Odisha Elections 2024
Posted inଜାତୀୟ

ତାମିଲନାଡୁ ବିଧାନସଭା: ଆଜୀବନ କାରାଗାରରେ ଥିବା କଏଦୀମାନଙ୍କୁ ମୁକ୍ତ କରିବାକୁ ବିଶେଷ ଧ୍ୟାନାକର୍ଷଣ ପ୍ରସ୍ତାବ …

ଚେନ୍ନାଇ,୧୦।୧୦ : ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଏଡାପାଡି ପାଲାନିସ୍ବାମୀ ମଙ୍ଗଳବାର ଆରିୟାଲୁର ଏବଂ ହୋସୁରରେ ହୋଇଥିବା ବିସ୍ଫୋରଣ ଘଟଣା ଉପରେ ଆଲୋଚନା କରିଛନ୍ତି। ବାଣ ଦୋକାନ ଏବଂ କାରଖାନାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସେ ତାମିଲନାଡୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିସ୍ଫୋରଣ ଘଟଣାରେ ପ୍ରଭାବିତ ଲୋକଙ୍କ ପାଇଁ ଘୋଷିତ ଅନୁକମ୍ପାମୂଳକ କ୍ଷତିପୂରଣ ପରିମାଣ ବୃଦ୍ଧି କରିବାକୁ ଇପିଏସ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛି।

ଏହା ସହିତ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ସମ୍ପର୍କରେ ବିଭିନ୍ନ ଦଳର ବିଧାୟକମାନେ ବିଧାନସଭାରେ ଏକ ବିଶେଷ ଧ୍ୟାନାକର୍ଷଣ ପ୍ରସ୍ତାବ ଆଣିଥିଲେ। ଏହା ଉପରେ ବିରୋଧୀଦଳର ନେତା ଏଡାପାଡି ପଲାନିସ୍ବାମୀ କହିଛନ୍ତି, କୋଏମ୍ବାଟୁର ବିସ୍ଫୋରଣ ମାମଲାରେ ୩୬ ମୁସଲମାନ କଏଦୀ ଗତ ୨୫ ବର୍ଷ ଧରି ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ମୁଁ ତାମିଲନାଡୁ ସରକାରଙ୍କୁ ଅନୁରୋଧ କରୁଛି ଏହି ବନ୍ଦୀମାନଙ୍କୁ ମାନବିକତା କାରଣରୁ ମୁକ୍ତ କରାଯାଉ।

ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ମୁକ୍ତ କରିବା ନେଇ ବିଧାୟକମାନେ ଦେଇଥିବା ବିଶେଷ ଧ୍ୟାନାକର୍ଷଣ ପ୍ରସ୍ତାବ ଉପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ମୁକ୍ତ କରିବା ଉପରେ ଅନେକ ବିଧାୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୨୭୪ ଜଣ କଏଦୀଙ୍କୁ ଚିହ୍ନଟ କରାଯାଇଛି।

ସିଏମ କହିଛନ୍ତି ଆମେ ପ୍ରଥମ ବ୍ୟାଚରେ ୪୯ ଜଣ କଏଦୀଙ୍କୁ ମୁକ୍ତ କରିବାକୁ ଚାହୁଁଛୁ। ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ସମ୍ମତୁକୁ ବର୍ତ୍ତମାନ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା...

କାଳବୈଶାଖୀ ନେଲା ୧୧ ଜୀବନ

କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର...

ଏନଡିଏରେ ସାମିଲ ହେଲେ ଦାଗି ନେତାଙ୍କ ପ୍ରତି ସଫ୍ଟ ହୋଇ ଯାଉଛି କେନ୍ଦ୍ରୀୟ ଏଜେନ୍ସି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା...

ଆରମ୍ଭ ହେଲା ହୋମ ଭୋଟିଂ, ୧୦୨୨ ଭୋଟର ଘରେ ଭୋଟ ଦେବାକୁ ବାଛିଲେ ବିକଳ୍ପ

ନୂଆଦିଲ୍ଲୀ,୧୬।୫: ମେ ୨୫ରେ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁଗ୍ରାମ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଗୁରୁଗ୍ରାମର କୌଣସି...

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri