ଶତ୍ରୁତାରୁ ଟାର୍ଗେଟ୍‌ ଶିଶୁ

ଅନୁଗୋଳ/ ଢେଙ୍କାନାଳ ଅଫିସ,୧୯ା୧୨

ରାଜ୍ୟରେ ବଢ଼ୁଛି ଶିଶୁ ନିଖୋଜ ଓ ହତ୍ୟା ଘଟଣା। ଏନ୍‌ସିଆର୍‌ବି ତଥ୍ୟ ଅନୁଯାୟୀ ଓଡ଼ିଶାରୁ ଦୈନିକ ୧୨ ଜଣ ଶିଶୁ ନିଖୋଜ ହେଉଛନ୍ତି। ତେବେ କିଛିଦିନ ହେଲା ଏପରି ମାମଲାରେ ତୀବ୍ରତା ପରିଲକ୍ଷିତ ହେଉଛି। ବିଶେଷକରି କଳି, ପଡ଼ୋଶୀଙ୍କ ସହ ଶତ୍ରୁତା କାରଣରୁ ନୟାଗଡ଼ର ପରୀଠାରୁ ଆରମ୍ଭ କରି ଢେଙ୍କାନାଳର କାଳିଆ ଯାଏ ଗୋଟିଏ ପରେ ଗୋଟିଏ ନିଷ୍ପାପ ଶିଶୁଙ୍କୁ ଟାର୍ଗେଟ୍‌ କରାଯାଉଛି। ଦାଣ୍ଡ ଦୁଆରେ ଖେଳୁଥିବା ଏହି କୋମଳମତିଙ୍କୁ ଉଠାଇ ନିଆଯାଇ ହତ୍ୟା ପରେ ଜଳାଶୟ କୋଳରେ ଶୁଆଇ ଦିଆଯାଉଛି।
ନୟାଗଡ଼ ଜିଲା ଯଦୁପୁର ଗଁାର ମାତ୍ର ୫ ବର୍ଷର ଶିଶୁକନ୍ୟା ପରୀ ଜୁଲାଇ ୧୪ରେ ହଠାତ୍‌ ନିଖୋଜ ହୋଇଯାଇଥିଲା। ସେହିଦିନ ଏହି ମାମଲା ଥାନାକୁ ଯାଇଥିଲେ ହେଁ ଜୁଲାଇ ୨୩ରେ ପଡ଼ୋଶୀଙ୍କ ପୋଖରୀ କୂଳରୁ ଅଖାରେ ବନ୍ଧାବସ୍ଥାରେ ପୋଲିସକୁ ମିଳିଥିଲା ପରୀର କେତୋଟି ହାଡ଼। ବର୍ତ୍ତମାନ ହେଉଥିବା ଏସ୍‌ଆଇଟି ତଦନ୍ତ ଯେଉଁଆଡ଼େ ଗଲେ ବି ପଡ଼ୋଶୀଙ୍କୁ ଅଭିଯୁକ୍ତ ସଜାଇଛନ୍ତି ପରୀର ମାତାପିତା। ଗତ ୧୧ ତାରିଖରେ ନୟାଗଡ଼ ଜିଲା ରଣପୁର ବ୍ଲକ ବଧିପାଟଣା ଗଁାର ୩ ବର୍ଷର ଶିଶୁକନ୍ୟା ସ୍ବାତୀ ଖେଳିଲାବେଳେ ବାଡ଼ିପଟରୁ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିଥିଲେ। ଆଶାବାନ୍ଧି ଥାନାକୁ ଧାଇଁଥିଲେ। ହେଲେ ୧୫ ତାରିଖରେ ଘରପାଖ ଗାଡ଼ିଆରୁ କଅଁଳ ସ୍ବାତୀର ନିସ୍ତେଜ ଶରୀର ଜବତ ହେବା ପଛରେ କେଉଁ କାରଣ ଥାଇପାରେ ତାହା କାହାକୁ ଅଛପା ନାହିଁ। ବାଲେଶ୍ୱର ଜିଲା ବାଲିଆପାଳ ଥାନା ସୁନ୍ଦୁରିକୁଲି ଗଁାର ୭ ବର୍ଷର ଝିଅ ନେଉଳି ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ଗତ ୧୧ ତାରିଖରେ ନିଖୋଜ ହୋଇଯାଇଥିଲା। ୧୪ ତାରିଖରେ ନେଉଳିକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଦେଖିଦେବାରୁ ସମ୍ପର୍କୀୟ ମାମୁ ତା’ର ତଣ୍ଟିକାଟି ଏକ ଜଳାଶୟରେ ମୃତଦେହ ଲୁଚାଇ ରଖିଥିଲା। ଗତ ୧୬ ତାରିଖରେ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଖଙ୍କିରା ଗଁାର ୩ ବର୍ଷର ଶିଶୁପୁତ୍ର କାଳିଆ ଦାଣ୍ଡରୁ ନିଖୋଜ ହେବା ଏପରି ଶିଶୁମାନଙ୍କ ମାତାପିତାଙ୍କ ମନରେ ଛନକା ପୂରାଇ ଦେଇଥିଲା। ମାତ୍ର ଦିନଟିଏ ପରେ ପଡ଼ୋଶୀଙ୍କ କୂଅରୁ କାଳିଆର ମୃତଦେହ ମିଳିଥିଲା। ପୂର୍ବ ଶତ୍ରୁତାରୁ ପଡ଼ୋଶୀ ମହିଳା ଶ୍ୱାସରୁଦ୍ଧ କରି କାଳିଆକୁ କୂଅରେ ଫିଙ୍ଗିଦେଇଥିବା ପୋଲିସ ସ୍ପଷ୍ଟ କରିଛି। ମାତାପିତାଙ୍କ ସହ ସାମାନ୍ୟ ମନୋମାଳିନ୍ୟ କାରଣରୁ କଅଁଳ କଢ଼ିମାନଙ୍କୁ ଏପରି ଅକାଳରେ ଦଳିଦିଆଯିବାର ଗୋଟିଏ ପରେ ଗୋଟିଏ ଘଟଣା ଏବେ ଶିଶୁମାନଙ୍କ ଅଭିଭାବକଙ୍କୁ ଡରାଇ ଦେଇଥିବାବେଳେ ସଭ୍ୟ ସମାଜ ସହଜରେ ଏହାକୁ ବିଶ୍ୱାସ କରିପାରୁ ନାହିଁ। କାହିଁକି ମଣିଷ ମଧ୍ୟରେ ମାନବିକତାର ଏହି ମୋହଭଙ୍ଗ ହୋଇଛି ତାହା ମଧ୍ୟ ବୁଝାପଡ଼ୁ ନାହିଁ। ନିଜକୁ ସାମାଜିକ, ଶ୍ରେଷ୍ଠ, ଶିକ୍ଷିତ କହୁଥିବା ସତ୍ତ୍ୱେ ଏପରି ପିଶାଚ ପ୍ରବୃତ୍ତି କିପରି ତା’ ମଧ୍ୟକୁ ପଶିଆସୁଛି ତାହା ଶିଶୁ ସୁରକ୍ଷା କର୍ମୀଙ୍କୁ ଆଶ୍ଚର୍ଯ୍ୟ କରୁଛି।

କୁତ୍ସିତ ମାନସିକତା
କୌଣସି ପରିସ୍ଥିତିରେ ନିରୀହ ଶିଶୁଙ୍କୁ ନିର୍ଯାତନା ଦେବା ଏକପ୍ରକାର କୁତ୍ସିତ ମାନସିକତା। ଶିଶୁ ହେଉଛନ୍ତି ଭଗବାନଙ୍କ ରୂପ। ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। -ପ୍ରଦୀପ କୁମାର ସାହୁ, ସମ୍ପାଦକ,
ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ, ଢେଙ୍କାନାଳ
ବିବାଦରେ ବଳି ପଡୁଛନ୍ତି
ସାଧାରଣତଃ ପୂର୍ବବିବାଦରୁ ଶିଶୁଙ୍କୁ ଟାର୍ଗେଟ କରାଯାଉଛି। ଏହାକୁ ଦୁର୍ବଳ ଉପରେ ସବଳର ଅତ୍ୟାଚାର ବୋଲି କୁହାଯାଇପାରେ। ଏଭଳି ହୀନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।
-ଉଦୟେନ୍ଦୁ ମିଶ୍ର, ନିର୍ଦ୍ଦେଶକ, ଶୋଭା, ଢେଙ୍କାନାଳ
ପ୍ରତିହିଂସା ମନୋଭାବରୁ ଟାର୍ଗେଟ୍‌
ଲୋକଙ୍କ ଭିତରେ ପ୍ରତିହିଂସା ପରାୟଣ ମନୋଭାବ ବଢ଼ିବାରେ ଲାଗିଛି। ଶିଶୁ ଅପହରଣ ଅପରାଧରେ ୩୬୩ ଦଫାରେ ମାମଲା ରୁଜୁ କରାଯାଉଛି। ଏପରି ମମ୍ବେଦନଶୀଳ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆହୁରି କଠୋର ହେବା ଆବଶ୍ୟକ।
-ବାବୁଲି ସେଠୀ, ଓକିଲ ସଂଘ ସଭାପତି, ଭୁବନ
ଅତି ଗମ୍ଭୀରତାର ସହ ନିଆଯାଉଛି
ଶିଶୁ ଅପହରଣ, ବଳାତ୍କାର, ହତ୍ୟା ପରି ଘଟଣାକୁ ଅନୁଗୋଳ ପୋଲିସ ବହୁ ଗମ୍ଭୀରତାର ସହ ନେଉଛି। ପୋଲିସର ବିଭିନ୍ନ ବୈଠକରେ ଅଧିକାରୀମାନଙ୍କୁ ଏ ଦିଗରେ ସଜାଗ ରହିବାକୁ କୁହାଯାଉଛି। କୋଭିଡ୍‌ କଟକଣା ଉଠିବା ପରେ ବିଭିନ୍ନ ପଞ୍ଚାୟତକୁ ଯାଇ ଲୋକଙ୍କୁ ସଚେତନ କରିବାକୁ ଯୋଜନା ରଖାଯାଇଛି।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ମାନସିକ ଉଦ୍‌ବେଗ ଦାୟୀ
ବିଭିନ୍ନ କାରଣରୁ ମାନସିକ ଉଦ୍‌ବେଗ ବଢ଼ୁଛି। ହୃଦୟରୁ କୋମଳ ଭାବ ହ୍ରାସ ଯୋଗୁୁ ଅନ୍ୟମାନଙ୍କ ଉପରେ ଥିବା ରାଗ ସେମାନଙ୍କ ପିଲାଙ୍କ ଉପରେ ଶୁଝାଯାଉଛି। ଶିଶୁ ବିରୋଧ କରିବାକୁ ସମର୍ଥ ନ ଥିବାରୁ ଏଭଳି କାଣ୍ଡ ବଢ଼ିବାରେ ଲାଗିଛି। ସମାଜରେ ଆଦର୍ଶ ବ୍ୟକ୍ତିଙ୍କ ଅଭାବ ଦୂର ହେଲେ ଏହା କମିପାରିବ।
-ଅଞ୍ଜଳି ତ୍ରିପାଠୀ, ଅନୁଗୋଳ ମହିଳା କଲେଜ ମନସ୍ତତ୍ତ୍ବ
ବିଭାଗ ପ୍ରଫେସର
ରୁଗ୍‌ଣ ମାନସିକତା ପ୍ରମୁଖ କାରଣ
ଲୋକଙ୍କ ରୁଗ୍‌ଣ ମାନସିକତା ଓ ଆଇନ ପ୍ରତି ଭୟ ତୁଟିବାରୁ ଏଭଳି ଅମାନୁଷିକ କାର୍ଯ୍ୟ ବଢ଼ୁଛି। ତେଣୁ ଏପରି ଅପରାଧୀଙ୍କ ପ୍ରତି କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବା ଆବଶ୍ୟକ। ଏହାଦ୍ୱାରା ସମାଜରେ ଅପରାଧ କମିବା ସହ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିପାରିବ।
-ସୋମେଶ ଦତ୍ତ ଦାଶ, ପୂର୍ବତନ ଅଧ୍ୟକ୍ଷ, ଅନୁଗୋଳ କଲେଜ
ଆଇନକୁ ସହଯୋଗ ଲୋଡ଼ା
ଶିଶୁଙ୍କ ପ୍ରତି ଅମାନୁଷିକ ବ୍ୟବହାର ବଢ଼ିବାରେ ଲାଗିଛି। ଅନ୍ୟ ବିକଶିତ ଦେଶଗୁଡ଼ିକର ନାଗରିକ ଯେପରି ଆଇନକୁ ସମ୍ମାନ ଓ ସହଯୋଗ କରନ୍ତି, ସେଭଳି ବ୍ୟବସ୍ଥା ଆମ ଦେଶରେ ହେବା ଆବଶ୍ୟକ। ସମସ୍ତଙ୍କ ସହଯୋଗ ମିଳିଲେ ଏପରି ନର ରାକ୍ଷସମାନଙ୍କୁ ଦମନ କରିହେବ।
-ସଙ୍ଗୀତା ମହାନ୍ତି, ଅଭିଭାବକ, ଅନୁଗୋଳ
ପିଲାଙ୍କୁ ବାହାରକୁ ଛାଡ଼ିବାକୁ ଭୟ ଲାଗୁଛି
ଲୋକଙ୍କ ନିକଟରେ ଧୈର୍ଯ୍ୟର ଅଭାବ ଦେଖାଦେଇଛି। ସେଥିପାଇଁ ଈର୍ଷା ଓ ପ୍ରତିଶୋଧ ପରାୟଣ ହୋଇ ସେମାନେ ଶିଶୁଙ୍କ ପ୍ରତି ଏପରି ଆଚରଣ ଦେଖାଉଛନ୍ତି। ତେଣୁ ପିଲାଙ୍କୁ ବାହାରକୁ ଛାଡ଼ିବାକୁ ଏବେ ଭୟ ଲାଗୁଛି। କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏପରି ଅପରାଧ କରିବାକୁ ଅନ୍ୟକେହି ଭୟ କରିବେ।
-ସରିତା ପ୍ରଧାନ, ଅଭିଭାବକ, ଅନୁଗୋଳ
ମାନସିକତା ପରିବର୍ତ୍ତନ ଆବଶ୍ୟକ
ସମାଜରେ ଆଦର୍ଶ ଓ ଆଦର୍ଶବାନ ବ୍ୟକ୍ତିଙ୍କ ଅଭାବ ଅନୁଭବ ହେଉଛି। ସେଥିପାଇଁ ଏପରି ଅପରାଧ ବଢ଼ିଚାଲିଛି। ଏହାକୁ ସୁଧାରିବାକୁ ହେଲେ ପ୍ରଥମେ ପରିବାର ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଉତ୍ତମ କାର୍ଯ୍ୟ ସହ ପିଲାଙ୍କୁ ସଂସ୍କାର ଦେବାକୁ ହେବ। ଏହା ନ ହେଲେ ଏପରି ଜଘନ୍ୟ ଘଟଣା ଘଟିଚାଲିଥିବ।
-ସ୍ବପ୍ନା ମିଶ୍ର, ଅଭିଭାବକ, ଅନୁଗୋଳ
ଗାଁ ଦାଣ୍ଡ ଏବେ ଅସୁରକ୍ଷିତ
ଆଗରୁ ଗାଁ ଦାଣ୍ଡ ପିଲାଙ୍କ ପାଇଁ ସୁରକ୍ଷିତ ବୋଲି ଧରାଯାଉଥିଲା। ଖେଳିଲେ, ବୁଲିଲେ ଆଦୌ ଭୟ କରିବାର କାରଣ ନ ଥିଲା। କିନ୍ତୁ ଏବେ ସେଠାରୁ ଶିଶୁ ନିଖୋଜ ହୋଇଯାଉଥିବା ଘଟଣା ମାତାପିତାମାନଙ୍କୁ ଡରାଇ ଦେଲାଣି। ପିଲା ବାହାରକୁ ଗଲେ ମନରେ ଛନକା ରହୁଛି।
-ଉପମା ନାଏକ, ଅଭିଭାବକ, ଅନୁଗୋଳ
ଅପରାଧ ବଢ଼ିଲେ ଭରସା କମିବ
ଛୋଟ ପିଲାଙ୍କ ପ୍ରତି ବଡ଼ମାନେ କିଭଳି ଏପରି ଘୃଣ୍ୟ ମାନସିକତା ପ୍ରଦର୍ଶନ କରୁଛନ୍ତି ତାହା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ଏପରି ଘଟଣା ବଢ଼ିଚାଲିବା ସମାଜ ପାଇଁ ଶୁଭ ସଂକେତ ନୁହେଁ। ଏହା ଯେତିକି ବୃଦ୍ଧି ପାଉଥିବ, ସାହି ପଡ଼ୋଶୀଙ୍କ ଉପରେ ଭରସା ସେତିକି କମୁଥିବ।
-ସ୍ମିତା ତ୍ରିପାଠୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ୧.୦୫ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ୱର,୪।୧୦(ବ୍ୟୁରୋ):ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର କଟକ ଓ ଭୁବନେଶ୍ୱର ଶାଖାରେ ହୋଇଥିବା ଠକେଇ ମାମଲାର ଅର୍ଥ କାରବାର ସଂକ୍ରାନ୍ତରେ ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ...

ରହସ୍ୟ ଘେରରେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୪।୮(ବ୍ୟୁରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ରହସ୍ୟ ଘେରକୁ ଚାଲିଯାଇଛି। ପୀଡିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ଉପରୁ ପରଦା ହଟାଇବା ପାଇଁ ଆହୁରି ତଦନ୍ତର...

କରୋନା ମୁକାବିଲା: ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ

ଭୁବନେଶ୍ୱର,୧୪ା୫(ବ୍ୟୁରୋ)- କରୋନା(କୋଭିଡ-୧୯) ସଂକ୍ରମଣ ରୋକିବା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର...

ଜୁଲାଇ ଆରମ୍ଭରୁ କରୋନାର କରାଳ ରୂପ: ୭ ଦିନରେ ଚିହ୍ନଟ ହେଲେଣି ୩ହଜାରରୁ ଅଧିକ ଆକ୍ରାନ୍ତ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୭।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇ ପ୍ରଥମ ସପ୍ତାହ ଅର୍ଥାତ୍‌ ୭ ଦିନ...

ପ୍ରବାଦ ପୁରୁଷଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ: ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ପ୍ରବାଦ ପୁରୁଷ, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆସନ୍ତାକାଲି ଏଏସ୍‌ଓ ପରୀକ୍ଷା

କଟକ ଅଫିସ,୨୬ା୮- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଶନିବାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ଲିଖିତ ପରୀକ୍ଷା କରାଯିବ। ୩ଟି ସିଟିଂରେ ପରୀକ୍ଷା ଦେବାକୁ ରାଜ୍ୟର...

ସରକାରଙ୍କ ଜମି ଅଧିଗ୍ରହଣ, ପଟ୍ଟାରେ ଠିକା ସଂସ୍ଥା

କେନ୍ଦ୍ରାପଡ଼ା ଅଫିସ, ୨୨ା୧୨: ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସି ଅଞ୍ଚଳବାସୀଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାନ୍ଦବାଲି ବ୍ଲକ...

ରାଜଧାନୀରେ ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନର ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀଙ୍କ ଆତଙ୍କରାଜ ସୋମବାର ଦେଖିବାକୁ ମିଳିଛି। ଅପରାହ୍ନ ପ୍ରାୟ ୪ଟାରେ...

Advertisement
Archives

Model This Week