ଲାଜେଇଲେ ସୁହାନା

ମୁମ୍ବାଇ: ବଲିଉଡ ମେଗା ଷ୍ଟାର ଶାହାରୁଖ ଖାଁଙ୍କ ଝିଅ ସୁହାନାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଫଟୋରେ ସୁହାନା ହାତରେ ଏକ ଫୁଲତୋଡା ଧରିଥିବା ଦେଖାଯାଇଛି । ଟ୍ୟୁଲିପ ଓ ଗୋଲାପରେ ସଜାଯାଇଥିବା ଏକ ଗୁଲଦସ୍ତାକୁ ଦେଖି ସୁହାନା ଲାଜେଇବା ଭଳି ନଜର ଆସିଛନ୍ତି । ଏହି ଫଟୋ ସୁହାନାଙ୍କର ଏକ ଫ୍ୟାନ ପେଜ ଶେୟାର କରିଛି । ସୁହାନା ଏବେ ଲଣ୍ଡନରେ ଛୁଟି କାଟୁଥିବା ବେଳେ ସେହିଠାରେ ହିଁ ତାଙ୍କୁ ଏଡି ଫୁଲତୋଡାଟି ମିଳିଛି ।
ଫଟୋରେ ସୁହାନା ମେକଅପ ଲୁକରେ ନଜର ଆସିଛନ୍ତି । ସେ ଲାଇଟ ପିଙ୍କ କଲର ଟପ ସହ ଜ୍ୟାକେଟ ପିନ୍ଧିଛନ୍ତି । ହେୟାର ଷ୍ଟାଇଲ ବି କାଫି ଶୋବର ରହିଛି । ଫଟୋରେ ମୁଖ୍ୟ ଆକର୍ଷଣ ହେଉଛି ସୁହାନା ଫୁଲତୋଡାଟିକୁ ଲାଜେଇବା ଭଙ୍ଗିରେ ଦେଖୁଥିବା ବେଳେ ମୃଦୁ ମୃଦୁ ହସୁଛନ୍ତି ।
ଶାହାରୁଖ ଖାଁ ଓ ଗୌରି ଖାଁଙ୍କ ଝିଅ ସୁହାନାଙ୍କର ଫ୍ୟାନ ଫଲୋଇଂ ସଂଖ୍ୟା ଖୁବ ଅଧିକ । ଏବେ ପର୍ଯ୍ୟନ୍ତ ସେ ଲାଇମ ଲାଇଟକୁ ଆସି ନ ଥିଲେ ବି ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ପ୍ରାୟ ୩.୨ ମିଲିୟନ ରହିଛି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ସୁହାନା ସମୟ ସମୟରେ କିଛି ଫଟୋ ଶେୟାର କରୁଥିବା ବେଳେ ତାଙ୍କର ବୋଲ୍ଡ ଅନ୍ଦାଜ ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଥାଏ ।
ଫିଲ୍ମ ମେକର ଜୋୟା ଅଖତରଙ୍କ ମୁଭି ମାଧ୍ୟମରେ ସୁହାନା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଦ ଆର୍ଚିଜ’ରେ ସୁହାନା ମୁଖ୍ୟ ଭୂମିକାରେ ନଜର ଆସିବେ ଜୋୟାଙ୍କ ଏହି ମୁଭି ନେଟଫ୍ଲିକ୍ସରେ ରିଲିଜ୍ ହେବ । ସୁହାନାଙ୍କ ବ୍ୟତୀତ ଆଉ କେତେଜଣ ଷ୍ଟାର କିଡ୍ସଙ୍କୁ ବି ଏହି ମୁଭିରେ ଦେଖିବାକୁ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri