କଞ୍ଚାମାଲ ଅଭାବ ନେଇ ଆଲୋଚନା

ରସୁଲପୁର,୩୧।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁରେ ହସ୍ତତନ୍ତ ଓ ବୟନଶିଳ୍ପ ଉପନିର୍ଦ୍ଦେଶକ ଆଶୁତୋଷ ମହାନ୍ତି ପହଞ୍ଚତ୍ ଏକ ସମୀକ୍ଷା ବୈଠକ କରିଛନ୍ତି। ମା’ ତାରିଣୀ ତନ୍ତୁବାୟ ସହଯୋଗ ସମିତି କାର୍ଯ୍ୟାଳୟ ପରିସରରେ ବୁଣାକାର ସଂଘ ନେତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ତନ୍ତଶାଳାକୁ କଞ୍ଚାମାଲ ଅଭାବ ଉପରେ ଉପନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କଞ୍ଚାମାଲ ଅଭାବ ଯୋଗୁ ବହୁ ତନ୍ତଶାଳା ବନ୍ଦ ହୋଇଯାଇଛି। କାରିଗର କାର୍ଯ୍ୟଶୂନ୍ୟ ହୋଇପଡ଼ିଛନ୍ତି। ରୋଜଗାର ଠପ୍‌ ହୋଇଯାଇଛି। ଟସର ଲୁଗା ବ୍ୟତୀତ ଅନ୍ୟ ବସ୍ତ୍ର ବୁଣିବାକୁ କାରିଗର ଆଗ୍ରହ ପ୍ରକାଶ କରୁନାହାନ୍ତି। ଟସର ଲୁଗା ବଜାରରେ ଚାହିଦା ରହୁଛି, ଅନ୍ୟସବୁକୁ ବିକ୍ରିକରିବାରେ ସମସ୍ୟା ହେଉଛି। ଏହି ସବୁ କାରଣରୁ କାରିଗର ଟସର କୋଷା ଅଭାବରୁ କାମ ପାଉନାହାନ୍ତି। ପ୍ରାୟତଃ ୧୦୦୦ରୁ ଊର୍ଦ୍ଧ୍ୱ କାରିଗର ହାତବାନ୍ଧି ବସିଛନ୍ତି ବୋଲି ବୁଣାକାର ନେତା ରମେଶ ଦାସ, ଅଶୋକ କୁମାର ଗୁଇଁ, ମକରଧ୍ୱଜ ଗୁଇଁ, ସାମନ୍ତ ଦାସ, ସୁରେନ୍ଦ୍ର ଦାସ, ପୀତବାସ ସୁର, ନରେନ୍ଦ୍ର ବେହେରା, କୁଳମଣି ଗୁଇଁ, ପ୍ରଶାନ୍ତ କୁମାର ଦାସଙ୍କ ସମେତ ୧୭ଟି ସମିତିର ସଭାପତି ଓ ସମ୍ପାଦକ ପ୍ରମୁଖ ଉପନିର୍ଦ୍ଦେଶକକ ମହାନ୍ତି, ଏସ୍‌ଆର୍‌ ପ୍ରକାଶ ପାତ୍ର, ବୟନ ନିରୀକ୍ଷକ ତରିଣୀ ଛାଟୋଇ ଓ ଦୁଷ୍ମନ୍ତ ପାତ୍ର ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ବୁଣାକାର ସହାୟତାର ସଦୁପଯୋଗକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ବିଭିନ୍ନ ସହାୟତା ପାଇଁ ଅନଲାଇନ ଜରିଆରେ ଅବେଦନ କରିଥିବା ବୁଣାକାର ପରିବାର ମଧ୍ୟରୁ ଯୋଗ୍ୟଙ୍କୁ ଚିହ୍ନଟ କରାଯାଇ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପିଏଚ୍‌ଓଆଇ ଯୋଜନା ଜରିଆରେ ବୁଣାକାରଙ୍କୁ ତନ୍ତ, ଜାକଡ, ଡବି ଆଦି ସାମଗ୍ରୀ ବଣ୍ଟନ କରାଯାଉଛି। ଏଥିରୁ ବଞ୍ଚତ୍ତ ଥିବା ଅନ୍ୟମାନଙ୍କୁ ପର୍ଯ୍ୟାୟ କ୍ରମରେ ତନ୍ତଶାଳା ଯନ୍ତ୍ରାଂଶ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ବୈଷୟିକ ସହାୟକ ଶ୍ରୀକାନ୍ତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଞ୍ଚାମାଲ ଅଭାବ ସମ୍ପର୍କରେ ଉପନିର୍ଦ୍ଦେଶକ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରତିକୂଳ ପାଣିପାଗ ପାଇଁ କୋଷା ଚାଷରେ କ୍ଷତି ହୋଇଛି। ଏହାଛଡା କୋଷା ଯୋଗାଣ କରୁଥିବା ସଂସ୍ଥା ସେରିଫେଡର ବୋର୍ଡ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବାରୁ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ପରେ ଆଚରଣ ବିଧି ଉଠିଗଲେ ଟସର କୋଷା ଅଭାବୀକରଣ ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri