ନବାଗତଙ୍କୁ ଦାୟିିତ୍ୱ ନେଇ ଚର୍ଚ୍ଚା

ସମ୍ବଲପୁର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲା ପର୍ଯ୍ୟବେକ୍ଷକ ଭାବେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନିଯୁକ୍ତି ପାଇବା ପରେ ଜିଲା ବିଜେଡି ଶିବିର ଚଳଚଞ୍ଚଳ ହୋଇପଡିଛି। ଏପ୍ରିଲ ୭ରେ ବବି ସମ୍ବଲପୁର ଗସ୍ତରେ ଆସିବା ନେଇ ଚର୍ଚ୍ଚା ହେଉଛି। ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଜିଲାକୁ ବବିଙ୍କ ପ୍ରଥମ ରାଜନୈତିକ ଗସ୍ତ ହେବ। ତେଣୁ ଜିଲାରେ ବିଜେଡି କର୍ମକର୍ତ୍ତା ସମରସଜ୍ଜା କରୁଥିବା ଦେଖାଯାଇଛି। ୫ହଜାରରୁ ଊର୍ଦ୍ଧ୍ୱ କର୍ମକର୍ତ୍ତାଙ୍କୁ ନେଇ ବାଇକ୍‌ ରାଲି, ଶୋଭାଯାତ୍ରା, ସାଧାରଣ ସଭା କରିବାକୁ ଦଳ ଯୋଜନା କରିଛି। ଏଥିପାଇଁ ଜିଲାର କେତେଜଣ ଯୁବ ଓ ନବାଗତ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ରେଢାଖୋଲ ନିର୍ବାଚନ ମଣ୍ଡଳୀ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ନବାଗତଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସମ୍ବଲପୁର ବିଧାନସଭା ପାଇଁ ଜଣେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।
ଦଳରେ ନବାଗତଙ୍କୁ ଦାୟିତ୍ୱ ଦିଆଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେମାନେ ନିଜ ଅଞ୍ଚଳର ସଂଗଠକ ଓ କର୍ମକର୍ତ୍ତାଙ୍କ ସହ ଯୋଗଯୋଗ କରୁଛନ୍ତି। ବାଇକ୍‌ ରାଲି ପାଇଁ ଅଧିକ ସଂଖ୍ୟାରେ ଯୁବ କର୍ମକର୍ତ୍ତାଙ୍କୁ ସାମିଲ କରିବାକୁ ଚେଷ୍ଟା ଚଳାଇଛନ୍ତି। ଯୁବବର୍ଗ ମଧ୍ୟ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ବାଇକ୍‌ ରାଲି କେଉଁଠାରୁ ଆରମ୍ଭ ହେବ, କେଉଁ ରାସ୍ତା ଦେଇ ଯିବ, ସଭା କେଉଁଠାରେ ହେବ ଓ ଚୂଡାନ୍ତ କାର୍ଯ୍ୟକ୍ରମ ତାଲିକା ଖୁବ୍‌ଶୀଘ୍ର ଆଲୋଚନା ପରେ ଜଣାପଡିବ। ଜିଲାରେ ବିଗତ କେତେବର୍ଷ ହେବ ଦଳୀୟ ସଂଗଠନ ଜଣଙ୍କ ନେତୃତ୍ୱରେ ରହୁ ନ ଥିବା ଭଳି ଜଣାପଡୁଛି। ଦଳୀୟ ଟିକେଟ, ବ୍ୟକ୍ତିଗତ ସ୍ବାର୍ଥ, ବ୍ୟବସାୟିକ ସ୍ବାର୍ଥ ଆଦି କାରଣ ଯୋଗୁ ନେତାମାନଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ଦେଖିବାକୁ ମିଳିଛି। ଏବେ ସମସ୍ତଙ୍କୁ ଏକାଠି କରି ଦଳୀୟ ସଂଗଠନକୁ ଆଗେଇନେବା ବବିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ଏହାଭିତରେ ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଦଳୀୟ ନେତାମାନଙ୍କ ଚିନ୍ତା ବଢିଯାଇଛି। ଏଭଳି ସମୟରେ ବବିଙ୍କ ଗସ୍ତ ସମ୍ବଲପୁର ପାଇଁ କ’ଣ ସଙ୍କେତ ଓ ଲାଭ ଦେବ ସମୟ କହିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ହେଲେ ଏହି ଗସ୍ତ ସମୟରେ କେଉଁ ନେତା, ମନ୍ତ୍ରୀ ଉପସ୍ଥିତ ରହିବେ ତାହା ସ୍ଥିର କରାଯାଇ ନ ଥିବା ଜଣାପଡିଛି। ଅନ୍ୟପଟେ ଦଳର ଜିଲା ସଭାପତି ସିଦ୍ଧାର୍ଥ ଦାସ କହିଛନ୍ତି, ପର୍ଯ୍ୟବେକ୍ଷକ ବବି ଦାସଙ୍କ ଗସ୍ତକୁ ନେଇ ଦଳୀୟ ଭାବେ ସେଭଳି ବିଧିବଦ୍ଧ ସୂଚନା ଆସି ନାହିଁ। ସୂଚନା ଆସିଲେ ନିଶ୍ଚିତ ଭାବେ ପ୍ରସ୍ତୁତି କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?