ରାଜଧାନୀରେ ବୀଭତ୍ସ ଘଟଣା: ସ୍ତ୍ରୀଙ୍କ ଗଳାକାଟି ହତ୍ୟା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପାରିବାରିକ ଅଶାନ୍ତିକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆଉଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଛୁରିରେ ସ୍ତ୍ରୀଙ୍କ ଗଳା କାଟି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ସ୍ବାମୀ। ଏତିକିରେ ସନ୍ତୁଷ୍ଟ ନ ହୋଇ ଦେହସାରା ଛୁରିକୁ ଭୁସିବା ସହ ପେଟରୁ ଅନ୍ତବୁଜୁଳା ବାହାର କରିଦେଇଛନ୍ତି। ଏଥିସହ ନିଜ ୬ବର୍ଷର ଝିଅକୁ ମରଣାନ୍ତକ ଆକ୍ରମଣ କରିବା ସହ ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି। ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଝିଅଟି ଏବେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରୁଥିବାବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ ଦିନର ଶିଶୁ କନ୍ୟା। ଖବର ପାଇ ଖଣ୍ଡଗିରି ଓ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉକ୍ତ ଘରୁ ସରସ୍ବତୀଙ୍କ ମୃତଦେହ ଜବତ କରିଛି। ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ସାଇଣ୍ଟିଫିକ ଟିମ୍‌ ବିଭିନ୍ନ ନମୁନା ଓ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିବା ସହ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଛି। ମୃତା ହେଲେ ଉକ୍ତ ଗାଁର ସରସ୍ବତୀ ଦାସ। ଏଭଳି ନାରକୀୟ କାଣ୍ଡ ଭିଆଇ ଲୁଚି ବୁଲୁଥିବା ଅଭିଯୁକ୍ତ ସ୍ବାମୀ ସଞ୍ଜିତ ଦାସଙ୍କୁ ପୋଲିସ କାବୁ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ସଞ୍ଜିତ ନିଶା ସେବନ କରି ଏଭଳି କାଣ୍ଡ ଘଟାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଥାନା ହାଜତରେ ତାଙ୍କୁ ରଖାଯାଇ ବିଭିନ୍ନ ଦିଗକୁ ନେଇ ପୋଲିସ ପଚରାଉଚରା କରିବା ସହ ଏକ ହତ୍ୟା ମାମଲା (ନଂ. ୨୩୭/୨୨) ରୁଜୁ କରି ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ଜମିଦାର ସ୍ବର୍ଗତ ଜୀବନ ବଲ୍ଲଭ ଦାସଙ୍କ ମଝିଆ ପୁଅ ହେଉଛନ୍ତି ସଞ୍ଜିତ। ଗତ ୮ ବର୍ଷ ତଳେ ସେ ଉକ୍ତ ଅଞ୍ଚଳର ଶରତଚନ୍ଦ୍ର ଦାସଙ୍କ ଝିଅ ସରସ୍ବତୀଙ୍କୁ ବିବାହ କରିଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ ସହ ୩ ମହଲା ବିଶିଷ୍ଟ କୋଠାରେ ରହୁଥିଲେ। ଉପର ମହଲାରେ ବଡ଼ ଭାଇ ରଞ୍ଜିତ ଓ ତଳ ମହଲାରେ ସାନ ମଞ୍ଜିତ ରହୁଥିବାବେଳେ ସଞ୍ଜିତଙ୍କ ପରିବାର ମଝିରେ ରହୁଥିଲେ। ମାଆ କନକଲତା ସାନପୁଅ ପାଖରେ ରହୁଥିଲେ। ବିବାହ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଏହାକୁ ନେଇ ଖୁସି ନ ଥିଲେ ସଞ୍ଜିତ। ସେପଟେ ପରିବାରର ବିପୁଳ ସମ୍ପତ୍ତି ଥିଲେ ମଧ୍ୟ ସଞ୍ଜିତଙ୍କର କିଛି ରୋଜଗାର ନ ଥିଲା। ସେ ସବୁବେଳେ ନିଶା ସେବନ କରୁଥିଲେ। ଏପଟେ ସରସ୍ବତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଝିଅର ପାଠପଢ଼ା ଲାଗି ସେ ସଞ୍ଚତ୍ତ କରି ରଖୁଥିବା ଅର୍ଥକୁ ସ୍ବାମୀ ସଞ୍ଜିତ ନିଶା ସେବନ ଲାଗି ନେଇଯାଉଥିଲେ। ବାରଣ କଲେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ। ତେଣୁ ସରସ୍ବତୀ ସବୁବେଳେ ଚିନ୍ତାରେ ରହିବା ସହ ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗୁଥିଲା। ଗତ ସୋମବାର ସରସ୍ବତୀ ଆଉଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଝିଅ ଜନ୍ମ ପରଠାରୁ ବାପା ସଞ୍ଜିତ ଆହୁରି ଅଶାନ୍ତ ହୋଇପଡିଥିବା ପଡୋଶୀ ଲୋକେ କହିଛନ୍ତି। ବୁଧବାର କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା। ସରସ୍ବତୀଙ୍କୁ ସ୍ବାମୀ ସଞ୍ଜିତ ମାଡ଼ ମାରୁଥିବା ପଡୋଶୀ ଘର ଲୋକେ ଦେଖିଥିଲେ। ତେବେ ଏହା ନିତିଦିନିଆ ଘଟଣା ହୋଇଥିବାରୁ ପରିବାରର ଅନ୍ୟ ସଦସ୍ୟ ଓ ପଡୋଶୀମାନେ ପ୍ରତିବାଦ କରି ନ ଥିଲେ। ଗୁରୁବାର ସକାଳେ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ଥାନାକୁ ଖବର ଦେଇଥିଲେ। ଡିସିପି ପ୍ରତୀକ ସିଂ କହିଛନ୍ତି, ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ। ତଦନ୍ତ ଚାଲିଛି। ବେରୋଜଗାର ଓ ନିଶା ସେବନ ଘଟଣା ସହ ପରିବାରର ବୟାନ ଅନୁଯାୟୀ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?