Posted inଜାତୀୟ

ମତଦାନର ଗୋଟିଏ ଦିନ ପୂର୍ବରୁ ଭୋଟର ଲିଷ୍ଟରୁ ଶଶିକଳାଙ୍କ ନାମ ଗାଏବ

ଚେନ୍ନାଇ,୫।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ନିକଟତମ ବନ୍ଧୁ ଶଶିକଳାଙ୍କ ନାମ ଭୋଟର ଲିଷ୍ଟରୁ ଉଭାନ ହୋଇଯାଇଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଜେଲ୍‌ ଯିବା ପୂର୍ବରୁ ଶଶିକଳା ଜୟଲଳିଥାଙ୍କ ସହ ପୋଏସ୍‌ ଗାର୍ଡେନରେ ଥିବା ତାଙ୍କ ନିବାସରେ ରହୁଥିଲେ। କିନ୍ତୁ ଏବେ ସରକାର ସେହି ଘରକୁ ଅଧିଗ୍ରହଣ କରିନେଇ ଏକ ମ୍ୟୁଜିୟମ୍‌ କରିଛନ୍ତି। ଶଶିକଳାଙ୍କର କୌଣସି ନିର୍ଦ୍ଧିଷ୍ଟ ଠିକଣା ନ ଥିବାରୁ ଭୋଟର ଲିଷ୍ଟରେ ତାଙ୍କ ନାମ ନ ଥିବା କୁହାଯାଇଛି। ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବା ଶଶିକଳା ଏଥର ରାଜନୀତି କରିବେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ସେ ଆଉ ରାଜନୀତି କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୨୫ ଜିଲାରେ ହୋଇନାହିଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ୧୨ ହଜାର ଅତିକ୍ରମ କରି ସାରିଲାଣି। ହେଲେ ଦେଶର ପ୍ରାୟ ୩୨୫...

ଲଗାଣ ବର୍ଷା ଯୋଗୁ ଧୋଇଗଲା ୪୦ବର୍ଷର ପୁରୁଣା ପୋଲ

ଗାନ୍ଧୀନଗର, ୭।୧୦: ଗୁଜରାଟ ଜୁନାଗଡରେ ଲଗାଣ ବର୍ଷା ଯୋଗୁ ରବିବାର ୬୦ଫୁଟ ଲମ୍ବାର ପୋଲ ଧୋଇ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁ ବହୁ କାର ଖାଲ...

ପବନରେ ଭାଙ୍ଗିଲା ଷ୍ଟାଡିୟମ ଗେଟ୍‌

ଅହମଦାବାଦ,୨୪ା୨(ପି.ଟି.): ଟ୍ରମ୍ପ୍‌ଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଅହମଦାବାଦରେ ନବନିର୍ମିତ ମୋଟେରା କ୍ରିକେଟ ଷ୍ଟାଡିୟମର ପ୍ରବେଶପଥ ଭାଙ୍ଗିଯାଇଛି। ଷ୍ଟିଲ୍‌ ରଡ୍‌ରେ ନିର୍ମିତ ଏହି ଗେଟ୍‌ ଫ୍ଲେକ୍ସକୁ ଆଚ୍ଛାଦିତ...

ଭାରତ-ଚାଇନା ସୀମା ଜଗିବ ଏମ୍‌-୭୭୭ ତୋପ

ନୂଆଦିଲ୍ଲୀ,୭।୧୦: ଭାରତ ଆମେରିକାଠାରୁ ୧୪୫ଟି ଏମ୍‌-୭୭୭ ତୋପ କିଣିବ। ଏହି ତୋପକୁ ଭାରତ-ଚାଇନା ସୀମା ଜଗିବା କାର୍ଯ୍ୟରେ ମୁତୟନ କରାଯିବ। ୨୦୧୯ ଶେଷ ସୁଦ୍ଧା ଏହି...

୧୦୦ ବର୍ଷ ପୁରୁଣା ପାଣି ଟାଙ୍କିର ମରାମତି କାର୍ଯ୍ୟ ଆରମ୍ଭ: ଖର୍ଚ୍ଚ ହେବ ୧ କୋଟି ୮୦ଲକ୍ଷ ଟଙ୍କା

ଶିମଲା,୮।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର ଐତିହାସିକ ରିଜ ମୈଦାନରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଜଳ ସଂରକ୍ଷଣ ଟ୍ୟାଙ୍କର ମରାମତି କାମ ଆରମ୍ଭ ହୋଇଛି।...

ଡ୍ରାଗନର ମିଛ ପଡ଼ିଲା ଧରା: ଗଲଓ୍ବାନରେ ୬୦ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା

ଓ୍ବାଶିଂଟନ, ୧୩।୯: ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ...

ଦେଶର ହିତ ପାଇଁ ମନମୋହନଙ୍କ ଉପଦେଶ ଗ୍ରହଣ କରନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୨।୬: ଭାରତ-ଚାଇନା ସୀମା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ. ମନମୋହନ ସିଂ। ସେ କହିଛନ୍ତି ଏହି ଘଡିସନ୍ଧି...

ନୁହେଁ ଆମେ ହିନ୍ଦୁ ଅବା ମୁସଲମାନ୍‌: ହିନ୍ଦୁସ୍ତାନୀ ଆମେ ଦେଶ ଆମ ହିନ୍ଦୁସ୍ତାନ

ଆମେଠି,୨୭।୨: ଦେଶରେ ହିନ୍ଦୁ-ମୁସଲମାନ୍‌ ନେଇ ହିଂସା ଘଟୁଥିବାବେଳେ ଉତ୍ତରପ୍ରଦେଶ ଆମେଠିର ପିଢ଼ି ଗାଁରେ ଭାଇଚାରାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ ବାଲ୍ୟ ବନ୍ଧୁ କୃଷ୍ଣଦତ୍ତ...

Advertisement


Archives

Model This Week