ସାରେଗାମା ଜୀ ଲିଟିଲ୍‌ ଚାମ୍ପ୍‌ରେ ବାଜି ମାରିଲେ ତନୁଶ୍ରୀ

ଭୁବନେଶ୍ୱର,୨୦ା୧୦: ଜୀ ସାର୍ଥକ ଓଡ଼ିଆ ଟେଲିଭିଜନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ସାରେଗାମାପା ଲିଟିଲ୍‌ ଚାମ୍ପ୍‌ ୨୦୨୩’ର ବିଜେତା ହୋଇଛନ୍ତି ତନୁଶ୍ରୀ ଜେନା। ଏହି ଶୋ’ରେ ଓଡ଼ିଶାର କୋଣ ଅନୁକୋଣରୁ ବଛା ହୋଇ ଆସିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ତନୁଶ୍ରୀ ଏହି ଟାଇଟଲ ହାତେଇବାରେ ସକ୍ଷମ ହୋଇଛନ୍ତି। ନିଜ କଣ୍ଠର ଯାଦୁରେ ଶୋ’ର ଜଜ୍‌ ତଥା ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍‌ଲି ରଥ, ଅସୀମା ପଣ୍ଡା ଓ କ୍ରୀଷ୍ଣା ବେଉରାଙ୍କୁ ବିମୋହିତ କରିଦେଇଥିଲେ।

କେବଳ ସଙ୍ଗୀତ ନୁହେଁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଯଥା ଗୀଟାର, କାଜୋ ଇଦ୍ୟାଦି ବଜାଇ ସେ ଚମତ୍କାର ଢଙ୍ଗରେ ନିଜର ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ମାତାପିତା, ସଙ୍ଗୀତ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ, ବିଦ୍ୟୁତ ରାୟ, କୃଷ୍ଣଚନ୍ଦ୍ର ମଲ୍ଲିକ ଓ ସନ୍ତୋଷ କର ତଥା ‘ଜୀ ସାର୍ଥକ’ର ସମସ୍ତ ଟିମ୍‌ ମେମ୍ବରମାନଙ୍କୁ ଶ୍ରେୟ ଦେଇଛନ୍ତି। ଏହି ପୁରସ୍କାରକୁ ସେ ନିଜର ଜେଜେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଏବଂ ଚିଲିକା ଗାନ୍ଧୀ ରୂପେ ସୁପରିଚିତ ଉଦୟନାଥ ଜେନାଙ୍କୁ ଉତ୍ସର୍ଗ କରିଛନ୍ତି। ସଂପ୍ରତି ଭୁବନେଶ୍ୱରର ଡି.ଏ.ଭି. ପବ୍ଲିକ ସ୍କୁଲ ପୋଖରୀପୁଟରେ ଅଧ୍ୟୟନରତ ଥିବା ତନୁଶ୍ରୀ ପୁରସ୍କାର ପାଇଥିବା ଦୁଇଲକ୍ଷ ଅର୍ଥରାଶିକୁ ନିଜର ସଙ୍ଗୀତ ଶିକ୍ଷା କାର୍ଯ୍ୟରେ ବିନିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri