ବିକାଶ ଆଳରେ ମୋରମ ଲୁଟ୍‌

ଯାଜପୁର ଅଫିସ,୬ା୪: ଯାଜପୁର ଜିଲା ବ୍ୟାସନଗର ପୌରାଞ୍ଚଳରେ ଥିବା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ ନାମରେ ମୋରମ ଲୁଟ୍‌ ଚାଲିଛି। ରାଜସ୍ବ ବିଭାଗ ଅଧୀନରେ ଥିବା ଏହି ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଏବେ ମୋରମ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏନେଇ ବ୍ୟାସନଗର ତହସିଲ ପ୍ରଶାସନ ପାଖରେ ଖବର ଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହି ବେଆଇନ ମୋରମ ଉତ୍ତୋଳନରେ ତହସିଲ ପ୍ରଶାସନ ସହଯୋଗୀ ପାଲଟିଛି ବୋଲି ଅଭିଯୋଗ ହୋଇଛି। ବ୍ୟାସ ସରୋବରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ନିୟୋଜିତ ଥିବା ଠିକାସଂସ୍ଥାର ମେଶିନରେ ରାତିରେ ଏଭଳି ବେଆଇନ କାର୍ଯ୍ୟ ଚାଲିଛି। ଏହି କାରଣରୁ ପବିତ୍ର ସ୍ଥଳ ଖାଲଖମାରେ ଭର୍ତ୍ତି ହୋଇଛି। ଗୋଟିଏ ପଟେ ୬୪ କୋଟି ଟଙ୍କା ବିନିଯୋଗରେ ବ୍ୟାସ ସରୋବରର ବିକାଶ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଚାଲିଥିବାବେଳେ ଅନ୍ୟପଟେ ମୋରମ ଲୁଟ୍‌ କାରବାର ଉପରେ କେହି ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଫଳରେ ସରକାରଙ୍କ ବିପୁଳ ପରିମାଣର ଟଙ୍କା ପାଣିରେ ପଡିବ ବୋଲି ମତପ୍ରକାଶ ପାଇଛି।
ଲଘୁ ଖଣିଜ ସମ୍ପଦ ବାଲି, ଗ୍ରାନାଇଟ, ମୋରମ, ମାଟି ପ୍ରଭୃତିର ଉତ୍ତୋଳନ ପାଇଁ ସରକାର ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୪ (ଓଏମ୍‌ଏମ୍‌ସିଏଆର) ଅନୁଯାୟୀ ବ୍ୟାସ ସରୋବରରେ ଗୋଟିଏ ବି ସୈରାତ କାହାରିକୁ ଲିଜ୍‌ ସୂତ୍ରରେ ଦିଆଯାଇ ନାହିଁ ା ମାଇନିଂ ପ୍ଲାନ, ପରିବେଶ ଓ ଜଙ୍ଗଲ ବିଭାଗର ଅନୁମୋଦନ ମଧ୍ୟ ନାହିଁ। ବ୍ୟାସ ସରୋବରରୁ ବଢୁଥିବା ଗଛଗୁଡିକୁ କାଟି ମୋରମ ଓ ମାଟି ଉତ୍ତୋଳନ ହେଉଥିବା ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଇନ ମୁତାବକ ରାଜ୍ୟ ସରକାର ବିପୁଳ ଟଙ୍କାର ରାଜସ୍ବ ହରାଉଥିବାବେଳେ ଶତାଧିକ ଏକର ସରକାରୀ ଓ ଜଙ୍ଗଲ ଜମି ନଷ୍ଟ ହେଉଛି। ଏପରିକି ଜଙ୍ଗଲ ଜମିକୁ କିସମ ବଦଳାଇ ରୟତି ଜମିରେ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି। ସ୍ପଷ୍ଟ ଦିବାଲୋକରେ ଏହି କଳାକାରନାମା ଚାଲିଥିଲେ ସୁଦ୍ଧା ଜଗିବାକୁ କେହି ନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତାର ଫାଇଦା ବେଆଇନ ମୋରମ ବ୍ୟବସାୟୀଙ୍କୁ ବେଶ ସୁହାଉଛି।
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୬୪ କୋଟି ଟଙ୍କା ବିନିଯୋଗ କରି ବ୍ୟାସ ସରୋବରର ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହେଉଛି। ତେବେ ଏହି କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରୁ ହିଁ ଅନେକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ପାଚେରି ନିର୍ମାଣରେ ବିଭାଗୀୟ ଅଟକଳ ଓ ଡିଜାଇନ ଅନୁଯାୟୀ ହେଉ ନାହିଁ। ପାଚେରି ନିର୍ମାଣରେ ତଳେ କଂକ୍ରିଟକରଣ ହେଉଥିବାବେଳେ ତାହାର ଉପରକୁ ୪ଫୁଟ ପର୍ଯ୍ୟନ୍ତ ଇଟା କାନ୍ଥ ହେଉଛି। ଏହାର ଉପରେ ପୁଣି କଂକ୍ରିଟକରଣ କରାଯାଇ ଇଟା ଅଂଶରେ ବାଲି ବଦଳରେ ମୋରମ ଓ ମାଟି ପୋତା ଯାଇଛି। କେବଳ ଏହି କାର୍ଯ୍ୟରେ ଠିକାସଂସ୍ଥା ଓ ବିଭାଗୀୟ କର୍ତ୍ତୃପକ୍ଷ ମିଳିମିଶି ପ୍ରାୟ ୧ କୋଟି ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହେଉଛି। ଏହି ପ୍ରକଳ୍ପରେ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସହରୀ ଜଙ୍ଗଲ ସୃଷ୍ଟି, ପାର୍କ, ଦୂବକ୍ଷେତ, ଜଳାଶୟ, ମହାଭାରତ ଯୁଗର ହସ୍ତିନାପୁର, କୌରବ ଓ ପାଣ୍ଡବ, ମାଛ ଆଖି, ବୋଟିଂ, ବ୍ରିଜ, ଫୁଲ ବଗିଚା, ଭୀଷ୍ମ ଶରଶଯ୍ୟା, ବିଶ୍ୱରୂପ ଇତ୍ୟାଦି ପରିକଳ୍ପନା କରାଯାଇଛି। ତେବେ ଏହିସବୁର ଭିତ୍ତିଭୂମି ନିର୍ମାଣ ଅତି ନିମ୍ନମାନର ହେଉଥିବା ସନ୍ଦେହ କରାଯାଇଛି। ଏହିସବୁ କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନର କୌଣସି କର୍ତ୍ତୃତ୍ୱ ରହୁ ନ ଥିବାରୁ ଠିକାସଂସ୍ଥା ମନମାନି କରୁଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ ମାଝିଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ୟାସ ସରୋବର ଅଞ୍ଚଳରୁ ମୋରମ ଉତ୍ତୋଳନ କରିବାକୁ କୌଣସି ଅନୁମତି ଦିଆଯାଇ ନାହିଁ। ଯଦି ବେଆଇନ ଉତ୍ତୋଳନ ହେଉଛି, ତେବେ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri