Posted inଖେଳ

ଟାଟା ଷ୍ଟିଲ ଚେସ୍‌ରେ ମହିଳା ଟୁର୍ନାମେଣ୍ଟ ସାମିଲ

ଭୁବନେଶ୍ୱର, ୧୧।୮ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୪ ପର୍ଯ୍ୟନ୍ତ କୋଲକାତାରେ ହେବାକୁଥିବା ଟାଟା ଷ୍ଟିଲ୍‌ ଚେସ୍‌ର ଚତୁର୍ଥ ସଂସ୍କରଣରେ ମହିଳା ଟୁର୍ନାମେଣ୍ଟକୁ ସାମିଲ କରାଯିବ। ଏପର୍ଯ୍ୟନ୍ତ ଓପନ ଟୁର୍ନାମେଣ୍ଟର ୩ଟି ସଂସ୍କରଣ ଅନୁଷ୍ଠିତ ହୋଇଛି। ଆଗାମୀ ଚତୁର୍ଥ ସଂସ୍କରଣରେ ଓପନ ବିଭାଗ ସହିତ ମହିଳା ଟୁର୍ନାମେଣ୍ଟ ଖେଳାଯିବ। ଏହା ସେହି ସମାନ ରାପିଡ ଏବଂ ବ୍ଲିଜ୍‌ ଫର୍ମାଟରେ ଆୟୋଜନ ହେବ। ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର, ଭାରତର ପୁରୁଷ ଓ ମହିଳା ଗ୍ରାଣ୍ଡମାଷ୍ଟର, ଯୁବ ଭାରତୀୟ ପ୍ରତିଭା ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବେ। ବିଶ୍ୱନାଥନ୍‌ ଆନନ୍ଦ ଟୁର୍ନାମେଣ୍ଟର ଆମ୍ବାସାଡର ତଥା ପରାମର୍ଶଦାତା ରହିଛନ୍ତି। କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ଉଭୟ ମହିଳା ଓ ପୁରୁଷ ବର୍ଗରେ ପୁରସ୍କାର ପରିମାଣ ସମାନ ରହିବ।

ଆଗାମୀ ପ୍ରତିଯୋଗିତାରେ ଭାଗ ନେବାକୁ ସମ୍ମତି ଜଣାଇ ସାରିଥିବା ମହିଳା ଗ୍ରାଣ୍ଡମାଷ୍ଟରଙ୍କ ମଧ୍ୟରେ ଅଛନ୍ତି ୟୁକ୍ରେନର ଆନ୍ନା ଏବଂ ମାରିୟା ମୁଜିଚୁକ୍‌, ଜର୍ଜିଆର ନାନା ଜାଗ୍‌ନିଜେ ଏବଂ ପୋଲାଣ୍ଡର ଆଲିନା କାଶଲିନସ୍କାୟା। ସେହିପରି ଭାରତୀୟ ଚେସ୍‌ ସୁପରଷ୍ଟାର କୋନେରୁ ହମ୍ପି, ଦ୍ରୋଣାବଳୀ ହାରିକା ଏବଂ ପ୍ରତିଭା ସମ୍ପନ୍ନ ଆର. ବୈଶାଳୀଙ୍କ ସମେତ ନିକଟରେ ଚେନ୍ନାଇରେ ସମାପ୍ତ ହୋଇଥିବା ଚେସ୍‌ ଅଲିମ୍ପିଆଡରେ ବ୍ରୋଞ୍ଜ ପଦକ ହାସଲକାରୀ ଦଳର ସମସ୍ତ ସଦସ୍ୟ ଭାଗନେବେ।

”ସମ୍ପ୍ରତି ଚେସ୍‌ର ଗୁରୁତ୍ୱ ବଢ଼ିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଟାଟା ଷ୍ଟିଲ ଚେସ୍‌ ଇଣ୍ଡିଆ ଭଳି ଟୁର୍ନାମେଣ୍ଟ ଗୁଡ଼ିକରେ ଆମର ଯୁବ ଖେଳାଳିମାନେ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟରମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପରିପ୍ରେକ୍ଷୀରେ ନୂଆ ଚାମ୍ପିୟନ ସୃଷ୍ଟି ଦିଗରେ ସହାୟକ ହୋଇ ପାରୁଛି। ସମ୍ପ୍ରତି ଭାରତ ଚେସ୍‌ର ଗନ୍ତାଘର ଭାବରେ ବିବେଚିତ ହେଉଛି ଏବଂ ଆମ ଦେଶରେ ଉଭୟ ପୁରୁଷ ଏବଂ ମହିଳାମାନେ ଏହି କ୍ରୀଡାରେ ଉତ୍କର୍ଷ ଲାଭ କରୁଛନ୍ତି। ପୁରୁଷଙ୍କ ସହିତ ସମାନ ପରିମାଣର ପୁରସ୍କାର ରାଶି ସହିତ ମହିଳାଙ୍କ ଟୁର୍ନାମେଣ୍ଟ ପ୍ରଚଳନ ସ୍ବାଗତଯୋଗ୍ୟ ପଦକ୍ଷେପ। ଚେସ୍‌ ଏକ ସମତାର କ୍ରୀଡା ହୋଇ ରହିଛି ଏବଂ ରହିବା ଉଚିତ“ ବୋଲି ଆନନ୍ଦ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଟାଟା ଷ୍ଟିଲ୍‌ ଉପସଭାପତି (କର୍ପୋରେଟ ସର୍ଭିସେସ) ଚାଣକ୍ୟ ଚୌଧାରୀ କହିଛନ୍ତି ଯେ, ଚଳିତ ବର୍ଷ ସଂସ୍କରଣରେ ମହିଳା ଟୁର୍ନାମେଣ୍ଟ ସାମିଲ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଫିଡେ ପକ୍ଷରୁ ‘ଚେସ୍‌ରେ ମହିଳାଙ୍କର ବର୍ଷ’ ପାଳନ କରାଯାଉଛି। ତେଣୁ ଆଗାମୀ ଟୁର୍ନାମେଣ୍ଟରେ ମହିଳାଙ୍କ ପ୍ରତିଯୋଗିତା ସାମିଲଠାରୁ ଆଉ ଭଲ କ’ଣ ହୋଇପାରେ। ଏହି ଟୁର୍ନାମେଣ୍ଟ ଯୁବ ଭାରତୀୟ ପ୍ରତିଭାଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟରମାନଙ୍କ ବିପକ୍ଷରେ ଖେଳିବାକୁ ସୁଯୋଗ ଦେବ। ଆମକୁ ମିଳିଥିବା ଅନୁଭୂତିକୁ ନେଇ ଆମେ ବିଶ୍ୱ ଶ୍ରେଣୀର ଚେସ୍‌ ପ୍ରତିଯୋଗିତାକୁ ଆହୁରି ଭଲ କରିବା ଦିଗରେ ପ୍ରତିବଦ୍ଧ ରହିଛୁ“।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri