ଉବରକୁ ୨୫୦୦୦ଇଭି କାର୍‌ ଯୋଗାଇବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୧।୨: ଦେଶର ସର୍ବବୃହତ୍‌ ବୈଦ୍ୟୁତିକ ଯାତ୍ରୀବାହୀ ଯାନ ନିର୍ମାତା ଟାଟା ମୋଟର୍ସ ଏବଂ ରାଇଡ୍‌ ଶେୟାରିଂ ପ୍ଲାଟଫର୍ମ କମ୍ପାନୀ ଉବର ସହ ସୋମବାର ଏକ ବାଣିଜି୍ୟକ ରାଜିନାମା ହୋଇଥିବା ଜଣାପଡିଛି। ଉକ୍ତ ରାଜିନାମା ଅନୁସାରେ ଟାଟା ମୋଟର୍ସ ଉବରକୁ ୨୫୦୦୦ ବୈଦ୍ୟୁତିକ ଯାନ (ଇଭି) ବା ଇଭି କାର୍‌ ଯୋଗାଇବ। ବିଶେଷକରି ଟାଟା ମୋଟର୍ସ ତା’ର ନୂଆ ଇଭି ମଡେଲ ‘ଏକ୍ସପ୍ରେସ-ଟି’ର ୨୫୦୦୦ୟୁନିଟ୍‌ ଉବରକୁ ଯୋଗାଇ ଦେବାକୁ ଯାଉଛି। ଏ ନେଇ ସୋମବାର ଉଭୟ ଟାଟା ମୋଟର୍ସ ଏବଂ ଉବର ପକ୍ଷରୁ ମିଳିତ ଭାବେ ସୂଚନା ଦିଆଯାଇଛି। ସେହିଭଳି ଉକ୍ତ ଡିଲକୁ ଇଭି ଯାନ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଡିଲ୍‌ ବୋଲି କୁହାଯାଉଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ଉବର ଏହି ଇଭି କାରକୁ ଏହାର ପ୍ରିମିୟମ ସେବାରେ ନିୟୋଜିତ କରିବ। ସେହିପରି ପ୍ରାରମ୍ଭିକ ପର୍ଯ୍ୟାୟରେ ଉବର ଦିଲ୍ଲୀ ଏନସିଆର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମଦାବାଦ ଭଳି ସହରରେ ଉକ୍ତ ଇଭି କାର୍‌ ସେବା ଯୋଗାଇବ। ଏପରିକି ଟାଟା ମୋଟର୍ସ ପର୍ଯ୍ୟାୟକ୍ରମେ ଉବରକୁ ସମସ୍ତ ୨୫୦୦୦ ଯାନ ହସ୍ତାନ୍ତର କରିବ ବୋଲି ଜଣାପଡିଛି। ଯାହାକି ଚଳିତ ମାସରୁ ହିଁ ଆରମ୍ଭ ହେବ ବୋଲି ଜଣାଯାଇଛି। ଏ ସମ୍ପର୍କରେ ଟାଟା ମୋଟର୍ସର ପାସେଞ୍ଜର ଯାନ ଏବଂ ଟାଟା ପାସେଞ୍ଜର ମୋବିଲିଟିର ପରିଚାଳନା ନିର୍ଦ୍ଦେଶକ ଶୈଳେଶ ଚନ୍ଦ୍ରା କହିଛନ୍ତି, ଭାରତର ଏକ ପ୍ରମୁଖ ରାଇଡ୍‌ ଶେୟାରିଂ ପ୍ଲାଟଫର୍ମ ସହ ସହଭାଗିତାକୁ ନେଇ ଆମେ ବହୁତ ଖୁସି ଅଛୁ। ଏପରିକି ଉକ୍ତ ଡିଲ୍‌ ଗ୍ରାହକଙ୍କୁ ପରିବେଶ ଅନୁକୂଳ ଯାତ୍ରା ତଥା ସବୁଜ-ସ୍ବଚ୍ଛ ଯାତ୍ରା ପ୍ରଦାନ କରିବ। ଏହି ସହଭାଗିତା ଭବିଷ୍ୟତରେ ଇଭି ସେଗମେଣ୍ଟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ବିଶେଷ କରି ଭାରତୀୟ ବଜାରରେ ଆମର ସ୍ଥିତିକୁ ସୁଦୃଢ଼ କରିବାରେ ଏହା ବେଶ୍‌ ସହାୟକ ହେବ। ସେହିପରି ଉବର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ଅଧ୍ୟକ୍ଷ ପ୍ରଭଜିତ ସିଂହ କହିଛନ୍ତି, ଉବର ଭାରତରେ ଶେୟାରିଂ ରାଇଡ୍‌ ଯୋଗାଇବା କ୍ଷେତ୍ରରେ ସ୍ଥାୟିତ୍ୱ ପାଇଁ ପ୍ରତିବଦ୍ଧ ରହିଛି। ଏପରିକି ଟାଟା ମୋଟର୍ସ ସହ ହୋଇଥିବା ବାଣିଜି୍ୟକ ସହଭାଗିତା ଏକ ପ୍ରମୁଖ ମାଇଲଖୁଣ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri