Odisha Elections 2024

ଅଭିଭାବକ, ଛାତ୍ରୀଛାତ୍ର ମହଲରେ ତୀବ୍ର ଅସନ୍ତୋଷ

ଡେରାବିଶ, ୧୬ା୯(ବେବର୍ତ୍ତା ଅଜୟ ଦାସ): ୩ ଦଫା ଦାବି ନେଇ ଡେରାବିଶ ଶିକ୍ଷା ସର୍କଲ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ପ୍ରାଥମିକ ବିଦ୍ୟାଳୟଗୁଡିକରେପାଠ ପଢା ଏକ ପ୍ରକାର ବନ୍ଦ ହୋଇଯାଇଛି। ଏହି ସର୍କଲ ଅନ୍ତର୍ଗତ ସମୁଦାୟ ୧୪୩ଟି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀଯାଏ ରହିଛି। ଶୁକ୍ରବାର ଏହି ବିଦ୍ୟାଳୟକୁ ଶିକ୍ଷକମାନେ ନ ଆସିବା ଯୋଗୁ ଏଥି ମଧ୍ୟରୁ ୨୬ ଟି ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ତାଲା ଝୁଲୁଛି। ଯେଉଁଥିପାଇଁ ଦୈନିକ ଏହି ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ପଢ଼ିବା ପାଇଁ ଆସି ଘରକୁ ଫେରିଛନ୍ତି। ଏ ନେଇ ଛାତ୍ର ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକ ଅକ୍ଷୟ କୁମାର ବିଶ୍ୱାଳ ଓ ବିକ୍ରମ ଚରଣ କାଣ୍ଡି କହିଛନ୍ତି, ଶିକ୍ଷକମାନଙ୍କ ଆନ୍ଦୋଳନ ଯଥାର୍ଥ ହୋଇପାରେ। ମାତ୍ର ଆନ୍ଦୋଳନ ପାଇଁ ବିକଳ୍ପ ବ୍ୟବସ୍ଥା କରା ନ ଯାଇ ବିଦ୍ୟାଳୟ ବନ୍ଦ କରି ଦିଆଯିବା ଦ୍ୱାରା ପିଲାଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ଘଟିଲା ତାକୁ ଭରଣା କରିବ କିଏ। ଏ ବିଷୟରେ ନିଖିଳ ଉତ୍କଳ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବ୍ଲକ ସଭାପତି ଅଶୋକ କୁମାର ମହାପାତ୍ରଙ୍କୁ ପଚାରିବାରେ ଶିକ୍ଷମାନଙ୍କ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ଚାଲିବ। ପିଲାଙ୍କ ବନ୍ଦ ରହିଥିବା ପାଠପଢ଼ା ପାଇଁ କିଏ ଦାୟୀ ରହିବ ବୋଲି ପଚାରିବାରୁ ସରକାର ବୋଲି ସେ କହିଛନ୍ତି। ଏ ନେଇ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରାଙ୍କୁ ପଚାରିବାରେ ବନ୍ଦ ରହିଥିବା ବିଦ୍ୟାଳୟରେ ଶନିବାରଠାରୁ ପାଖରେ ଥିବା ହାଇସ୍କୁଲ ଓ ଆନ୍ଦୋଳନରେ ସାମିଲ ହୋଇ ନ ଥିବା ଶିକ୍ଷକ ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଏ ବିଷୟରେ ଶିକ୍ଷା ସର୍କଲ ଅଧୀନରେ ଥିବା ସମସ୍ତ କ୍ଲାଷ୍ଟରର ସିଆର୍‌ସିସିଙ୍କୁ ପିଲାଙ୍କ ପାଠପଢ଼ା ଯେପରି ବନ୍ଦ ନ ହୁଏ ସେ ଦିଗରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କେତେଜଣ ସିଆର୍‌ସିସି ନିଜ ନାମକୁ ଗୋପନ ରଖି ବର୍ତ୍ତମାନ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ବନ୍ଦ ଥିବା ବିଦ୍ୟାଳୟରେ କେଉଁଠୁ ଶିକ୍ଷକ ଆଣି ପଢ଼ା ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଥିଲେ। ତେବେ ବନ୍ଦ ଥିବା ୨୬ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତେବେ ଶନିବାରଠାରୁ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକ ଖୋଲି ସେଠାରେ ପାଠପଢ଼ା ଯିବା ସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସାଧନ କେନ୍ଦ୍ର ସଂଯୋଜକ ଖଗେଶ୍ୱର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri