Posted inଜାତୀୟ

୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୯: ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା (ଟିବି) ମୂଳୋତ୍ପାଟନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଯକ୍ଷ୍ମା ନିରୋଧୀ ଅଭିଯାନର ଶୁଭାରମ୍ଭ କରିବା ସହ ଲକ୍ଷ୍ୟ ହାସଲ ଲାଗି ସମସ୍ତେ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତି। ଜନସାଧାରଣଙ୍କ ସ୍ବାର୍ଥରେ କଲ୍ୟାଣକାରୀ ଯୋଜନା ଯେତେବେଳେ କାର୍ଯ୍ୟକାରୀ ହୁଏ, ଏହାର ସଫଳତା ବହୁଗୁଣିତ ହେବାର ସୁଯୋଗ ରହିଥାଏ ବୋଲି ‘ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ’ ଶୁଭାରମ୍ଭ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି। ଏହା ବ୍ୟତୀତ ଟିବି ରୋଗୀଙ୍କ ଅତିରିକ୍ତ ନିଦାନ, ପୌଷ୍ଟିକତା ଏବଂ ଧନ୍ଦାମୂଳକ ସହାୟତା ପାଇଁ ରାଷ୍ଟ୍ରପତି ନିକ୍‌ଶୟ ମିତ୍ର ଇନିସିଏଟିଭ୍‌ର ଶୁଭାରମ୍ଭ କରିଛନ୍ତି। ସେମାନଙ୍କ ଆରୋଗ୍ୟରେ ସହାୟତାର ହାତ ବଢ଼ାଇବା ପାଇଁ ନିର୍ବାଚିତ ପ୍ରତିନିଧି, କର୍ପୋରେଟ, ଏନ୍‌ଜିଓ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରାଯିବ। ଯକ୍ଷ୍ମା ରୋଗୀଙ୍କ ଚିକିତ୍ସାରେ ଉନ୍ନତି ପାଇଁ ନିକ୍‌ଶୟ ୨.୦ ପୋର୍ଟାଲ ଅତିରିକ୍ତ ସୁବିଧା ଯୋଗାଇବ। ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାଓ୍ବାର, ଅନ୍ୟ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଷ୍ଣୋ ଦେବୀ ମନ୍ଦିରର ୩ ପୂଜାରୀଙ୍କ ସମେତ ୨୨ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୮: କରୋନା ଭାଇରସ ସଂକ୍ରମଣ ପାଇଁ ଦୀର୍ଘ ୫ ମାସ ବନ୍ଦ ରହିବା ପରେ ରବିବାର ଭକ୍ତଙ୍କ ଦର୍ଶନ ପାଇଁ ମା’ ବୈଷ୍ଣୋ ଦେବୀ ମନ୍ଦିର...

ଅଲ୍‌କାଇଦା ଆତଙ୍କବାଦୀ ଝାଡ଼ଖଣ୍ଡରୁ ଗିରଫ

ରାଞ୍ଚି,୨୨।୯: ଜଣେ ଅଲ୍‌କାଇଦା ଆତଙ୍କବାଦୀଙ୍କୁ ଏଟିଏସ୍‌ ଟିମ୍‌ ଝାଡ଼ଖଣ୍ଡରୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନାମ ମୌଲାନା ମହମ୍ମଦ କଲିମୁଦ୍ଦିନ୍‌ ମୁଜାହିରି ବୋଲି କୁହାଯାଉଛି।...

ଏହି ଚା’ ପିଅନ୍ତୁ, ଓଜନ କମ୍‌ କରନ୍ତୁ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଔଷଧ...

ଦ୍ୱିତୀୟ ବିବାହ ପାଇଁ ଜିଦ୍‌: ୬୦ ବର୍ଷ ବୟସ୍କ ବ୍ୟକ୍ତି ୧୧ କେଭି ଖୁଣ୍ଟରେ ଚଢ଼ିଲେ

ଜୟପୁର,୧୦।୩: ରାଜସ୍ଥାନର ଧୋଲପୁର ଜିଲାର ଗନିମତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସୋବରନ ସିଂ ନାମକ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଦ୍ୱିତୀୟ...

ଅପରାଧୀଙ୍କ ଗୁଳିରେ ଡିଏସପିଙ୍କ ସମେତ ୮ ପୋଲିସ କର୍ମୀ ଶହୀଦ

କାନପୁର,୩।୭: ଉତ୍ତର ପ୍ରଦେଶ କାନପୁରରେ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ୮ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ କାନପୁର ଡେପୁଟି...

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ,୨୪।୮-ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ଟୁଇଟ କରି...

ନିର୍ଭୟା ମାମଲା: ମୁକେଶଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ମୁକେଶଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଗୁରୁବାର ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରି...

୪୦ ହଜାର ତଳେ ଦୈନିକ ସଂକ୍ରମଣ, ମୁତ୍ୟୁ ସଂଖ୍ୟା ୫ ଶହରୁ କମ୍‌…

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

Advertisement
Archives

Model This Week