Posted inଖେଳ

ଆଇପିଏଲ୍‌ରେ ସ୍ବତନ୍ତ୍ର ରେକର୍ଡ କଲେ ରାହୁଲ

କୋଲକାତା,୨୬।୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଆଇପିଏଲ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ୪ ସିଜନରେ ୬୦୦ରୁ ଅଧିକ ରନ୍‌ କରିଛନ୍ତି। ଇଡେନ ଗାର୍ଡେନ୍ସରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍‌ରେ ରାହୁଲ ଏହି ସଫଳତା ହାସଲ କରିଛନ୍ତି।

ଏହି ମ୍ୟାଚ୍‌ରେ ରାହୁଲ ୫୮ ବଲରେ ୭୯ ରନ୍‌ର ଇନିଂସ ଖେଳିଥିଲେ। ଡାହାଣହାତୀ ବ୍ୟାଟର ଚଳିତ ଆଇପିଏଲରେ ୧୫ ମ୍ୟାଚ୍‌ରେ ୬୬୧ ରନ୍‌ କରିଛନ୍ତି। ଏଥି ପୂର୍ବରୁ ୨୦୨୧ ସିଜନରେ ସେ ୧୩ ମ୍ୟାଚ୍‌ରେ ୬୨୬ ରନ୍‌ କରିଥିଲେ। ୨୦୨୦ରେ ୧୪ ମ୍ୟାଚ୍‌ରେ ୬୭୦ ଏବଂ ୨୦୧୮ରେ ୬୫୯ ରନ୍‌ କରିଥିଲେ।

ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିସ ଗେଲ୍‌ ଏବଂ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର ଆଇପିଏଲର ୩ ସଂସ୍କରଣରେ ୬ଶହରୁ ଅଧିକ ରନ୍‌ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ଗେଲ୍‌ ଲଗାତର ୨୦୧୧, ୨୦୧୨ ଓ ୨୦୧୩ରେ ୬୦୦ରୁ ଊର୍ଦ୍ଧ୍ୱ ରନ୍‌ କରିଥିଲେ। ଅନ୍ୟପକ୍ଷରେ ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ସେହି ମାଇଲଷ୍ଟୋନ ଅତିକ୍ରମ କରିଥିଲେ। ଉଲ୍ଲେଖଯୋଗ୍ୟ, ରଜତ ପାଟିଦାର(୧୧୨*)ଙ୍କ ଧୂଆଁଦାର ଶତକ ବଳରେ ଆରସିବି ୧୪ ରନ୍‌ରେ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌକୁ ହରାଇ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରବେଶ କରିଛି। ଆସନ୍ତା ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ଫାଫ ଡୁ’ପ୍ଲେସିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ପାଇଁ ଜାତୀୟ ଦଳରୁ ଖେଳିବାକୁ ମନା କଲେ ପ୍ରସିଦ୍ଧ ଖେଳାଳି

ଢାକା, ୧୯।୨ : ଆସନ୍ତା ଅପ୍ରିଲ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ। ସମାନ ସମୟରେ ଅନୁଷ୍ଠିତ...

‘ମୁଁ ଏବେ ବ୍ୟାଟିଂର ମଜା ନେଉଛି’

ନାପିଅର,୨୩।୧୧: ନାପିଅରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ ଟାଇ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆୟୋଜକମାନେ ୧୯.୪...

ସୌଦିି ନୂଆ ଟେଷ୍ଟ ଅଧିନାୟକ

ଅକ୍‌ଲାଣ୍ଡ,୧୬ା୧୨(ପି.ଟି.):କେନ୍‌ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦବୀରୁ ଓହରିଯାଇଥିବା ଦେଶର କ୍ରିକେଟ ବୋର୍ଡ ଗୁରୁବାର ଘୋଷଣା କରିଛି। ଓ୍ବିଲିୟମସନଙ୍କ ସଫଳ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱ...

ଲଗାତର ୨ ଉଇକେଟ୍‌ ନେଲେ ଚହଲ; ଖୁସିରେ ତାଳି ମାରିଲେ ଭାବି ସ୍ତ୍ରୀ ଧନଶ୍ରୀ

ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିଲା ରାଜସ୍ଥାନ ରୟାଲ୍‌ ସହ ହୋଇଛି। ଏହି ମ୍ୟାଚ୍‌ରେ ପ୍ରଥମେ...

ଆଇପିଏଲ୍‌ ଖେଳାଳି ନିଲାମ ୧୮ରେ

ନୂଆଦିଲ୍ଲୀ, ୨୩ା୧ (ପି.ଟି.)-୨୦୨୧ ସିଜନ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମ ଫେବୃୟାରୀ ୧୮ରେ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର...

ଉମ୍ରାନଙ୍କୁ କାହିଁକି ଦେଇଥିଲେ ଶେଷ ଓଭର? ହାର୍ଦ୍ଦିକ କହିଲେ…

ଡବଲିନ,୨୯।୬: ଭାରତ ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ସହ ୨ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି। ଦୀପକ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ୧୦ ଉଇକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ପୋଚେଫ୍ସଟ୍ରୁମ୍‌,୪।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଗତଥରର ଚାମ୍ପିୟନ ଭାରତ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ...

ହକି ବିଶ୍ୱକପ୍‌ ୨୦୨୩: ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କଲା ସ୍ପେନ୍‌

ଭୁବନେଶ୍ବର,୨୨।୧(ବ୍ୟୁରୋ): ହକି ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍‌। ମାଲେସିଆ ଓ ସ୍ପେନ ମଧ୍ୟରେ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା...

Advertisement
Archives

Model This Week