ରାଜଧାନୀରେ ବୀଭତ୍ସ ଘଟଣା: ସ୍ତ୍ରୀଙ୍କ ଗଳାକାଟି ହତ୍ୟା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପାରିବାରିକ ଅଶାନ୍ତିକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆଉଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଛୁରିରେ ସ୍ତ୍ରୀଙ୍କ ଗଳା କାଟି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ସ୍ବାମୀ। ଏତିକିରେ ସନ୍ତୁଷ୍ଟ ନ ହୋଇ ଦେହସାରା ଛୁରିକୁ ଭୁସିବା ସହ ପେଟରୁ ଅନ୍ତବୁଜୁଳା ବାହାର କରିଦେଇଛନ୍ତି। ଏଥିସହ ନିଜ ୬ବର୍ଷର ଝିଅକୁ ମରଣାନ୍ତକ ଆକ୍ରମଣ କରିବା ସହ ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି। ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଝିଅଟି ଏବେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରୁଥିବାବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ ଦିନର ଶିଶୁ କନ୍ୟା। ଖବର ପାଇ ଖଣ୍ଡଗିରି ଓ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉକ୍ତ ଘରୁ ସରସ୍ବତୀଙ୍କ ମୃତଦେହ ଜବତ କରିଛି। ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ସାଇଣ୍ଟିଫିକ ଟିମ୍‌ ବିଭିନ୍ନ ନମୁନା ଓ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିବା ସହ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଛି। ମୃତା ହେଲେ ଉକ୍ତ ଗାଁର ସରସ୍ବତୀ ଦାସ। ଏଭଳି ନାରକୀୟ କାଣ୍ଡ ଭିଆଇ ଲୁଚି ବୁଲୁଥିବା ଅଭିଯୁକ୍ତ ସ୍ବାମୀ ସଞ୍ଜିତ ଦାସଙ୍କୁ ପୋଲିସ କାବୁ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ସଞ୍ଜିତ ନିଶା ସେବନ କରି ଏଭଳି କାଣ୍ଡ ଘଟାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଥାନା ହାଜତରେ ତାଙ୍କୁ ରଖାଯାଇ ବିଭିନ୍ନ ଦିଗକୁ ନେଇ ପୋଲିସ ପଚରାଉଚରା କରିବା ସହ ଏକ ହତ୍ୟା ମାମଲା (ନଂ. ୨୩୭/୨୨) ରୁଜୁ କରି ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ଜମିଦାର ସ୍ବର୍ଗତ ଜୀବନ ବଲ୍ଲଭ ଦାସଙ୍କ ମଝିଆ ପୁଅ ହେଉଛନ୍ତି ସଞ୍ଜିତ। ଗତ ୮ ବର୍ଷ ତଳେ ସେ ଉକ୍ତ ଅଞ୍ଚଳର ଶରତଚନ୍ଦ୍ର ଦାସଙ୍କ ଝିଅ ସରସ୍ବତୀଙ୍କୁ ବିବାହ କରିଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ ସହ ୩ ମହଲା ବିଶିଷ୍ଟ କୋଠାରେ ରହୁଥିଲେ। ଉପର ମହଲାରେ ବଡ଼ ଭାଇ ରଞ୍ଜିତ ଓ ତଳ ମହଲାରେ ସାନ ମଞ୍ଜିତ ରହୁଥିବାବେଳେ ସଞ୍ଜିତଙ୍କ ପରିବାର ମଝିରେ ରହୁଥିଲେ। ମାଆ କନକଲତା ସାନପୁଅ ପାଖରେ ରହୁଥିଲେ। ବିବାହ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଏହାକୁ ନେଇ ଖୁସି ନ ଥିଲେ ସଞ୍ଜିତ। ସେପଟେ ପରିବାରର ବିପୁଳ ସମ୍ପତ୍ତି ଥିଲେ ମଧ୍ୟ ସଞ୍ଜିତଙ୍କର କିଛି ରୋଜଗାର ନ ଥିଲା। ସେ ସବୁବେଳେ ନିଶା ସେବନ କରୁଥିଲେ। ଏପଟେ ସରସ୍ବତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଝିଅର ପାଠପଢ଼ା ଲାଗି ସେ ସଞ୍ଚତ୍ତ କରି ରଖୁଥିବା ଅର୍ଥକୁ ସ୍ବାମୀ ସଞ୍ଜିତ ନିଶା ସେବନ ଲାଗି ନେଇଯାଉଥିଲେ। ବାରଣ କଲେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ। ତେଣୁ ସରସ୍ବତୀ ସବୁବେଳେ ଚିନ୍ତାରେ ରହିବା ସହ ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗୁଥିଲା। ଗତ ସୋମବାର ସରସ୍ବତୀ ଆଉଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଝିଅ ଜନ୍ମ ପରଠାରୁ ବାପା ସଞ୍ଜିତ ଆହୁରି ଅଶାନ୍ତ ହୋଇପଡିଥିବା ପଡୋଶୀ ଲୋକେ କହିଛନ୍ତି। ବୁଧବାର କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା। ସରସ୍ବତୀଙ୍କୁ ସ୍ବାମୀ ସଞ୍ଜିତ ମାଡ଼ ମାରୁଥିବା ପଡୋଶୀ ଘର ଲୋକେ ଦେଖିଥିଲେ। ତେବେ ଏହା ନିତିଦିନିଆ ଘଟଣା ହୋଇଥିବାରୁ ପରିବାରର ଅନ୍ୟ ସଦସ୍ୟ ଓ ପଡୋଶୀମାନେ ପ୍ରତିବାଦ କରି ନ ଥିଲେ। ଗୁରୁବାର ସକାଳେ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ଥାନାକୁ ଖବର ଦେଇଥିଲେ। ଡିସିପି ପ୍ରତୀକ ସିଂ କହିଛନ୍ତି, ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ। ତଦନ୍ତ ଚାଲିଛି। ବେରୋଜଗାର ଓ ନିଶା ସେବନ ଘଟଣା ସହ ପରିବାରର ବୟାନ ଅନୁଯାୟୀ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri