Posted inଜାତୀୟ

‘ହିନ୍ଦୀ ଭଳି ତାମିଲକୁ ବି ମିଳୁ ସମାନ ଅଧିକାର’

ଚେନ୍ନାଇ,୨୬।୫: ଉଚ୍ଚ ନ୍ୟାୟାଳୟରେ ତାମିଲକୁ ଏକ ସରକାରୀ ଭାଷା ଭାବେ ସ୍ବିକୃତୀ ପ୍ରଦାନ କରାଯାଉ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବି କରିଛନ୍ତି। ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ପହଞ୍ଚିଥିଲେ। ଏହି ସମୟରେ ଷ୍ଟାଲିନ୍‌ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ସେ ମୋଦିଙ୍କୁ ନିବେଦନ କରିଛନ୍ତି ଯେ, ତାମିଲକୁ ହାଇକୋର୍ଟରେ ଏକ ସରକାରୀ ଭାଷା ଭାବେ ଘୋଷଣା କରାଯାଉ। ଏଥିସହ ଷ୍ଟାଲିନ୍‌ କହିଛନ୍ତି, ଆମେ ବନ୍ଧୁତ୍ୱର ହାତ ବଢ଼ାଇବୁ, କିନ୍ତୁ ଆମର ଅଧିକାର ପାଇଁ ସ୍ବର ମଧ୍ୟ ଉତ୍ତୋଳନ କରିବୁ। ଆମର ଭାଷା ତାମିଲ ମଧ୍ୟ ହିନ୍ଦୀ ଭଳି ସମାନ ଅଧିକାର ପାଇବା ଉଚିତ। ଏହାକୁ ଏକ ଆନୁଷ୍ଠାନିକ ଭାଷା ଭାବରେ ମାନ୍ୟତା ଦିଆଯିବା ଉଚିତ। ହିନ୍ଦୀ ଭାଷା ପାଇଁ ଆମକୁ ବାଧ୍ୟ କରା ନ ଯାଉ ବୋଲି ଷ୍ଟାଲିନ୍‌ କହିଛନ୍ତି। ଏତଦ୍‌ ବ୍ୟତୀତ ନିଟ୍‌ ପରୀକ୍ଷାକୁ ମଧ୍ୟ ରଦ୍ଦ କରିବା ପାଇଁ ସେ ଦାବି କରିଛନ୍ତି। ନିଟ୍‌ ପରୀକ୍ଷାକୁ ଆମେ ବିରୋଧ କରୁଛୁ ଏବଂ ବିଧାନସଭାରେ ଏନେଇ ଏକ ବିଲ୍‌ ମଧ୍ୟ ପାସ କରାଯାଇଛି। ତାମିଲନାଡୁକୁ ନିଟ୍‌ ପରୀକ୍ଷାରୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଷ୍ଟାଲିନ୍‌। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଲିନ୍‌ଙ୍କ ଉତ୍ତର ରଖିବାକୁ ଯାଇ କହିଛନ୍ତି, ତାମିଲ ଭାଷା ଶାସ୍ବତ ଏବଂ ତାମିଲ ସଂସ୍କୃତି ବିଶ୍ୱବ୍ୟାପୀ। ଚେନ୍ନାଇରୁ କାନାଡା, ମଦୁରାଇରୁ ମାଲେସିଆ, ନମକ୍କଲରୁ ନ୍ୟୁୟର୍କ, ସାଲେମରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ପୋଙ୍ଗଲ ଏବଂ ପୁଥାଣ୍ଡୁ ଉତ୍ସବ ଅତି ଉତ୍ସାହର ସହିତ ପାଳନ କରାଯାଏ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri