ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ କଲେଜ ଛାତ୍ରୀଛାତ୍ର

ବରଗଡ଼ ଅଫିସ୍‌,୨୮।୨: ବରଗଡ଼ ସହରରେ ଅସାମାଜିକତତ୍ତ୍ବଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ଗତ କିଛିଦିନ ହେଲା ଦୁର୍ବୃତ୍ତମାନେ ସ୍ଥାନୀୟ କଲେଜ ଛାତ୍ରୀଛାତ୍ରଙ୍କୁ ଟାର୍ଗେଟ୍‌ କରିଛନ୍ତି। କଲେଜ କ୍ୟାମ୍ପସରୁ ସାଇକେଲ ଚୋରି ହେଉଥିବାବେଳେ କଲେଜକୁ ଯିବାଆସିବା ସମୟରେ ମଧ୍ୟ ଦୁର୍ବୃତ୍ତମାନେ ଛାତ୍ରୀଛାତ୍ରଙ୍କ ମୋବାଇଲ ଲୁଟ୍‌ କରୁଛନ୍ତି। ଏଭଳି ସ୍ଥିତିରେ କଲେଜ ଛାତ୍ରୀଛାତ୍ର ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସୋମବାର ବରଗଡ଼ ଟ୍ରଷ୍ଟଫଣ୍ଡ କଲେଜ କ୍ୟାମ୍ପସ ଭିତରୁ ଛାତ୍ର ବିଦ୍ୟାସାଗର ପାଣ୍ଡେଙ୍କ ସାଇକେଲ ଚୋରି ହୋଛି। ସେ କଲେଜ କ୍ୟାମ୍ପସ ଭିତରେ ସାଇକେଲ ରଖି ଶ୍ରେଣୀ କୋଠରୀକୁ ପଢ଼ିବାକୁ ଯାଇଥିଲେ। ତେବେ ସେ ଫେରିବା ସମୟରେ ସେଠାରେ ଆଉ ତାଙ୍କ ସାଇକେଲ ନ ଥିଲା। ଏ ନେଇ ସେ ସୋମବାର ବରଗଡ଼ ଟାଉନ ଥାନାକୁ ଆସି ଏତଲା ଦେଇଛନ୍ତି। ସେହିପରି ପଞ୍ଚାୟତ କଲେଜର ଜଣେ ଛାତ୍ର ହରିଶ ପ୍ରଧାନଙ୍କ ମୋବାଇଲ ଲୁଟ୍‌ ହୋଇଛି। ସେ ଦିନ ସାଢ଼େ ୧୨ଟା ସମୟରେ ହୋଟେଲକୁ ଖାଇବାକୁ ଆସୁଥିବାବେଳେ କଲେଜ ନିକଟରେ ୫ଜଣ ଯୁବକ ତାଙ୍କୁ ଅଟକାଇ ମୋବାଇଲ ମାଗିଥିଲେ। ସେ ମୋବାଇଲ ନ ଦେବାରୁ ତାଙ୍କୁ ଦୁର୍ବୃତ୍ତମାନେ ମାର୍‌ପିଟ୍‌ କରି ମୋବାଇଲ ଲୁଟି ନେଇଥିଲେ ବୋଲି ହରିଶ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। କେବଳ ଏହି ୨ଟି ଘଟଣା ନୁହେଁ, ଆଗରୁ ଅନେକ କଲେଜ ଛାତ୍ରୀଛାତ୍ର ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଲେଜ କର୍ତ୍ତୃପକ୍ଷ ଏବଂ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଛି । ମାତ୍ର ସେ ଦିଗରେ କିଛି ପଦକ୍ଷେପ ନିଆଯାଇନାହିଁ ବୋଲି ଛାତ୍ରନେତା ଦେବେନ୍ଦ୍ର ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟ ହେବା ଆବଶ୍ୟକ

ପୁରୀ ଅଫିସ,୨୦ା୬: ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରାକୁ ବନ୍ଦ କରିଛନ୍ତି ସୁପ୍ରିମ୍‌କୋର୍ଟ। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି...

ଶ୍ରଦ୍ଧାଳୁଙ୍କୁ ଶିବଗଙ୍ଗା ମନା

ଆରଡ଼ି,୨୯।୧୧(ଡି.ଏନ.ଏ.)-ଭଦ୍ରକ ଜିଲାର ଅନନ୍ୟ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ବିଜେସ୍ଥଳ ଆରଡ଼ିର ଶିବଗଙ୍ଗା ପୁଷ୍କରିଣୀରେ ଏବର୍ଷ କୋଭିଡ୍‌ କଟକଣା ପାଇଁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇପାରିବେ ନାହିଁ। ରାହାସ...

ଜାଗା ଦେବାକୁ ରାଜି ହେଲେନି ବୋଲି: ୨ ଭଉଣୀଙ୍କୁ ମାଡ଼ମାରି ଗଛରେ ବାନ୍ଧିଲେ ଭାଇ

କୁଜଙ୍ଗ,୯ା୧(ଡି.ଏନ.ଏ.): ସମ୍ପତ୍ତି ଲୋଭରେ ୨ ଭାଇ ତାଙ୍କ ମା’ ଓ ଦୁଇ ଭଉଣୀଙ୍କୁ ମାଡ଼ମାରିବା ସହ ଗଛରେ ବାନ୍ଧିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବାପରେ...

ଯନ୍ତ୍ରୀଙ୍କୁ ମାଡ଼ ମାରି ପୂର୍ବତନ ସରପଞ୍ଚ ଗିରଫ

ଆନନ୍ଦପୁର,୧୬ା୧୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ବିଦ୍ୟୁତ୍‌ ସେକ୍ସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରାକେଶ ପଲଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଥାନାରେ ଏକ ମାମଲା...

ତ୍ରୟୋଦଶ ଆନ୍ତଃଜିଲା ତରୁଣ ସ୍ମାରକୀ କ୍ରିକେଟ୍‌ ଟୁର୍ନାମେଣ୍ଟ:ଜାଭିୟରକୁ ହରାଇ ଜେମ୍ସ ଚାମ୍ପିୟନ

ଯାଜପୁର ରୋଡ,୬-୧୧(ନି.ପ୍ର.)- ସେଣ୍ଟମେରୀଜ୍‌ ସ୍କୁଲ ଆନୁକୂଲ୍ୟରେ ତ୍ରୟୋଦଶ ଆନ୍ତଃଜିଲା ତରୁଣ ସ୍ମାରକୀ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଜେମ୍ସ ସ୍କୁଲ ଓ...

ପୋଲ ଥାଇ ବି ବାଉଁଶ ଚାର ଭରସା

ବନ୍ତ,୨୫।୧୦(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ମହିଷଗୋଠ ପଞ୍ଚାୟତର ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ନିର୍ମିତ ବିଜୁ ସେତୁ ଲୋକଙ୍କ କାମରେ ଆସୁନି।...

ଅପହୃତା ନାବାଳିକା ଉଦ୍ଧାର, ନାଚ ମାଷ୍ଟର ଗିରଫ

ଭଞ୍ଜନଗର,୬।୧୨(ଡି.ଏନ୍‌.ଏ.)- ବେଲଗୁଣ୍ଠା ଫାଣ୍ଡି ପୋଲିସ ଜଣେ ଅପହୃତା ନାବାଳିକାଙ୍କୁ ଶୁକ୍ରବାର ଉଦ୍ଧାର କରିବା ସହ ଅପହରଣ କରିଥିବା ନାଚ ମାଷ୍ଟରଙ୍କୁ ଗିରଫ କରିଛି। ନଂ୪୪୪।୧୯ରେ ମାମଲା...

ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି, ହାତ ତିଆରି ରାକ୍ଷୀ ବାନ୍ଧିବେ

ବାରିପଦା ଅଫିସ,୧୪।୮- ଦିନକ ପରେ ଭଉଣୀ ଓ ଭାଇଙ୍କ ପବିତ୍ର ବନ୍ଧନର ଦିବସ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି...

Advertisement
Archives

Model This Week