ଲାଜେଇଲେ ସୁହାନା

ମୁମ୍ବାଇ: ବଲିଉଡ ମେଗା ଷ୍ଟାର ଶାହାରୁଖ ଖାଁଙ୍କ ଝିଅ ସୁହାନାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଫଟୋରେ ସୁହାନା ହାତରେ ଏକ ଫୁଲତୋଡା ଧରିଥିବା ଦେଖାଯାଇଛି । ଟ୍ୟୁଲିପ ଓ ଗୋଲାପରେ ସଜାଯାଇଥିବା ଏକ ଗୁଲଦସ୍ତାକୁ ଦେଖି ସୁହାନା ଲାଜେଇବା ଭଳି ନଜର ଆସିଛନ୍ତି । ଏହି ଫଟୋ ସୁହାନାଙ୍କର ଏକ ଫ୍ୟାନ ପେଜ ଶେୟାର କରିଛି । ସୁହାନା ଏବେ ଲଣ୍ଡନରେ ଛୁଟି କାଟୁଥିବା ବେଳେ ସେହିଠାରେ ହିଁ ତାଙ୍କୁ ଏଡି ଫୁଲତୋଡାଟି ମିଳିଛି ।
ଫଟୋରେ ସୁହାନା ମେକଅପ ଲୁକରେ ନଜର ଆସିଛନ୍ତି । ସେ ଲାଇଟ ପିଙ୍କ କଲର ଟପ ସହ ଜ୍ୟାକେଟ ପିନ୍ଧିଛନ୍ତି । ହେୟାର ଷ୍ଟାଇଲ ବି କାଫି ଶୋବର ରହିଛି । ଫଟୋରେ ମୁଖ୍ୟ ଆକର୍ଷଣ ହେଉଛି ସୁହାନା ଫୁଲତୋଡାଟିକୁ ଲାଜେଇବା ଭଙ୍ଗିରେ ଦେଖୁଥିବା ବେଳେ ମୃଦୁ ମୃଦୁ ହସୁଛନ୍ତି ।
ଶାହାରୁଖ ଖାଁ ଓ ଗୌରି ଖାଁଙ୍କ ଝିଅ ସୁହାନାଙ୍କର ଫ୍ୟାନ ଫଲୋଇଂ ସଂଖ୍ୟା ଖୁବ ଅଧିକ । ଏବେ ପର୍ଯ୍ୟନ୍ତ ସେ ଲାଇମ ଲାଇଟକୁ ଆସି ନ ଥିଲେ ବି ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ପ୍ରାୟ ୩.୨ ମିଲିୟନ ରହିଛି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ସୁହାନା ସମୟ ସମୟରେ କିଛି ଫଟୋ ଶେୟାର କରୁଥିବା ବେଳେ ତାଙ୍କର ବୋଲ୍ଡ ଅନ୍ଦାଜ ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଥାଏ ।
ଫିଲ୍ମ ମେକର ଜୋୟା ଅଖତରଙ୍କ ମୁଭି ମାଧ୍ୟମରେ ସୁହାନା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଦ ଆର୍ଚିଜ’ରେ ସୁହାନା ମୁଖ୍ୟ ଭୂମିକାରେ ନଜର ଆସିବେ ଜୋୟାଙ୍କ ଏହି ମୁଭି ନେଟଫ୍ଲିକ୍ସରେ ରିଲିଜ୍ ହେବ । ସୁହାନାଙ୍କ ବ୍ୟତୀତ ଆଉ କେତେଜଣ ଷ୍ଟାର କିଡ୍ସଙ୍କୁ ବି ଏହି ମୁଭିରେ ଦେଖିବାକୁ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri