ସାଉଥ୍‌-ବଲିଉଡ୍‌ ବିବାଦରେ ମୁହଁ ଖୋଲିଲେ ତମନ୍ନା

ବର୍ତ୍ତମାନ ଦକ୍ଷିଣ ଭାରତୀୟ ସିନେମାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏହାସହ ଫିଲ୍ମକୁ ଅଧିକ ସଫଳତା ମଧ୍ୟ ମିଳୁଛି। ଏନେଇ ଏବେ ଦକ୍ଷିଣୀ ଚଳଚ୍ଚିତ୍ରକୁ ବଲିଉଡ୍‌ ସହ ତୁଳନା କରାଯାଉଛି। ଏହାକୁ ନେଇ ଅନେକ ବିତର୍କ ଆରମ୍ଭ ହୋଇଥିବାବେଳେ ବହୁ କଳାକାର ନିଜର ମତ ପ୍ରକାଶ କରିସାରିଲେଣି। ତେବେ ଏହି ପ୍ରସଙ୍ଗକୁ ନେଇ ନୀରବତା ଭାଙ୍ଗିଛନ୍ତି ଅଭିନେତ୍ରୀ ତମନ୍ନା ଭାଟିଆ। ଏହି ବିତର୍କକୁ ନେଇ ତମନ୍ନା ହିନ୍ଦୁସ୍ଥାନ ଟାଇମ୍ସକୁ ଏକ ସାକ୍ଷାତ୍‌କାର ଦେଇଛନ୍ତି। ସେଥିରେ ସାଉଥ୍‌ ଏବଂ ବଲିଉଡ୍‌ର ତୁଳନା ବିଷୟରେ ତମନ୍ନା କହିଛନ୍ତି, ଆମେ ହିଁ ଏହାକୁ ଆରମ୍ଭ କରିଛୁ। ଆଉ ଏବେ ଆମେ ହିଁ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛୁ। ବିଦେଶରେ କେହି ଏଭଳି ଚିନ୍ତା କରୁନାହାନ୍ତି। ଦିଆଯାଇଥିବା ମନ୍ତବ୍ୟକୁ ଭୁଲ୍‌ ଭାବେ ଗ୍ରହଣ କରାଯାଉଥିବା ତମନ୍ନା କହିଛନ୍ତି। ଏହାପରେ ହଠାତ୍‌ ବଲିଉଡ୍‌ ଏବଂ ସାଉଥ୍‌କୁ ଇଣ୍ଡଷ୍ଟ୍ରିକୁ ନେଇ ତୁଳନା ଆରମ୍ଭ ହୋଇଥିଲା। ହେଲେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ। କାରଣ ସମଗ୍ର ବିଶ୍ୱ ଏସବୁ ଫିଲ୍ମକୁ ଭାରତୀୟ ସିନେମା ଭାବେ ଦେଖନ୍ତି। ଯେବେ ତମନ୍ନା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଥିଲେ। ସେ ଜାଣିବାକୁ ପାଇଥିଲେ ଯେ ବାହାର ଲୋକେ ଏହାକୁ କିପରି ଦେଖନ୍ତି। ଭାରତର ଅନେକ ଫିଲ୍ମ ଏହି ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା। ସେଠାରେ କେହି ଏହାକୁ ଦକ୍ଷିଣ କି ବଲିଉଡ୍‌ ସିନେମା ବୋଲି କହୁ ନ ଥିଲେ, ସମସ୍ତେ ଭାରତୀୟ ଚଳଚ୍ଚିତ୍ର ବୋଲି କହୁଥିଲେ। ତେବେ ଆମେ ଯେଉଁ ବଲିଉଡ୍‌ ଏବଂ ସାଉଥ୍‌ ଇଣ୍ଡଷ୍ଟ୍ରି ମଧ୍ୟରେ ତୁଳନା ଆରମ୍ଭ କରିଛେ ତାହା ସମ୍ପୂର୍ଣ୍ଣ ନିରର୍ଥକ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ପସନ୍ଦ: କରୀନା

ମୁମ୍ବାଇ: ସାମାଜିକ ପ୍ରାସଙ୍ଗିକତା ଥିବା ଫିଲ୍ମରେ ଅଭିନୟ କରିବାକୁ ସବୁବେଳେ ପସନ୍ଦ କରନ୍ତି ବୋଲି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରକାଶ କରିଛନ୍ତି। ରିିଲିଜ...

‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଆସିପାରନ୍ତି ଅଜୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌କୁ ନେଇ ବେଶ୍‌ କିଛିଦିନ ହେବ ଫରହା ଖାଁ ଓ ରୋହିତ ସେଟ୍ଟୀ ମୁଖ୍ୟ ଅଭିନେତାଙ୍କୁ ଖୋଜି...

ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କଲେ ଗୋବିନ୍ଦା

ମୁମ୍ବାଇ: ୮୦ ଦଶକରୁ ବହୁମୁଖୀ ପ୍ରତିଭା ଯୋଗେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ସମୟ ସହିତ ତାଳ...

ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା ଘଟଣା: ପୂର୍ବତନ ପ୍ରେମିକ ଗିରଫ

ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ରାହୁଲ ନଭଲାନୀଙ୍କୁ ଇନ୍ଦୋର ପୋଲିସ ଗିରଫ କରିଛି। ଇନ୍ଦୋର ପୋଲିସ ରାହୁଲ ଏବଂ ତାଙ୍କ...

ରାହୁଲଙ୍କ ସମର୍ଥନରେ ବାହାରିଲେ ପୂଜା ଭଟ୍ଟ

ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ରାହୁଲଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ...

ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଗାଳି ଦେଲେ ସ୍ତ୍ରୀ

ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ ବଲିଉଡର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ମଜାଳିଆ ପ୍ରେମ ପ୍ରଶଂସକଙ୍କୁ ବେଶ୍‌...

୧୦ ବର୍ଷ ପରେ ସ୍ବାମୀଙ୍କ ସହ ପରଦାକୁ ଫେରୁଛନ୍ତି ଜେନେଲିଆ

ବଲିଉଡ ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ସମୟ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ପ୍ରାୟ ଦଶ ବର୍ଷ ପରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ଏକ...

ନେହା ଭାସିନ୍‌ କରୋନା ସଂକ୍ରମିତ

ମୁମ୍ବାଇ: ‘ବିଗ୍‌ ବସ’-୧୫ ଫେମ ତଥା ଗାୟିକା ନେହା ଭାସିନ୍‌ କରୋନା ସଂକ୍ରମିତ ହୋଇଛନ୍ତି। ସେନେଇ ନେହା ନିଜେ ପଜିଟିଭ୍‌ ଥିବା ସୋସିଆଲ ମିଡିଆରେ ସୂଚନା...

Advertisement
Archives

Model This Week