ଉବରକୁ ୨୫୦୦୦ଇଭି କାର୍‌ ଯୋଗାଇବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୧।୨: ଦେଶର ସର୍ବବୃହତ୍‌ ବୈଦ୍ୟୁତିକ ଯାତ୍ରୀବାହୀ ଯାନ ନିର୍ମାତା ଟାଟା ମୋଟର୍ସ ଏବଂ ରାଇଡ୍‌ ଶେୟାରିଂ ପ୍ଲାଟଫର୍ମ କମ୍ପାନୀ ଉବର ସହ ସୋମବାର ଏକ ବାଣିଜି୍ୟକ ରାଜିନାମା ହୋଇଥିବା ଜଣାପଡିଛି। ଉକ୍ତ ରାଜିନାମା ଅନୁସାରେ ଟାଟା ମୋଟର୍ସ ଉବରକୁ ୨୫୦୦୦ ବୈଦ୍ୟୁତିକ ଯାନ (ଇଭି) ବା ଇଭି କାର୍‌ ଯୋଗାଇବ। ବିଶେଷକରି ଟାଟା ମୋଟର୍ସ ତା’ର ନୂଆ ଇଭି ମଡେଲ ‘ଏକ୍ସପ୍ରେସ-ଟି’ର ୨୫୦୦୦ୟୁନିଟ୍‌ ଉବରକୁ ଯୋଗାଇ ଦେବାକୁ ଯାଉଛି। ଏ ନେଇ ସୋମବାର ଉଭୟ ଟାଟା ମୋଟର୍ସ ଏବଂ ଉବର ପକ୍ଷରୁ ମିଳିତ ଭାବେ ସୂଚନା ଦିଆଯାଇଛି। ସେହିଭଳି ଉକ୍ତ ଡିଲକୁ ଇଭି ଯାନ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଡିଲ୍‌ ବୋଲି କୁହାଯାଉଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ଉବର ଏହି ଇଭି କାରକୁ ଏହାର ପ୍ରିମିୟମ ସେବାରେ ନିୟୋଜିତ କରିବ। ସେହିପରି ପ୍ରାରମ୍ଭିକ ପର୍ଯ୍ୟାୟରେ ଉବର ଦିଲ୍ଲୀ ଏନସିଆର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମଦାବାଦ ଭଳି ସହରରେ ଉକ୍ତ ଇଭି କାର୍‌ ସେବା ଯୋଗାଇବ। ଏପରିକି ଟାଟା ମୋଟର୍ସ ପର୍ଯ୍ୟାୟକ୍ରମେ ଉବରକୁ ସମସ୍ତ ୨୫୦୦୦ ଯାନ ହସ୍ତାନ୍ତର କରିବ ବୋଲି ଜଣାପଡିଛି। ଯାହାକି ଚଳିତ ମାସରୁ ହିଁ ଆରମ୍ଭ ହେବ ବୋଲି ଜଣାଯାଇଛି। ଏ ସମ୍ପର୍କରେ ଟାଟା ମୋଟର୍ସର ପାସେଞ୍ଜର ଯାନ ଏବଂ ଟାଟା ପାସେଞ୍ଜର ମୋବିଲିଟିର ପରିଚାଳନା ନିର୍ଦ୍ଦେଶକ ଶୈଳେଶ ଚନ୍ଦ୍ରା କହିଛନ୍ତି, ଭାରତର ଏକ ପ୍ରମୁଖ ରାଇଡ୍‌ ଶେୟାରିଂ ପ୍ଲାଟଫର୍ମ ସହ ସହଭାଗିତାକୁ ନେଇ ଆମେ ବହୁତ ଖୁସି ଅଛୁ। ଏପରିକି ଉକ୍ତ ଡିଲ୍‌ ଗ୍ରାହକଙ୍କୁ ପରିବେଶ ଅନୁକୂଳ ଯାତ୍ରା ତଥା ସବୁଜ-ସ୍ବଚ୍ଛ ଯାତ୍ରା ପ୍ରଦାନ କରିବ। ଏହି ସହଭାଗିତା ଭବିଷ୍ୟତରେ ଇଭି ସେଗମେଣ୍ଟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ବିଶେଷ କରି ଭାରତୀୟ ବଜାରରେ ଆମର ସ୍ଥିତିକୁ ସୁଦୃଢ଼ କରିବାରେ ଏହା ବେଶ୍‌ ସହାୟକ ହେବ। ସେହିପରି ଉବର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ଅଧ୍ୟକ୍ଷ ପ୍ରଭଜିତ ସିଂହ କହିଛନ୍ତି, ଉବର ଭାରତରେ ଶେୟାରିଂ ରାଇଡ୍‌ ଯୋଗାଇବା କ୍ଷେତ୍ରରେ ସ୍ଥାୟିତ୍ୱ ପାଇଁ ପ୍ରତିବଦ୍ଧ ରହିଛି। ଏପରିକି ଟାଟା ମୋଟର୍ସ ସହ ହୋଇଥିବା ବାଣିଜି୍ୟକ ସହଭାଗିତା ଏକ ପ୍ରମୁଖ ମାଇଲଖୁଣ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri