ନୂଆ ରାଜନୈତିକ ଦଳକୁ ନେଇ ଚର୍ଚ୍ଚା

ଜଗତ୍‌ସିଂହପୁର, ୧୬ା୯(ପ୍ରମୋଦ କୁମାର ନାୟକ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ଜିଲାରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୧୯ ନିର୍ବାଚନରେ ଜିଲାର ୪ଟି ଯାକ ବିଧାନସଭା ଓ ଜଗତ୍‌ସିଂହପୁର ଏମ୍‌ପି ସିଟ୍‌ ବିଜେଡି ପୋଛି ନେଇଥିଲା। କଂଗ୍ରେସ ଓ ଭାଜପା ଗୋଟିଏ ବି ଆସନ ନ ପାଇ ଏକପ୍ରକାର ଦୁର୍ବଳ ସ୍ଥିତିକୁ ଚାଲିଯାଇଥିଲେ। କିନ୍ତୁ ଗତ ପୌର ନିର୍ବାଚନ ସମୟରେ କଂଗ୍ରେସ କେତେକାଂଶରେ ଆଶ୍ୱସ୍ତି ହୋଇଥିଲା। କାରଣ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଆସନଟି କଂଗ୍ରେସ ହାତକୁ ଯାଇଥିଲା। ଉଭୟ ସାଧାରଣ ଓ ପୌର ନିର୍ବାଚନରେ ଭାଜପା ତୃତୀୟ ସ୍ଥାନରେ ଥିଲା। ମୋଟାମୋଟି ଦେଖିବାକୁ ଗଲେ ଜିଲାରେ ବିଜେଡି, କଂଗ୍ରେସ ଓ ଭାଜପାର ଭୋଟ ନିର୍ବାଚନମଣ୍ଡଳୀ ଅନୁଯାୟୀ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲେ ସୁଦ୍ଧା ବିଜେଡି ସର୍ବାଧିକ ରହିଆସିଛି। ଏବେ ଆଉ ଏକ ନୂଆ ଦଳ ଅର୍ଥାତ୍‌ ମୋ ଦଳ ଆବିର୍ଭାବ ହେବା ନୂଆ ରାଜନୈତିକ ପରିବେଶ ସୃଷ୍ଟି କରିଛି। କାରଣ ସାମାଜିକ ସଙ୍ଗଠନ ଭାବେ ପରିଚିତ ନବ ନିର୍ମାଣ କୃଷକ ସଙ୍ଗଠନ ତା’ର ଏକ ନୂଆ ରାଜନୈତିକ ପୃଷ୍ଠଭୂମି ତିଆରି କରିଛି। ଅର୍ଥାତ୍‌ ନବ ନିର୍ମାଣ ସ୍ବରାଜ ସାମ୍ରାଜ୍ୟ ଗଠନ ଉଦ୍ଦେଶ୍ୟରେ ବିକଳ୍ପ ରାଜନୈତିକ ଦଳ ହିସାବରେ ମୋ ଦଳ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ନିକଟରେ ସ୍ଥାନୀୟ ଏକ ମଣ୍ଡପ ପରିସରରେ ମୋ ଦଳର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଯୋଗଦେଇ ମୋ ଦଳ ଗଠନର ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ନବ ନିର୍ମାଣ କୃଷକ ସଙ୍ଗଠନ ୧୩ ବର୍ଷ ଧରି ଚାଷୀ ଓ ଚାଷ ପାଇଁ ଲଢ଼ି ଆସୁଛି। ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦିଆଯିବା ନେଇ ଆନ୍ଦୋଳନ କରି ଆସୁଛି। କିନ୍ତୁ ଦୁଃଖର କଥା ହେଲା ଯେତେବେଳେ ଚାଷୀ ଦାବି ଉପସ୍ଥାପନ ପାଇଁ ରାଜଧାନୀରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ସେତେବେଳେ ରାଜ୍ୟ ସରକାର ରୋକିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି। ଏପରି କି ଗିରଫ ସହ ନାନା ମାଧ୍ୟମରେ ଚାଷୀଙ୍କୁ ଅତ୍ୟାଚାର କରାଯାଉଛି। ଚାଷୀ ନିରାଶ ହୋଇପଡୁଛନ୍ତି। ଚାଷୀଙ୍କ ରାଜନୈତିକ ମେରୁଦଣ୍ଡ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ରାଜ୍ୟର ୮୦ ଭାଗ ଚାଷୀଙ୍କ ଭୋଟ ମଧ୍ୟରୁ ଯେଉଁ ଦଳ ୨୫ ଭାଗ ହାତଉଛି ସେ ଦଳ ସରକାର ଗଢୁଛି। ତେଣୁ ଚାଷୀ ନିଜେ ସଙ୍ଗଠିତ ହୋଇ ମୋ ଦଳ ମାଧ୍ୟମରେ ନିଜର ପ୍ରତିନିଧିଙ୍କୁ ବିଧାନସଭା, ଲୋକ ସଭା ପଠାଇବ। ଆଗାମୀ ସାଧାରଣ ନିର୍ବାଚନରେ ଏହି ଦଳ ଓଡ଼ିଶାର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକ ସଭା ଆସନରେ ପ୍ରାର୍ଥୀ ଦେବ। ଏହି ପ୍ରକ୍ରିୟା ମାଧ୍ୟମରେ ନବ ନିର୍ମାଣ ସ୍ବରାଜ ସାମ୍ରାଜ୍ୟ ଗଠନ ସମ୍ଭବ ବୋଲି ଅକ୍ଷୟ କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ମୋ ଦଳ କ୍ଷମତାକୁ ଆସିଲେ ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରିବ। ଧାନ କୁଇଣ୍ଟାଲ ୩୪୦୦ ଟଙ୍କା, ୨୦ବର୍ଷ ବୟସରୁ ଚାଷୀ ସୁରକ୍ଷା ଭତ୍ତା ୫୦୦୦ ଟଙ୍କା ହିସାବରେ ଦିଆଯିବା ନେଇ ଅଧ୍ୟାଦେଶ ଜାରି କରାଯିବ। ଏଥିସହ ଓଡ଼ିଶାକୁ ମଦ ମୁକ୍ତ, ଦାଦନ ମୁକ୍ତ, ବେକାରି ମୁକ୍ତ କରାଯିବା ସହ ମାଫିଆଙ୍କୁ ଜେଲ ପଠାଯିବାର ବ୍ୟବସ୍ଥା ହେବ। ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ରଶ୍ମିରଞ୍ଜନ ସ୍ବାଇଁ, ଉମାକାନ୍ତ ଭରତ, ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ମହାପାତ୍ର, ଜିଲା ସଂଯୋଜକ ଭାବେ ଦୁର୍ଗାଚରଣ ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଥିବା ଘୋଷଣା କରାଯାଇଥିଲା। ଏହି ବୈଠକ ପରେ ଜିଲାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ହାରିଯିବା ପରଠାରୁ ନିର୍ବାଚନ ମଣ୍ଡଳୀଠାରୁ ସେ ଏକପ୍ରକାର ଦୂରତ୍ୱ ଅବଲମ୍ବନ କରୁଛନ୍ତି। ଅନେକ ସମୟରେ ସେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଆସୁଛି। ସେ ଏହାକୁ ଖଣ୍ଡନ କରୁଥିଲେ ସୁଦ୍ଧା କିଛିଦିନ ପୂର୍ବରୁ ରାଜଧାନୀରେ ଜାନକୀ ବସନ୍ତ ସ୍ବର୍ଣ୍ଣିମ ଯୁଗକୁ ନେଇ ହୋଇଥିବା ଆଲୋଚନାଚକ୍ରରେ ବିବାଦୀୟ ବୟାନ ଦେଇ ଦଳରୁ ନିଲମ୍ବିତ ହୋଇଛନ୍ତି। ପାରାଦୀପ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ ମଧ୍ୟ ଗତ ନିର୍ବାଚନ ପରଠାରୁ ଦଳୀୟ ସାଙ୍ଗଠନିକ କାର୍ଯ୍ୟରୁ ଦୂରେଇ ରହୁଛନ୍ତି। ଭାଜପାରେ ମଧ୍ୟ ନେତୃତ୍ୱକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ଏ ପରିସ୍ଥିତିରେ ମୋ ଦଳ ଭୋଟରଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri