Posted inଜାତୀୟ

ହାର୍‌-ଜିତ୍‌ ପୂର୍ବରୁ କରୋନାରେ ପ୍ରାଣ ହରାଇଲେ କଂଗ୍ରେସ ପ୍ରାର୍ଥୀ

ଚେନ୍ନାଇ,୧୧।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ପରଲୋକ ଘଟିଛି। ସେ କରୋନାରେ ପ୍ରାଣ ହରାଇଥିବା କୁହାଯାଉଛି। ରାଓ ଶ୍ରୀବିଲିପୁଥୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଥିଲେ। ୬୩ ବର୍ଷୀୟ ରାଓଙ୍କୁ କରୋନା ଲକ୍ଷଣ ପରେ ମାର୍ଚ୍ଚ ୨୦ ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ତାଙ୍କ ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିଲା। ତାମିଲନାଡୁର ମୋଟ ୨୩୪ ବିଧାନସଭା ଆସନରେ ଏପ୍ରିଲ ୬ରେ ମତଦାନ ହୋଇଥିଲା। ଏଠାରେ କେବଳ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ନାମାଙ୍କନ ଦାଖଲ କରିବାର ମାତ୍ର ଦୁଇ ଦିନ ପରେ ମାଧବ ରାଓ ଅସୁସ୍ଥ ହୋଇପଡିଥିଲେ। ସେ ପ୍ରଚାର ମଧ୍ୟ କରିପାରି ନ ଥିଲେ। ତାଙ୍କୁ ମୁଦୁରାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେଣୁ ନିର୍ବାଚନ ସମୟରେ ତାଙ୍କ ଝିଅ ଦିବ୍ୟା ରାଓ ନିର୍ବାଚନ ପ୍ରଚାର ଦାୟିତ୍ୱ ଗ୍ରହଣ କରିଥିଲେ। ରାଓ ଜଣେ ବ୍ୟବସାୟୀ ହେବା ବ୍ୟତୀତ ଜଣେ ଆଇନ ପରାମର୍ଶଦାତା ଥିଲେ ଏବଂ ଜିଲା କଂଗ୍ରେସ କମିଟିରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ସେ ତାମିଲନାଡୁ କଂଗ୍ରେସରେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସକ୍ରିୟ ସଦସ୍ୟ ଥିଲେ। ସୂଚନାଯୋଗ, ଯଦି ମାଧବ ରାଓ ନିର୍ବାଚନରେ ଜିତନ୍ତି, ତେବେ ଶ୍ରୀବିଲିପୁଥୁର ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କ ଉପରେ ବର୍ଷିଲେ ସ୍ମୃତି

ନୂଆଦିଲ୍ଲୀ,୧୦।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ) ହିଂସାକୁ ନେଇ ରାଜନୀତି ହୋଇଛି ସରଗରମ। ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନ୍‌ୟୁ ଗସ୍ତକୁ ନେଇ ବିବାଦ...

ଆଜିଠାରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ଶ୍ରେଣୀ ଖାତାଦେଖା

ନୂଆଦିଲ୍ଲୀ,୧୦।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତାଦେଖା ରବିବାରଠାରୁ ଆରମ୍ଭ ହେଉଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ...

ଏକ ଦେଶ ଏକ ନିୟମ ପରେ ଏବେ ଏକ ଦେଶ ଏକ ନିର୍ବାଚନ ପାଇଁ ନିଆଯିବ ପଦକ୍ଷେପ: ମୋଦି

ନୂଆଦିଲ୍ଲୀ, ୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସୂଚନା ଦେଇଛନ୍ତି ଯେ, ଏବେ ଦେଶରେ ଏକ ନିର୍ବାଚନ ହେବ।...

ହୋମ୍‌ ସର୍ଭିସ୍‌ ଦେଉଥିବା ସେଲୁନ୍‌ ମାଲିକଙ୍କୁ ଦେବାକୁ ପଡ଼ିବ ୨୫ ହଜାର ଜରିମାନା

ରାୟପୁର,୧୬।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ଲୋକଙ୍କ ମୁଣ୍ଡ...

ତୀର୍ଥଯାତ୍ରୀଙ୍କ ପଛରେ ୪୮୦ କିମି ଚାଲିଚାଲି କୁକୁର କରୁଛି ତୀର୍ଥଯାତ୍ରା

ଚିକ୍କାମାଗାଲୁର୍‌,୧୮।୧୧: ସାଧାରଣତଃ ମଣିଷମାନେ ତୀର୍ଥଯାତ୍ରା କରିଥାନ୍ତି। ତେବେ ଏକ କୁକୁର ସାବରିମାଲା ଆସୁଥିବା ତୀର୍ଥଯାତ୍ରୀଙ୍କୁ ଅନୁସରଣ କରି ତୀର୍ଥଯାତ୍ରା କରିଚାଲିଛି। ଏବେ କୁକୁରର ଫଟୋ ଓ...

ସ୍ତ୍ରୀ ମୋଟି, କାଳି ହୋଇଥିବାରୁ ଏମିତି କଲେ ସ୍ବାମୀ

ଅହମ୍ମଦାବାଦ, ୧୬।୩: ଜଣେ ସ୍ତ୍ରୀ ଦେଖିବାକୁ ମୋଟି, କାଳି ଏବଂ ଅସୁନ୍ଦର ଥିବାରୁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗୁଜୁରାଟ...

ସୁଷମା ସ୍ବରାଜଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଝିଅ ନେଲେ ପୁରସ୍କାର

ନୂଆଦିଲ୍ଲୀ,୮।୧୧: ସୋମବାର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ଝିଅ ବାଂଶୁରୀ ସ୍ବରାଜ ଏହି ପୁରସ୍କାର...

ଭାରତରେ ଗଲାଣି ୮୨୩ ଜୀବନ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ ଭାବେ ବୃଦ୍ଧିପାଇବାରେ ଲାଗିଛି। ଲକ୍‌ଡାଉନ୍‌ ସତ୍ତ୍ୱେ ନୂଆ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଶନିବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ...

Advertisement
Archives

Model This Week