Posted inଜାତୀୟ

ସରକାରଙ୍କ ସହ ଆଜି ଆଲୋଚନା

ନୂଆଦିଲ୍ଲୀ, ୪।୧: କେନ୍ଦ୍ର ସରକାରଙ୍କ ସହ ଚାଷୀନେତାଙ୍କର ସୋମବାର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଫଳାଫଳକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ସରକାରଙ୍କ ସହ ମୁଖ୍ୟତଃ ୩ କୃଷି ଆଇନ ପ୍ରତ୍ୟାହାର ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରସଙ୍ଗରେ ଆଲୋଚନା ହେବ।
ଶନିବାର ରାତିସାରା ବର୍ଷା ଲାଗି ରହିଥିବାବେଳେ ସୀମାରେ ଦୀର୍ଘ ୩୯ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ପ୍ରବଳ ଶୀତ ସାଙ୍ଗକୁ ଅବିରତ ବର୍ଷା ସେମାନଙ୍କ ପାଇଁ ଦୁର୍ବିଷହ ହୋଇପଡ଼ିଛି। ତେବେ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ ଏହାକୁ ଭ୍ରୂକ୍ଷେପ ନ କରି ପାଣିଭର୍ତ୍ତି ଟେଣ୍ଟରେ ଆନ୍ଦୋଳନ ଜାରି ରଖିଛନ୍ତି।
କ୍ରମାଗତ ବର୍ଷା ଯୋଗୁ ଆନ୍ଦୋଳନ ସ୍ଥଳ ଜଳାର୍ଣ୍ଣବ ହୋଇଯାଇଛି। ଟେଣ୍ଟ ମଧ୍ୟ କୃଷକମାନଙ୍କୁ ଯଥେଷ୍ଟ ସୁରକ୍ଷା ଦେଇପାରି ନାହିଁ। ବର୍ଷା ଯୋଗୁ ଆନ୍ଦୋଳନ ସ୍ଥଳର ସ୍ଥିତି ବେହାଲ ହୋଇପଡ଼ିଛି। ଚାଷୀମାନଙ୍କ ଦୁର୍ଦ୍ଦଶାକୁ ସରକାର ଦେଖିପାରୁ ନାହାନ୍ତି ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ସଦସ୍ୟ ଅଭିମନ୍ୟୁ କୋହର କହିଛନ୍ତି। ବର୍ଷା ଯୋଗୁ ଆନ୍ଦୋଳନ ସ୍ଥଳ ଜଳମଗ୍ନ ହୋଇଛି ସତ,
ହେଲେ ଦୀର୍ଘଦିନ ହେଲା ଆନ୍ଦୋଳନରେ ବସିଥିବା ଚାଷୀଙ୍କ ମନୋବଳକୁ ଓଦା କରିପାରିନାହିଁ ବୋଲି ସିଙ୍ଘୁ ସୀମାର ଜଣେ କୃଷକ ନେତା କହିଛନ୍ତି। ଯେତେ ଅସୁବିଧା ଆସିଲେ ମଧ୍ୟ ସେମାନେ ସ୍ଥାନ ଛାଡ଼ି ନ ଯିବାକୁ ପ୍ରତିଜ୍ଞା କରିଛନ୍ତି।
ଚାଷୀମାନଙ୍କ ଦାବିକୁ ସରକାର ପୂରଣ ନ କରନ୍ତି, ତେବେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ପୂର୍ବରୁ କୃଷକ ନେତାମାନେ ଚେତାବନୀ ଦେଇସାରିଛନ୍ତି। ଜାନୁୟାରୀ ୫ରୁ ସାରା ଦେଶରେ ଆନ୍ଦୋଳନ ହେବ ବୋଲି ଭାରତୀୟ କିଷାନ ୟୁନିୟନ ନେତା ଗୁର୍‌ନାମ ସିଂ ଚାଦୁନି ଜମ୍ମୁରେ ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ରାଲି ସହ ଜାତୀୟ ରାଜଧାନୀରେ ପ୍ରବେଶ କରିବେ ବୋଲି ଶନିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହା ପୂର୍ବରୁ ରାଜ୍ୟ ଓ ଜାତୀୟ ସ୍ତରରେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଚାଷୀନେତା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍ସରେ ଖୁବଶୀଘ୍ର ଆରମ୍ଭ ହେବ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ,୯ ।୯: କରୋନା ମହାମାରୀର ତୃତୀୟ ଲହରକୁ ଦେଖି ଏବେ ସମସ୍ତେ ଭୟଭୀତ । କେଉଁଠି କେଉଁଠି ତୃତୀୟ ଲହର ଆସିଯାଇଥିବା କୁହାଯାଉଥିବା ବେଳେ ଏହା...

ଭାଜପାର ପ୍ଲାନ ‘ବି’କୁ ନେଇ ମତ ରଖିଲେ ଫଡନବିସ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଶିବସେନାର ନଖରାମି ପରେ ଏବେ ଭାଜପା ପ୍ଲାନ ‘ବି’ ପ୍ରସ୍ତୁତିରେ ରହିଥିବା ଆଲୋଚନା ହେଉଛି। ଭାଜପାର ରାଜ୍ୟସଭା ଏମ୍‌ପି ସଞ୍ଜୟ କାକଡେ କହିଛନ୍ତି,...

କର୍ନାଟକ ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଭାଜପା ବିଧାୟକ

ବେଙ୍ଗାଲୁରୁ,୩୦।୭: କର୍ନାଟକର ଭାଜପା ବିଧାୟକ ବିଶ୍ୱେଶ୍ୱର ହେଗଡେ କାଗେରି ମଙ୍ଗଳବାର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସିରସି ଆସନର ବିଧାୟକ ହେଗଡେଙ୍କ...

ଅବିବାହିତ ଯୋଗୁ ସାଧାରଣ ଲୋକଙ୍କ ଯନ୍ତ୍ରଣା ବୁଝିପାରୁନାହାନ୍ତି ଯୋଗୀ: ଦିଗବିଜୟ

ନୂଆଦିଲ୍ଲୀ,୭।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଅଭିଯୋଗ ଜାରି ରହିଛି। ଏବେ...

କରୋନା ଟିକା ନ ନେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ପଣ୍ଡିଚେରୀ,୫ ।୧୨: ଏବେ କରୋନା ଭାଇରସର ତୃତୀୟ ଲହର ଆସିବା ଆଶଙ୍କା କରାଗଲାଣି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛି...

ଏପ୍ରିଲ ପରେ ହେବ ଜମ୍ମୁ-କଶ୍ମୀର ନିର୍ବାଚନ

ନୂଆଦିଲ୍ଲୀ,୧୦ା୮: ଆସନ୍ତା ବର୍ଷ ଏପ୍ରିଲ ପରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କାରଣ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ବିଧାନସଭା କ୍ଷେତ୍ରର...

ସୁରକ୍ଷାରେ ତ୍ରୁଟି ପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ

ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ...

ଆଫତାବଙ୍କ ନୂଆ ଠିକଣା, ତିହାର ଜେଲ୍‌ ନମ୍ବର ୪…

ନୂଆଦିଲ୍ଲୀ,୨୬।୧୧ : ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଫତାବ ପୁନାଓ୍ବାଲାଙ୍କୁ ତିହାର ଜେଲରେ ୧୩ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛି। ଏହା ସହିତ...

Advertisement
Archives

Model This Week