ଶତ୍ରୁତାରୁ ଟାର୍ଗେଟ୍‌ ଶିଶୁ

ଅନୁଗୋଳ/ ଢେଙ୍କାନାଳ ଅଫିସ,୧୯ା୧୨

ରାଜ୍ୟରେ ବଢ଼ୁଛି ଶିଶୁ ନିଖୋଜ ଓ ହତ୍ୟା ଘଟଣା। ଏନ୍‌ସିଆର୍‌ବି ତଥ୍ୟ ଅନୁଯାୟୀ ଓଡ଼ିଶାରୁ ଦୈନିକ ୧୨ ଜଣ ଶିଶୁ ନିଖୋଜ ହେଉଛନ୍ତି। ତେବେ କିଛିଦିନ ହେଲା ଏପରି ମାମଲାରେ ତୀବ୍ରତା ପରିଲକ୍ଷିତ ହେଉଛି। ବିଶେଷକରି କଳି, ପଡ଼ୋଶୀଙ୍କ ସହ ଶତ୍ରୁତା କାରଣରୁ ନୟାଗଡ଼ର ପରୀଠାରୁ ଆରମ୍ଭ କରି ଢେଙ୍କାନାଳର କାଳିଆ ଯାଏ ଗୋଟିଏ ପରେ ଗୋଟିଏ ନିଷ୍ପାପ ଶିଶୁଙ୍କୁ ଟାର୍ଗେଟ୍‌ କରାଯାଉଛି। ଦାଣ୍ଡ ଦୁଆରେ ଖେଳୁଥିବା ଏହି କୋମଳମତିଙ୍କୁ ଉଠାଇ ନିଆଯାଇ ହତ୍ୟା ପରେ ଜଳାଶୟ କୋଳରେ ଶୁଆଇ ଦିଆଯାଉଛି।
ନୟାଗଡ଼ ଜିଲା ଯଦୁପୁର ଗଁାର ମାତ୍ର ୫ ବର୍ଷର ଶିଶୁକନ୍ୟା ପରୀ ଜୁଲାଇ ୧୪ରେ ହଠାତ୍‌ ନିଖୋଜ ହୋଇଯାଇଥିଲା। ସେହିଦିନ ଏହି ମାମଲା ଥାନାକୁ ଯାଇଥିଲେ ହେଁ ଜୁଲାଇ ୨୩ରେ ପଡ଼ୋଶୀଙ୍କ ପୋଖରୀ କୂଳରୁ ଅଖାରେ ବନ୍ଧାବସ୍ଥାରେ ପୋଲିସକୁ ମିଳିଥିଲା ପରୀର କେତୋଟି ହାଡ଼। ବର୍ତ୍ତମାନ ହେଉଥିବା ଏସ୍‌ଆଇଟି ତଦନ୍ତ ଯେଉଁଆଡ଼େ ଗଲେ ବି ପଡ଼ୋଶୀଙ୍କୁ ଅଭିଯୁକ୍ତ ସଜାଇଛନ୍ତି ପରୀର ମାତାପିତା। ଗତ ୧୧ ତାରିଖରେ ନୟାଗଡ଼ ଜିଲା ରଣପୁର ବ୍ଲକ ବଧିପାଟଣା ଗଁାର ୩ ବର୍ଷର ଶିଶୁକନ୍ୟା ସ୍ବାତୀ ଖେଳିଲାବେଳେ ବାଡ଼ିପଟରୁ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିଥିଲେ। ଆଶାବାନ୍ଧି ଥାନାକୁ ଧାଇଁଥିଲେ। ହେଲେ ୧୫ ତାରିଖରେ ଘରପାଖ ଗାଡ଼ିଆରୁ କଅଁଳ ସ୍ବାତୀର ନିସ୍ତେଜ ଶରୀର ଜବତ ହେବା ପଛରେ କେଉଁ କାରଣ ଥାଇପାରେ ତାହା କାହାକୁ ଅଛପା ନାହିଁ। ବାଲେଶ୍ୱର ଜିଲା ବାଲିଆପାଳ ଥାନା ସୁନ୍ଦୁରିକୁଲି ଗଁାର ୭ ବର୍ଷର ଝିଅ ନେଉଳି ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ଗତ ୧୧ ତାରିଖରେ ନିଖୋଜ ହୋଇଯାଇଥିଲା। ୧୪ ତାରିଖରେ ନେଉଳିକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଦେଖିଦେବାରୁ ସମ୍ପର୍କୀୟ ମାମୁ ତା’ର ତଣ୍ଟିକାଟି ଏକ ଜଳାଶୟରେ ମୃତଦେହ ଲୁଚାଇ ରଖିଥିଲା। ଗତ ୧୬ ତାରିଖରେ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଖଙ୍କିରା ଗଁାର ୩ ବର୍ଷର ଶିଶୁପୁତ୍ର କାଳିଆ ଦାଣ୍ଡରୁ ନିଖୋଜ ହେବା ଏପରି ଶିଶୁମାନଙ୍କ ମାତାପିତାଙ୍କ ମନରେ ଛନକା ପୂରାଇ ଦେଇଥିଲା। ମାତ୍ର ଦିନଟିଏ ପରେ ପଡ଼ୋଶୀଙ୍କ କୂଅରୁ କାଳିଆର ମୃତଦେହ ମିଳିଥିଲା। ପୂର୍ବ ଶତ୍ରୁତାରୁ ପଡ଼ୋଶୀ ମହିଳା ଶ୍ୱାସରୁଦ୍ଧ କରି କାଳିଆକୁ କୂଅରେ ଫିଙ୍ଗିଦେଇଥିବା ପୋଲିସ ସ୍ପଷ୍ଟ କରିଛି। ମାତାପିତାଙ୍କ ସହ ସାମାନ୍ୟ ମନୋମାଳିନ୍ୟ କାରଣରୁ କଅଁଳ କଢ଼ିମାନଙ୍କୁ ଏପରି ଅକାଳରେ ଦଳିଦିଆଯିବାର ଗୋଟିଏ ପରେ ଗୋଟିଏ ଘଟଣା ଏବେ ଶିଶୁମାନଙ୍କ ଅଭିଭାବକଙ୍କୁ ଡରାଇ ଦେଇଥିବାବେଳେ ସଭ୍ୟ ସମାଜ ସହଜରେ ଏହାକୁ ବିଶ୍ୱାସ କରିପାରୁ ନାହିଁ। କାହିଁକି ମଣିଷ ମଧ୍ୟରେ ମାନବିକତାର ଏହି ମୋହଭଙ୍ଗ ହୋଇଛି ତାହା ମଧ୍ୟ ବୁଝାପଡ଼ୁ ନାହିଁ। ନିଜକୁ ସାମାଜିକ, ଶ୍ରେଷ୍ଠ, ଶିକ୍ଷିତ କହୁଥିବା ସତ୍ତ୍ୱେ ଏପରି ପିଶାଚ ପ୍ରବୃତ୍ତି କିପରି ତା’ ମଧ୍ୟକୁ ପଶିଆସୁଛି ତାହା ଶିଶୁ ସୁରକ୍ଷା କର୍ମୀଙ୍କୁ ଆଶ୍ଚର୍ଯ୍ୟ କରୁଛି।

କୁତ୍ସିତ ମାନସିକତା
କୌଣସି ପରିସ୍ଥିତିରେ ନିରୀହ ଶିଶୁଙ୍କୁ ନିର୍ଯାତନା ଦେବା ଏକପ୍ରକାର କୁତ୍ସିତ ମାନସିକତା। ଶିଶୁ ହେଉଛନ୍ତି ଭଗବାନଙ୍କ ରୂପ। ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। -ପ୍ରଦୀପ କୁମାର ସାହୁ, ସମ୍ପାଦକ,
ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ, ଢେଙ୍କାନାଳ
ବିବାଦରେ ବଳି ପଡୁଛନ୍ତି
ସାଧାରଣତଃ ପୂର୍ବବିବାଦରୁ ଶିଶୁଙ୍କୁ ଟାର୍ଗେଟ କରାଯାଉଛି। ଏହାକୁ ଦୁର୍ବଳ ଉପରେ ସବଳର ଅତ୍ୟାଚାର ବୋଲି କୁହାଯାଇପାରେ। ଏଭଳି ହୀନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।
-ଉଦୟେନ୍ଦୁ ମିଶ୍ର, ନିର୍ଦ୍ଦେଶକ, ଶୋଭା, ଢେଙ୍କାନାଳ
ପ୍ରତିହିଂସା ମନୋଭାବରୁ ଟାର୍ଗେଟ୍‌
ଲୋକଙ୍କ ଭିତରେ ପ୍ରତିହିଂସା ପରାୟଣ ମନୋଭାବ ବଢ଼ିବାରେ ଲାଗିଛି। ଶିଶୁ ଅପହରଣ ଅପରାଧରେ ୩୬୩ ଦଫାରେ ମାମଲା ରୁଜୁ କରାଯାଉଛି। ଏପରି ମମ୍ବେଦନଶୀଳ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆହୁରି କଠୋର ହେବା ଆବଶ୍ୟକ।
-ବାବୁଲି ସେଠୀ, ଓକିଲ ସଂଘ ସଭାପତି, ଭୁବନ
ଅତି ଗମ୍ଭୀରତାର ସହ ନିଆଯାଉଛି
ଶିଶୁ ଅପହରଣ, ବଳାତ୍କାର, ହତ୍ୟା ପରି ଘଟଣାକୁ ଅନୁଗୋଳ ପୋଲିସ ବହୁ ଗମ୍ଭୀରତାର ସହ ନେଉଛି। ପୋଲିସର ବିଭିନ୍ନ ବୈଠକରେ ଅଧିକାରୀମାନଙ୍କୁ ଏ ଦିଗରେ ସଜାଗ ରହିବାକୁ କୁହାଯାଉଛି। କୋଭିଡ୍‌ କଟକଣା ଉଠିବା ପରେ ବିଭିନ୍ନ ପଞ୍ଚାୟତକୁ ଯାଇ ଲୋକଙ୍କୁ ସଚେତନ କରିବାକୁ ଯୋଜନା ରଖାଯାଇଛି।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ମାନସିକ ଉଦ୍‌ବେଗ ଦାୟୀ
ବିଭିନ୍ନ କାରଣରୁ ମାନସିକ ଉଦ୍‌ବେଗ ବଢ଼ୁଛି। ହୃଦୟରୁ କୋମଳ ଭାବ ହ୍ରାସ ଯୋଗୁୁ ଅନ୍ୟମାନଙ୍କ ଉପରେ ଥିବା ରାଗ ସେମାନଙ୍କ ପିଲାଙ୍କ ଉପରେ ଶୁଝାଯାଉଛି। ଶିଶୁ ବିରୋଧ କରିବାକୁ ସମର୍ଥ ନ ଥିବାରୁ ଏଭଳି କାଣ୍ଡ ବଢ଼ିବାରେ ଲାଗିଛି। ସମାଜରେ ଆଦର୍ଶ ବ୍ୟକ୍ତିଙ୍କ ଅଭାବ ଦୂର ହେଲେ ଏହା କମିପାରିବ।
-ଅଞ୍ଜଳି ତ୍ରିପାଠୀ, ଅନୁଗୋଳ ମହିଳା କଲେଜ ମନସ୍ତତ୍ତ୍ବ
ବିଭାଗ ପ୍ରଫେସର
ରୁଗ୍‌ଣ ମାନସିକତା ପ୍ରମୁଖ କାରଣ
ଲୋକଙ୍କ ରୁଗ୍‌ଣ ମାନସିକତା ଓ ଆଇନ ପ୍ରତି ଭୟ ତୁଟିବାରୁ ଏଭଳି ଅମାନୁଷିକ କାର୍ଯ୍ୟ ବଢ଼ୁଛି। ତେଣୁ ଏପରି ଅପରାଧୀଙ୍କ ପ୍ରତି କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବା ଆବଶ୍ୟକ। ଏହାଦ୍ୱାରା ସମାଜରେ ଅପରାଧ କମିବା ସହ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିପାରିବ।
-ସୋମେଶ ଦତ୍ତ ଦାଶ, ପୂର୍ବତନ ଅଧ୍ୟକ୍ଷ, ଅନୁଗୋଳ କଲେଜ
ଆଇନକୁ ସହଯୋଗ ଲୋଡ଼ା
ଶିଶୁଙ୍କ ପ୍ରତି ଅମାନୁଷିକ ବ୍ୟବହାର ବଢ଼ିବାରେ ଲାଗିଛି। ଅନ୍ୟ ବିକଶିତ ଦେଶଗୁଡ଼ିକର ନାଗରିକ ଯେପରି ଆଇନକୁ ସମ୍ମାନ ଓ ସହଯୋଗ କରନ୍ତି, ସେଭଳି ବ୍ୟବସ୍ଥା ଆମ ଦେଶରେ ହେବା ଆବଶ୍ୟକ। ସମସ୍ତଙ୍କ ସହଯୋଗ ମିଳିଲେ ଏପରି ନର ରାକ୍ଷସମାନଙ୍କୁ ଦମନ କରିହେବ।
-ସଙ୍ଗୀତା ମହାନ୍ତି, ଅଭିଭାବକ, ଅନୁଗୋଳ
ପିଲାଙ୍କୁ ବାହାରକୁ ଛାଡ଼ିବାକୁ ଭୟ ଲାଗୁଛି
ଲୋକଙ୍କ ନିକଟରେ ଧୈର୍ଯ୍ୟର ଅଭାବ ଦେଖାଦେଇଛି। ସେଥିପାଇଁ ଈର୍ଷା ଓ ପ୍ରତିଶୋଧ ପରାୟଣ ହୋଇ ସେମାନେ ଶିଶୁଙ୍କ ପ୍ରତି ଏପରି ଆଚରଣ ଦେଖାଉଛନ୍ତି। ତେଣୁ ପିଲାଙ୍କୁ ବାହାରକୁ ଛାଡ଼ିବାକୁ ଏବେ ଭୟ ଲାଗୁଛି। କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏପରି ଅପରାଧ କରିବାକୁ ଅନ୍ୟକେହି ଭୟ କରିବେ।
-ସରିତା ପ୍ରଧାନ, ଅଭିଭାବକ, ଅନୁଗୋଳ
ମାନସିକତା ପରିବର୍ତ୍ତନ ଆବଶ୍ୟକ
ସମାଜରେ ଆଦର୍ଶ ଓ ଆଦର୍ଶବାନ ବ୍ୟକ୍ତିଙ୍କ ଅଭାବ ଅନୁଭବ ହେଉଛି। ସେଥିପାଇଁ ଏପରି ଅପରାଧ ବଢ଼ିଚାଲିଛି। ଏହାକୁ ସୁଧାରିବାକୁ ହେଲେ ପ୍ରଥମେ ପରିବାର ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଉତ୍ତମ କାର୍ଯ୍ୟ ସହ ପିଲାଙ୍କୁ ସଂସ୍କାର ଦେବାକୁ ହେବ। ଏହା ନ ହେଲେ ଏପରି ଜଘନ୍ୟ ଘଟଣା ଘଟିଚାଲିଥିବ।
-ସ୍ବପ୍ନା ମିଶ୍ର, ଅଭିଭାବକ, ଅନୁଗୋଳ
ଗାଁ ଦାଣ୍ଡ ଏବେ ଅସୁରକ୍ଷିତ
ଆଗରୁ ଗାଁ ଦାଣ୍ଡ ପିଲାଙ୍କ ପାଇଁ ସୁରକ୍ଷିତ ବୋଲି ଧରାଯାଉଥିଲା। ଖେଳିଲେ, ବୁଲିଲେ ଆଦୌ ଭୟ କରିବାର କାରଣ ନ ଥିଲା। କିନ୍ତୁ ଏବେ ସେଠାରୁ ଶିଶୁ ନିଖୋଜ ହୋଇଯାଉଥିବା ଘଟଣା ମାତାପିତାମାନଙ୍କୁ ଡରାଇ ଦେଲାଣି। ପିଲା ବାହାରକୁ ଗଲେ ମନରେ ଛନକା ରହୁଛି।
-ଉପମା ନାଏକ, ଅଭିଭାବକ, ଅନୁଗୋଳ
ଅପରାଧ ବଢ଼ିଲେ ଭରସା କମିବ
ଛୋଟ ପିଲାଙ୍କ ପ୍ରତି ବଡ଼ମାନେ କିଭଳି ଏପରି ଘୃଣ୍ୟ ମାନସିକତା ପ୍ରଦର୍ଶନ କରୁଛନ୍ତି ତାହା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ଏପରି ଘଟଣା ବଢ଼ିଚାଲିବା ସମାଜ ପାଇଁ ଶୁଭ ସଂକେତ ନୁହେଁ। ଏହା ଯେତିକି ବୃଦ୍ଧି ପାଉଥିବ, ସାହି ପଡ଼ୋଶୀଙ୍କ ଉପରେ ଭରସା ସେତିକି କମୁଥିବ।
-ସ୍ମିତା ତ୍ରିପାଠୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?