ଜଳପଥରେ ଟାଟା ଷ୍ଟିଲର ପ୍ରଥମ ପରିବହନ

ଯାଜପୁର ଅଫିସ,୬ା୪: କଳିଙ୍ଗନଗର ଟାଟାର ସମ୍ପ୍ରସାରଣ ପ୍ରକଳ୍ପ ନିମନ୍ତେ ଭାରି ମେଶିନ୍‌ ଆଣିବାକୁ ଓଡ଼ିଶାରେ ପ୍ରଥମ ଥର ଅନ୍ତର୍ଦ୍ଦେଶୀୟ ଜଳପଥକୁ ବ୍ୟବହାର କରାଯାଇଛି। ଟାଟା ଷ୍ଟିଲ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ପ୍ରୋଜେକ୍ଟ ଡିଭିଜନ୍‌ ପକ୍ଷରୁ ପ୍ରାୟ ୧୦୦୦ କ୍ୟୁବିକ୍‌ ମିଟର୍‌ (ସିବିଏମ୍‌) ପଣ୍ୟ ଜଳପଥ (ଲୁଣା ନଦୀ) ଜରିଆରେ ମଲ୍‌ଟିମୋଡାଲ୍‌ ଲଜିଷ୍ଟିକ୍‌ସ ପରିବହନ ହୋଇଛି। ସାଂଘାଇରୁ ଚାର୍ଟାର୍ଡ ଜାହାଜରେ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଉକ୍ତ ମାଲ ଆସିଥିଲା। ପରେ ଲୁଣା ନଦୀରେ ପରିବହନ ଲାଗି ତାହାକୁ ବାଜର୍‌ରେ ରଖାଯାଇଥିଲା। ସେଠାରୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ପର୍ଯ୍ୟନ୍ତ ଜଳପଥରେ ମାଲ ପରିବହନ ପରେ ସଡ଼କପଥରେ କଳିଙ୍ଗନଗର ପହଞ୍ଚିଥିଲା।
ଉପସଭାପତି, ଟିକ୍ୟୁଏମ୍‌ ତଥା ଇଞ୍ଜିନିୟର ଆଣ୍ଡ ପ୍ରୋଜେକ୍ଟ ବିଭାଗର ଅବନିଶ ଗୁପ୍ତା କହିଛନ୍ତି, ଖର୍ଚ୍ଚ ହେଉଥିବା ମୂଲ୍ୟରେ ଲାଭ ସହ ନିରବଚ୍ଛିନ୍ନ ଲଜିଷ୍ଟିକ୍ସ ମଡେଲ୍‌ ପାଇଁ ଏହା ପଥ ପ୍ରଦର୍ଶନ କରିବ। ଯାହାଆସେମ୍ବଲ୍‌ଡ ସ୍ଥିତିରେ ପ୍ଲାଣ୍ଟ୍‌ ଓ ମେଶିନ୍‌ ଆମଦାନୀ ଏବଂ ଏକତ୍ରୀକରଣ ଜରିଆରେ ହାସଲ କରାଯାଇପାରିବ। ଇସ୍ପାତ୍‌ ଶିଳ୍ପ ଓ ଦେଶର ଅଙ୍ଗାରକାମ୍ଳ ହ୍ରାସ ସହ ସଡ଼କ ସୁରକ୍ଷାରେ ଉନ୍ନତି ଆଣିବ। ଆସିଥିବା ପଣ୍ୟ ସାମଗ୍ରୀରେ ୪ ସୁପର୍‌ ଓଭର୍‌-ଡାଇମେନ୍‌ଶନାଲ୍‌ କାର୍ଗୋ (ଏସ୍‌ଓଡିସି) ରହିଛି। ପ୍ରତିଟିର ଓଜନ ୧୦୦ ମେଟ୍ରିକ୍‌ ଟନ୍‌ । ଚଉଡା ୮ ମିଟର୍‌ ହେବ। ଏହି ପ୍ରକଳ୍ପ ପଣ୍ୟଗୁଡ଼ିକ ସ୍ଲାଗ୍‌ ଗ୍ରାନୁଲେଶନ୍‌ ପ୍ଲାଣ୍ଟର ଅଂଶ। ଯାହାକୁ ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନାରେ ସ୍ଥାପନ କରାଯାଉଛି। ଦୁନିଆର ଅନ୍ୟ ପ୍ରାନ୍ତ ସହ ଯୋଡ଼ି ହେବା ଲାଗି ଅନ୍ତର୍ଦ୍ଦେଶୀୟ ଜଳପଥରେ ରହିଥିବା ସମ୍ଭାବନାକୁ ଉଜାଗର କରି ଅଧିକ ଚଉଡ଼ା ପଣ୍ୟ (ଓଡିସି), ଅଧିକ ଓଜନ ବିଶିଷ୍ଟ ପଣ୍ୟ (ଓଡବ୍ଲ୍ୟୁସି), ସୁପର୍‌ ଓଡିସି ପ୍ରକଳ୍ପ ପଣ୍ୟ ପାଇଁ ଟାଟା ଷ୍ଟିଲ୍‌ ପକ୍ଷରୁ ଏହାର ଲଜିଷ୍ଟିକ୍ସ ଦକ୍ଷତା ବଢ଼ାଇବା ଲାଗି ମଲ୍‌ଟିମୋଡାଲ୍‌ ଲଜିଷ୍ଟିକ୍ସ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ଜଳପଥ ପରିବହନ ଟ୍ରାଫିକ ସମସ୍ୟାକୁ କମ୍‌ କରି ଏହା ଲଜିଷ୍ଟିକ୍‌ ପ୍ରତିବନ୍ଧକକୁ ଦୂର କରୁଛି। ଫଳରେ ସଡ଼କ ସୁରକ୍ଷା ବୃଦ୍ଧି ପାଉଛି ଓ ଅନ୍ତର୍ଦ୍ଦେଶୀୟ ଜଳପଥ, ଉପକୂଳ ଚଳପ୍ରଚଳ ଓ ସଡ଼କ ପଥ ପରିବହନର ମିଶ୍ରଣ ଜରିଆରେ ଭାରତର ବିଭିନ୍ନ ବନ୍ଦର ସହ ଯୋଡ଼ି ବିଦେଶୀ ରାଷ୍ଟ୍ରଗୁଡ଼ିକୁ ଜାହାଜର ନମନୀୟ ବିକଳ୍ପ ପ୍ରଦାନ କରାଯାଉଛି। ଏହି ଜଳପଥ ମାଧ୍ୟମ ସଡ଼କ କଟକଣା ସହିତ ଜଡ଼ିତ ଥିବା ଭବିଷ୍ୟତର ଆହ୍ବାନ ଓ ଅନିଶ୍ଚିତତାଗୁଡ଼ିକୁ ଦୂର କରି ସୁପର୍‌ ଓଡିସି ପ୍ରକଳ୍ପ ପଣ୍ୟର ପରିବହନ ପାଇଁ ନୂଆ ମାଧ୍ୟମ ଖୋଲିଛି। ପ୍ରକଳ୍ପ କ୍ଷେତ୍ରକୁ ସିଧାସଳଖ ବଡ଼ ଆକାରର ଆସେମ୍ବଲ୍‌ଡ ଉପକରଣ ଆମଦାନି କରିବା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ଫେବ୍ରିକେଶନ୍‌, ଆସେମ୍ବ୍‌ଲି, କାର୍ଯ୍ୟର ନିରୀକ୍ଷଣ ଆଦି ହ୍ରାସ ପାଉଛି।
ଗତ ମାସରେ ପଶ୍ଚିମବଙ୍ଗ ହଳଦିଆ ବନ୍ଦରରୁ ଆସାମର ପାଣ୍ଡୁ ବନ୍ଦର ପର୍ଯ୍ୟନ୍ତ ଇଣ୍ଡୋ-ବାଲାଂଦେଶ ପ୍ରୋଟୋକଲ୍‌ ରୁଟ୍‌ (ଆଇବିପି)କୁ ବ୍ରହ୍ମପୁତ୍ର ନଦୀ ମାଧ୍ୟମରେ ବ୍ୟବହାର କରି ୧୮,୦୦୦ ଟନ୍‌ ଫିନିସ୍‌ଡ୍‌ ଇସ୍ପାତ୍‌ ଉପତ୍ାଦ ପଠାଇ ଟାଟା ଷ୍ଟିଲ୍‌ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲା। ଟାଟା ଷ୍ଟିଲ୍‌ର ଫିନିସ୍‌ଡ୍‌ ଉପତ୍ାଦ ବୋଝେଇ ହୋଇଥିବା ବାର୍ଜ କଳ୍ପନା ଚାୱଲାକୁ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ୍‌ ପତାକା ଦେଖାଇ ଲୋକାର୍ପଣ କରିଥିଲେ। ଆଇବିପି ପଥକୁ ବ୍ୟବହାର କରିବା ଟାଟା ଷ୍ଟିଲ୍‌କୁ ୩ କାର୍ବନ୍‌ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ। ୨୦୨୧ ଜୁଲାଇରେ କମ୍ପାନୀ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସ୍ଥାନ ପର୍ଯ୍ୟନ୍ତ ଫିନିସ୍‌ଡ୍‌ ସାମଗ୍ରୀ ପହଞ୍ଚାଇବା ଲାଗି ଇଲେକ୍ଟ୍ରିକ୍‌ ଯାନ ବ୍ୟବହାର କରିବାରେ ଅଗ୍ରଦୂତ ଭୂମିକା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri