୪ ମିଲିୟନ କେଜି ଚା’ କାରବାର ୨୦୨୧-୨୨ରେ ହୋଇଥିବା ଜଣାଯାଏ, ଯେଉଁଥିରୁ ଅର୍ଦ୍ଧେକ ଆସାମରୁ ଉପତ୍ାଦିତ ହୋଇଥିଲା। ଭାରତରେ ବ୍ଲାକ୍‌, ଗ୍ରୀନ, ହ୍ବାଇଟ, ହଳଦିଆ, ଉଲଙ୍ଗ ଟି ଆଦି ବିଭିନ୍ନ ପ୍ରକାର ଚା’ ଦେଖିବାକୁ ମିଳେ। ସେହିପରି ଭାରତର ଚା’ ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା, ଦୁବାଇକୁ ରପ୍ତାନି ହୋଇଥାଏ।
ବିଭିନ୍ନ ସିନେମାରେ ଛୋଟୁ ଚରିତ୍ରରେ ପିଲାମାନେ ବଡ଼ଲୋକମାନଙ୍କୁ ଚା’ ପରିବେଷଣ କରୁଥିବା ବିବାଦୀୟ ମନେହୁଏ। କାରଣ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଜୋର୍‌ଦାର ପ୍ରୟାସର ଏହା ବିପରୀତ ପ୍ରତିଫଳନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ଏପରି ଚିତ୍ର ଶିଶୁମାନଙ୍କ ପ୍ରଗତିରେ ବାଧକ ହୋଇଥାଏ, ଯାହାର ପ୍ରସାର ନିରୁତ୍ସାହଜନକ। ତେବେ ଚା’ଠାରୁ ଶିଶୁମାନଙ୍କୁ ବାରଣ କରିବାର ଅନେକ କାରଣ ରହିଛି। ଯେମିତି କି ଚା’ ପତ୍ରରେ ମକର୍‌ୟୁରୀ, ଲେଡ୍‌, ଆର୍ସେନିକ୍‌, କ୍ୟାଡମିୟମ ଭଳି ବିଷାକ୍ତ ଉପାଦାନ ରହିଛି। ସପ୍ତାହରେ ୫ ଲିଟରରୁ ଊର୍ଦ୍ଧ୍ୱ ଚା’ ପାନ କରିବା ଦ୍ୱାରା ଦାନ୍ତ ଓ ସ୍କେଲିଟାଲ ଫ୍ଲୋରେସିସ୍‌ ରୋଗ ସୃଷ୍ଟିକରେ। ତେବେ ସକାରାମତ୍କ ଦୃଷ୍ଟିକୋଣରୁ ଦେଖିଲେ ଚା’ ଅବସାଦ ଦୂରକରେ, ଶକ୍ତି ସଞ୍ଚରଣ କରେ, ରକ୍ତଚାପ ହ୍ରାସ କରିବା ପାଇଁ ଲୋକେ ବ୍ୟବହାର କରନ୍ତି। ତେବେ ଚା’ରେ ଆଣ୍ଟି ଅକ୍ସିଡାଣ୍ଟ ଥିବା କୁହାଯାଏ। ହାର୍ଭାର୍ଡ ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥ କୁହେ, ପାରମ୍ପରିକ ଚା’ରେ ନିର୍ଦ୍ଦିଷ୍ଟ ପରିମାଣର ପୋଷକ ନ ଥାଏ କିନ୍ତୁ ଏହା ପଲିଫିନଲରେ ଭରପୂର। ଏହା ଏକ ପାଦପ ରସାୟନ ହୋଇଥିବାରୁ ସ୍ବାଦ ଓ ସୁଗନ୍ଧ ଦେଇଥାଏ, ଏଥିରେ ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ମଧ୍ୟ ଥାଇପାରେ। ସେହିପରି ଏକାଡେମୀ ଅଫ୍‌ ନ୍ୟୁଟ୍ରିଶନ ଓ ଡାଏଟିକ୍ସର ତଥ୍ୟ ଅନୁସାରେ ହୃଦୟ ସ୍ବାସ୍ଥ୍ୟ, ମଧୁମେହ, କ୍ୟାନ୍‌ସର, ଓଜନ ପରିଚାଳନା ଭଳି ଉପକାର ମିଳେ କିନ୍ତୁ ଏହାର ସେବନ ପରିମାଣ, ସମୟ, ବାରମ୍ବାରତା ଉପରେ ନିର୍ଭର କରେ।
ଚା’କୁ ନେଇ ଅନେକେ ସ୍ବପ୍ନ ଦେଖନ୍ତି। ଲେଖକ, କବି, ଛାତ୍ରୀଛାତ୍ର, ସ୍ବାମୀ ସ୍ତ୍ରୀ ଚା’କୁ ନେଇ ଲେଖା ଓ ଲକ୍ଷ୍ୟ ପୂରଣ କରିବା ପାଇଁ ଚେଷ୍ଟା କରନ୍ତି। ଏ ସମ୍ବନ୍ଧରେ ଏକ ସଫଳ ଘଟଣା ମନେପଡ଼େ। ପ୍ରଫୁଲ୍ଲ ବିଲୋରଙ୍କ ସ୍ବପ୍ନ ଥିଲା ଆଇଆଇଏମ୍‌ରେ ଏମ୍‌ବିଏ ପଢ଼ିବେ। କିନ୍ତୁ ପ୍ରତିଦିନର ୧୦ ଘଣ୍ଟା ପରିଶ୍ରମ ପରେ ମଧ୍ୟ ୩ଥର କ୍ୟାଟ୍‌ରେ ସଫଳତା ନ ପାଇବା ପରେ ସେ ଅବସାଦକୁ ଚାଲିଗଲେ। ମାତାପିତାଙ୍କ ସ୍ବପ୍ନ ପୂରଣ ଓ ବାପାଙ୍କ କଷ୍ଟ ଲାଘବ ପାଇଁ ୮୦୦୦ ଟଙ୍କା ବିନିମୟରେ ଚା’ ବିକ୍ରି କଲେ। ତା’ପରେ ସେ ବିଭିନ୍ନ ଉପାୟ ଅବଲମ୍ବନ କରି ଗ୍ରାହକମାନଙ୍କୁ ଆକର୍ଷିତ କଲେ ଏବଂ ଗ୍ରାହକ ବଢ଼ିବା ସହ ବେପାର ଭଲ ହେବା କାରଣରୁ ପ୍ରଫୁଲ୍ଲ ଏମ୍‌ବିଏ ଚାଇଓ୍ବାଲା ନାମରେ ଏକ ରେଷ୍ଟୁରାଣ୍ଟ ଖୋଲିଲେ। ତାଙ୍କୁ କେହି କେହି ମିଷ୍ଟର ବିଲୋର ଅହମଦାବାଦ ଚାଇଓ୍ବାଲା ମଧ୍ୟ ସମ୍ବୋଧନ କଲେ। ଭାଲେଣ୍ଟାଇନ ଡେ’ରେ ଏକାକୀ ରହୁଥିବା ବ୍ୟକ୍ତିଙ୍କୁ ମାଗଣା ଚା’ ସେବା ଦେଉଥିଲେ ସେ। ସେ ଆଇଆଇଏମ୍‌ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା। ୨୦୧୯-୨୦ରେ ଏହି ଉଦ୍ୟୋଗରୁ ସେ ୩ କୋଟି ଟଙ୍କା ପାଇଲେ। ତାଙ୍କର ଲକ୍ଷ୍ୟ ହେଲା ବ୍ୟବସାୟକୁ ସାରା ଦେଶରେ ପରିବ୍ୟାପ୍ତ କରିବା। ତାଙ୍କର ନିଜସ୍ବ େଓବ୍‌ସାଇଟ ଅଛି। ଏହିପରି ଅନେକ ସଫଳତା ଚା’ ଦେଇଛି। ଆଦିବାସୀ ଯୁବକ ଅଜୟ ଦିନବେଳା ପାଠ ପଢ଼ିବା ସହିତ ସଞ୍ଜବେଳେ ସାଇକେଲରେ ଚା’ ବିକିବା ଓ ସେ ଅର୍ଥରେ କୋଚିଂ ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ସେହିପରି ବି.ଟେକ୍‌ ଚାଏଓ୍ବାଲୀ ହେଉଛନ୍ତି ବିହାରର ବର୍ତ୍ତିିକା। ଫରିଦାବାଦରେ ଇଞ୍ଜିନିୟରିଂ ପଢ଼ିବା ସମୟରେ ବଳକା ସମୟକୁ ବ୍ୟବହାର କରିବାକୁ ଯାଇ ରାସ୍ତାକଡ଼ରେ ଚା’ ବିକୁଥିଲେ। ସେଥିପାଇଁ ସେ ପରିଚିତ, ପ୍ରଶଂସିତ ଓ ପ୍ରେରଣାଦାୟୀ।
କପିଲ ଶର୍ମା ଶୋ’ର ଚନ୍ଦନ ପ୍ରଭାକର ଚାଇଓ୍ବାଲା ଚରିତ୍ରରେ ବେଶ୍‌ ଜଣାଶୁଣା। ମେକାନିକାଲ ଇଞ୍ଜିନିୟରିଂ କରି ଚାଇଓ୍ବାଲା ବ୍ୟଙ୍ଗ ଚରିତ୍ରରେ ଅଭିନୟ କରି ନଁା କମାଇଛନ୍ତି ପଞ୍ଜାବର ଚନ୍ଦନ।
ଜଣାଯାଏ ଖ୍ରୀଷ୍ଟପୂର୍ବ ୨୦୩୭ରେ ଚାଇନା ସାମ୍ରାଜ୍ଞୀ ସେନ ନୁଙ୍ଗ ଏକ ଗଛତଳେ ବସିଥିବା ସମୟରେ ତାଙ୍କ ଚାକର ପିଇବା ପାଣିକୁ ଗରମ କରୁଥିଲେ। ଏହି ସମୟରେ ପବନରେ କିଛି ପତ୍ର ସେହି ଫୁଟୁଥିବା ପାଣିରେ ପଡ଼ିଯାଇଥିଲା। ସେନ ନୁଙ୍ଗ ଜଣେ ଚେରମୂଳୀ ବିଶାରଦ ହୋଇଥିବାରୁ ଏହି ଆକସ୍ମିକ ଘଟଣାରୁ ଚା’ର ବ୍ୟବହାରକୁ ଉଦ୍ଭାବନ କରିଥିଲେ। ସଂପ୍ରତି ଏହି ଚା’ କାହାକୁ କେମିତି କେଉଁଠି ନେଇ ପହଞ୍ଚାଇ ଦେଉଛି ତାହା କଳ୍ପନା ବାହାରେ। କିନ୍ତୁ ଏହା ସତ୍ୟ ଯେ, ଅନେକ ବ୍ୟକ୍ତିଙ୍କୁ ଚା’ ଦେଖାଇଛି ଗୁଜୁରାଣ ମେଣ୍ଟାଇବାର ବାଟ, ସଫଳତା ହାସଲ କରିବାର ପଥ। ଆଜିର ସମାଜରେ ଚା’ ପିଉ ନ ଥିବା ଲୋକ ଅନେକ ଅଛନ୍ତି। ଆଉ ଦିନକୁ ୨୦ କପ୍‌ରୁ ଊଦ୍ଧର୍‌ବ ଚା’ ପିଇବାର ଅଭ୍ୟାସ ରଖିଥିବା ଲୋକ ବି ଅଛନ୍ତି। ଚା’ ଓ୍ବାଲା ବି ଅନେକ ଅଛନ୍ତି। ଏହା ବୈଚିତ୍ରମୟ।

  • ଶୁଭନାରାୟଣ ଶତପଥୀ
    ବିଜିପୁର, ବ୍ରହ୍ମଗିରି, ପୁରୀ
    ମୋ-୯୪୩୮୪୩୨୦୨୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri