Posted inଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ରାହୁଲଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୦ ।୯: କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଟଣାଭିଡା ଜାରି ରହିଛି । ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ ଅଧ୍ୟକ୍ଷ ପଦ ପାଇଁ ମନା କରି ଦେଇଥିଲେ ତା’ପରେ ଆରମ୍ଭ ହୋଇଯାଇଛି ପ୍ରଶ୍ନ । ଏହି ପଦକୁ ନେଇ ପୁଣି ବଢିଯାଇଛି ଅନିଶ୍ଚିତତା । କିଏହେବ କଂଗ୍ରେସ ଅଧ୍ୟକ୍ଷ ।
ଏହାରି ଭିତରେ କଂଗ୍ରେସର ୫ ଜଣ ଏମପି ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏହାର ‘ପାରଦର୍ଶିତା ଓ ନିଷ୍ପକ୍ଷତା’କୁ ନେଇ ଚିନ୍ତା ପ୍ରକଟ କରି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୁଦନ ମିସ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।
ଚିଠି ଲେଖିଥିବା ଏମପିଙ୍କ ମଧ୍ୟରେ ରହିଛନ୍ତି ମନିଷ ତିୱାରୀ, ଶଶି ଥରୁର, କାର୍ତ୍ତି ଚିଦାମ୍ବରମ, ପ୍ରଦ୍ଦୁତ ବୋରଦୋଲେଇ ଓ ଅବଦୁଲ ଖଲିପ । ଏମାନଙ୍କ ମଧ୍ୟରୁ ଥରୁର ଓ ତିୱାରୀଙ୍କ ସମ୍ପର୍କ ‘ଜି-୨୩’ନେତାଙ୍କ ସହ ରହିଛି ।
ଏମ୍‌ପିମାନେ ଚିଠିରେ ଲେଖିଛନ୍ତି, ଆମର ରାୟ ହେଉଛି ଅଧ୍ୟକ୍ଷ ନିର୍ବାଚନର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚକ ମଣ୍ଡଳୀର ସୂଚୀ ମତଦାନରେ ଭାଗ ନେଉଥିବା ମତଦାତା ଓ ସମ୍ଭାବିତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଉ । ଥରୁର ଓ ତିୱାରୀ ପୂର୍ବରୁ ଏହି ସୂଚୀକୁ ସାର୍ବଜନିନ କରିବାକୁ ଦାବି କରି ଆସୁଛନ୍ତି । ଯାହାକୁ ମିସ୍ତ୍ରୀ ସଫାସଫା ମନା କରି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାମୋଲିରେ ହିମସ୍ଖଳନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ଲକ୍ଷ୍ନୌ,୭।୨: ଉତ୍ତରାଖଣ୍ଡର ଚାମୋଲିରେ ହୋଇଥିବା ହିମସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାୟ ୧୫୦ ଲୋକ ନିଖୋଜ ଥିବା କୁହାଯାଉଛି। ପ୍ରଭାବିତ ଅଞ୍ଚଳରେ ସେନାକୁ ନିୟୋଜିତ କରାଯାଇଛି।...

କନିକାଙ୍କ ପାର୍ଟିରେ ଯୋଗ ଦେଇଥିବାରୁ ଆଇସୋଲେଶନରେ ବସୁନ୍ଧରା

ନୂଆଦିଲ୍ଲୀ,୨୦।୩: ବଲିଉଡ୍‌ ଗାୟିକା କନିକା କପୁର କରୋନା ଭାଇରସରେ ପୀଡ଼ିତ ହେବା ପରେ ଏବେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ୧୦ ଦିନ...

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନଁ।ରେ ମାମଲା

ଲକ୍ଷ୍ନୌ, ୫।୧୦: ଉତ୍ତରପ୍ରଦେଶ ଲଖିମ୍‌ପୁର ଖେରି ଜିଲାର ଚିକୁନିଆ ଅଞ୍ଚଳରେ ରବିବାର ଚାଷୀ ଆନ୍ଦୋଳନ ସମୟରେ ୪ଚାଷୀଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହେବା ଘଟଣା ଏବେ...

ନିର୍ବାଚନ ମଇଦାନରେ ଷ୍ଟାର ପ୍ରଚାରକ

ହରିୟାଣା/ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ଥିଲା ଶେଷ ପ୍ରଚାର। ଭୋଟରଙ୍କୁ ପ୍ରଭାବିତ କରିବାକୁ ଶନିବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା...

ରାତାରାତି ବାଜି ଓଲଟ ପାଲଟରେ ଓସ୍ତାଦ ମୋଦି-ଶାହ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ପ୍ରତିଦିନ ଟୁଇଷ୍ଟ ଦେଖିବାକୁ ମିଳୁଥିଲା। ହେଲେ ରାତାରାତି ସବୁକିଛି ହୋଇଗଲା ଓଲଟ ପାଲଟ। ନଭେମ୍ବର ୨୩ ସକାଳେ ଏମିତି...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ମୋଦି

ନୂଆଦିଲ୍ଲୀ,୧୧।୮: ଆସନ୍ତା ମାସରେ ଉଜବେକିସ୍ତାନରେ ହେବାକୁ ଥିବା ସାଂଘାଇ କୋଅପରେଶନ ଅରଗାନାଇଜେସନ(ଏସସିଓ) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟି ପାରନ୍ତି।...

ହାତ ନ ଭାଙ୍ଗି ପାରୁଛ ଯଦି ଗୋଡ଼ ଭାଙ୍ଗିଦିଅ, ଜାମିନ କରାଇଦେବି, ବିଧାୟକଙ୍କ ଧମକ…

ମୁମ୍ବାଇ, ୧୬।୮ : ଉଦ୍ଧବ ଠାକରେଙ୍କ ଶିବସେନାରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକ ପ୍ରକାଶ ସୁର୍ଭେ ତାଙ୍କ ସମର୍ଥକଙ୍କୁ ଶିବ ସୈନିକଙ୍କ...

ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା :ଭାଜପା ୧୪୪, ଶିବସେନା ୧୨୬

ନୂଆଦିଲ୍ଲୀ,୨୭।୯:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ଓ ଶିବସେନା ଏକାଠି ମିଶି ନିର୍ବାଚନ ଲଢୁଥିବାବେଳେ ଗୁରୁବାର ଏମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଛିଡ଼ିଛି। ମୋଟ ୨୮୮ ଆସନ...

Advertisement
Archives

Model This Week