Posted inଜାତୀୟ

ବନ୍ଧୁକର ଜବାବ ବନ୍ଧୁକରେ ଦିଆଯିବ: ପାକିସ୍ତାନକୁ ତାମିଲନାଡୁ ରାଜ୍ୟପାଳଙ୍କ ଚେତାବନୀ

କୋଚି,୧ ।୮: କେରଳର କୋଚିରେ ରବିବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ତାବିଲନାଡୁ ରାଜ୍ୟପାଳ ଆରଏନ ରବି ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ବଡ ବୟାନ ଦେଇଛନ୍ତି । ସେ ହିଂସାକୁ ନେଇ ଜିରୋ ଟଲରାନ୍ସ କଥା କହିଛନ୍ତି । ଆରଏନ ରବି କହିଛନ୍ତି ଯିଏ ବି ବନ୍ଧୁକର ବ୍ୟବହାର କରୁଛନ୍ତି ତାକୁ ବନ୍ଧୁକ ଦ୍ୱାରା ହିଁ ଏହାର ଜବାବ ଦିଆଯିବ । ଦେଶର ଏକତା ଓ ଅଖଣ୍ଡତା ବିରୋଧରେ କଥା ହେଉଥିବା ବ୍ୟକ୍ତିଙ୍କ ସହ କିଛି କଥାବାର୍ତ୍ତା ନାହିଁ । ଗତ ୮ ବର୍ଷ ମଧ୍ୟରେ କୌଣସି ସଶସ୍ତ୍ର ଗୋଷ୍ଠୀଙ୍କ ସହ କୌଣସି କଥାବାର୍ତ୍ତା କରାଯାଇ ନାହିଁ ଆଉ ଏହା ବି ହେବା ଉଚିତ ।
ରବି ଆହୁରି ମଧ୍ୟ କହିଛନ୍ତି ଏହା ସ୍ପଷ୍ଟ ହେବା ଉଚିତ କି ପାକିସ୍ତାନ ଆମର ଶତ୍ରୁ ନା ମିତ୍ର । ଆମେ ପୁଲୱାମା ଆକ୍ରମଣ ପରେ ବାଲାକୋଟ ଏହାର ଷ୍ଟ୍ରାଇକ କରି ଏହି ବାର୍ତ୍ତା ଦେବାକୁ ଚାହୁଁଥିଲୁ କି ଯଦି ଆପଣ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଶିକ୍ଷା ।
୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶ ଚିନ୍ତିତ ଥିଲା । ଅଳ୍ପ କେତଜଣ ଆତଙ୍କବାଦୀଙ୍କ ଦ୍ୱାରା ଦେଶକୁ ଅପମାନିତ କରାଗଲା । ଏହି ଘଟଣାର ୯ମାସ ପରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ମିଳିତ ଭାବେ ମିଳିତ ବିଜ୍ଞପ୍ତିରେ ହସ୍ତାକ୍ଷର କଲେ । ଯେଉଁଥିରେ କୁହାଯାଇଥିଲା କି ଉଭୟ ଦେଶ ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢିବେ । ହେଲେ ପାକିସ୍ତାନ ଏଥିରେ ପୁଣି ଦୋଗଲା ନୀତି ଆପଣାଇଲା ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଲା ।


Enter your email to get our daily news in your inbox.

All Right Reserved By Dharitri.Com

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri