ନୂଆ ରାଜନୈତିକ ଦଳକୁ ନେଇ ଚର୍ଚ୍ଚା

ଜଗତ୍‌ସିଂହପୁର, ୧୬ା୯(ପ୍ରମୋଦ କୁମାର ନାୟକ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ଜିଲାରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୧୯ ନିର୍ବାଚନରେ ଜିଲାର ୪ଟି ଯାକ ବିଧାନସଭା ଓ ଜଗତ୍‌ସିଂହପୁର ଏମ୍‌ପି ସିଟ୍‌ ବିଜେଡି ପୋଛି ନେଇଥିଲା। କଂଗ୍ରେସ ଓ ଭାଜପା ଗୋଟିଏ ବି ଆସନ ନ ପାଇ ଏକପ୍ରକାର ଦୁର୍ବଳ ସ୍ଥିତିକୁ ଚାଲିଯାଇଥିଲେ। କିନ୍ତୁ ଗତ ପୌର ନିର୍ବାଚନ ସମୟରେ କଂଗ୍ରେସ କେତେକାଂଶରେ ଆଶ୍ୱସ୍ତି ହୋଇଥିଲା। କାରଣ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଆସନଟି କଂଗ୍ରେସ ହାତକୁ ଯାଇଥିଲା। ଉଭୟ ସାଧାରଣ ଓ ପୌର ନିର୍ବାଚନରେ ଭାଜପା ତୃତୀୟ ସ୍ଥାନରେ ଥିଲା। ମୋଟାମୋଟି ଦେଖିବାକୁ ଗଲେ ଜିଲାରେ ବିଜେଡି, କଂଗ୍ରେସ ଓ ଭାଜପାର ଭୋଟ ନିର୍ବାଚନମଣ୍ଡଳୀ ଅନୁଯାୟୀ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲେ ସୁଦ୍ଧା ବିଜେଡି ସର୍ବାଧିକ ରହିଆସିଛି। ଏବେ ଆଉ ଏକ ନୂଆ ଦଳ ଅର୍ଥାତ୍‌ ମୋ ଦଳ ଆବିର୍ଭାବ ହେବା ନୂଆ ରାଜନୈତିକ ପରିବେଶ ସୃଷ୍ଟି କରିଛି। କାରଣ ସାମାଜିକ ସଙ୍ଗଠନ ଭାବେ ପରିଚିତ ନବ ନିର୍ମାଣ କୃଷକ ସଙ୍ଗଠନ ତା’ର ଏକ ନୂଆ ରାଜନୈତିକ ପୃଷ୍ଠଭୂମି ତିଆରି କରିଛି। ଅର୍ଥାତ୍‌ ନବ ନିର୍ମାଣ ସ୍ବରାଜ ସାମ୍ରାଜ୍ୟ ଗଠନ ଉଦ୍ଦେଶ୍ୟରେ ବିକଳ୍ପ ରାଜନୈତିକ ଦଳ ହିସାବରେ ମୋ ଦଳ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ନିକଟରେ ସ୍ଥାନୀୟ ଏକ ମଣ୍ଡପ ପରିସରରେ ମୋ ଦଳର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଯୋଗଦେଇ ମୋ ଦଳ ଗଠନର ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ନବ ନିର୍ମାଣ କୃଷକ ସଙ୍ଗଠନ ୧୩ ବର୍ଷ ଧରି ଚାଷୀ ଓ ଚାଷ ପାଇଁ ଲଢ଼ି ଆସୁଛି। ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦିଆଯିବା ନେଇ ଆନ୍ଦୋଳନ କରି ଆସୁଛି। କିନ୍ତୁ ଦୁଃଖର କଥା ହେଲା ଯେତେବେଳେ ଚାଷୀ ଦାବି ଉପସ୍ଥାପନ ପାଇଁ ରାଜଧାନୀରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ସେତେବେଳେ ରାଜ୍ୟ ସରକାର ରୋକିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି। ଏପରି କି ଗିରଫ ସହ ନାନା ମାଧ୍ୟମରେ ଚାଷୀଙ୍କୁ ଅତ୍ୟାଚାର କରାଯାଉଛି। ଚାଷୀ ନିରାଶ ହୋଇପଡୁଛନ୍ତି। ଚାଷୀଙ୍କ ରାଜନୈତିକ ମେରୁଦଣ୍ଡ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ରାଜ୍ୟର ୮୦ ଭାଗ ଚାଷୀଙ୍କ ଭୋଟ ମଧ୍ୟରୁ ଯେଉଁ ଦଳ ୨୫ ଭାଗ ହାତଉଛି ସେ ଦଳ ସରକାର ଗଢୁଛି। ତେଣୁ ଚାଷୀ ନିଜେ ସଙ୍ଗଠିତ ହୋଇ ମୋ ଦଳ ମାଧ୍ୟମରେ ନିଜର ପ୍ରତିନିଧିଙ୍କୁ ବିଧାନସଭା, ଲୋକ ସଭା ପଠାଇବ। ଆଗାମୀ ସାଧାରଣ ନିର୍ବାଚନରେ ଏହି ଦଳ ଓଡ଼ିଶାର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକ ସଭା ଆସନରେ ପ୍ରାର୍ଥୀ ଦେବ। ଏହି ପ୍ରକ୍ରିୟା ମାଧ୍ୟମରେ ନବ ନିର୍ମାଣ ସ୍ବରାଜ ସାମ୍ରାଜ୍ୟ ଗଠନ ସମ୍ଭବ ବୋଲି ଅକ୍ଷୟ କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ମୋ ଦଳ କ୍ଷମତାକୁ ଆସିଲେ ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରିବ। ଧାନ କୁଇଣ୍ଟାଲ ୩୪୦୦ ଟଙ୍କା, ୨୦ବର୍ଷ ବୟସରୁ ଚାଷୀ ସୁରକ୍ଷା ଭତ୍ତା ୫୦୦୦ ଟଙ୍କା ହିସାବରେ ଦିଆଯିବା ନେଇ ଅଧ୍ୟାଦେଶ ଜାରି କରାଯିବ। ଏଥିସହ ଓଡ଼ିଶାକୁ ମଦ ମୁକ୍ତ, ଦାଦନ ମୁକ୍ତ, ବେକାରି ମୁକ୍ତ କରାଯିବା ସହ ମାଫିଆଙ୍କୁ ଜେଲ ପଠାଯିବାର ବ୍ୟବସ୍ଥା ହେବ। ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ରଶ୍ମିରଞ୍ଜନ ସ୍ବାଇଁ, ଉମାକାନ୍ତ ଭରତ, ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ମହାପାତ୍ର, ଜିଲା ସଂଯୋଜକ ଭାବେ ଦୁର୍ଗାଚରଣ ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଥିବା ଘୋଷଣା କରାଯାଇଥିଲା। ଏହି ବୈଠକ ପରେ ଜିଲାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ହାରିଯିବା ପରଠାରୁ ନିର୍ବାଚନ ମଣ୍ଡଳୀଠାରୁ ସେ ଏକପ୍ରକାର ଦୂରତ୍ୱ ଅବଲମ୍ବନ କରୁଛନ୍ତି। ଅନେକ ସମୟରେ ସେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଆସୁଛି। ସେ ଏହାକୁ ଖଣ୍ଡନ କରୁଥିଲେ ସୁଦ୍ଧା କିଛିଦିନ ପୂର୍ବରୁ ରାଜଧାନୀରେ ଜାନକୀ ବସନ୍ତ ସ୍ବର୍ଣ୍ଣିମ ଯୁଗକୁ ନେଇ ହୋଇଥିବା ଆଲୋଚନାଚକ୍ରରେ ବିବାଦୀୟ ବୟାନ ଦେଇ ଦଳରୁ ନିଲମ୍ବିତ ହୋଇଛନ୍ତି। ପାରାଦୀପ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ ମଧ୍ୟ ଗତ ନିର୍ବାଚନ ପରଠାରୁ ଦଳୀୟ ସାଙ୍ଗଠନିକ କାର୍ଯ୍ୟରୁ ଦୂରେଇ ରହୁଛନ୍ତି। ଭାଜପାରେ ମଧ୍ୟ ନେତୃତ୍ୱକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ଏ ପରିସ୍ଥିତିରେ ମୋ ଦଳ ଭୋଟରଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri