ବାଇଡେନ୍‌ଙ୍କ ପ୍ରଶାସନିକ ଟିମ୍‌ରେ ୯ ମୂଳ ଭାରତୀୟ ସ୍ଥାନ ପାଇବା ନେଇ ଚର୍ଚ୍ଚା !

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୧୧: ଆମେରିକାରେ ଜୋ ବାଇଡେନ୍‌ଙ୍କ ସରକାର ଗଠନ ହେଲେ ୯ ମୂଳ ଭାରତୀୟ ସ୍ଥାନ ପାଇବାର ଆଶା ରହିଛି। ବାଇଡେନ୍‌ଙ୍କ ପ୍ରଶାସନିକ ଟିମ୍‌ରେ ସେମାନଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜାରି ରହିଛି। ଡ. ବିବେକ ମୂର୍ତ୍ତିଙ୍କୁ କରୋନା ମହାମାରୀ ସଙ୍କଟ ସହିତ ଲଢ଼େଇ କାର୍ଯ୍ୟରେ ମୁଖ୍ୟ ଭାବେ ନିୟୋଜିତ କରାଯିବାର ସମ୍ଭାବନା ରହିଛି। ତାଙ୍କୁ ବାଇଡେନ୍‌ଙ୍କ ଶିବିରରୁ ଏନେଇ ସୂଚନା ମଧ୍ୟ ଜାରି କରାଯାଇଥିବା କୁହାଯାଉଛି। ବିବେକ ପୂର୍ବତନ ରାଷ୍ଟ୍ରପତି ବାରା ଓବାମାଙ୍କ ସରକାରରେ ସର୍ଜନ ଜେନେରାଲ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଆର୍ଥିକ କ୍ଷେତ୍ରରେ ବାଇଡେନ୍‌ଙ୍କୁ ପରାମର୍ଶ ଦେବା ପାଇଁ ଗଠନ ହୋଇଥିବା ଟିମ୍‌ରେ ମୂଳ ଭାରତୀୟ ରାଜ ଚେଟ୍ଟି ରହିବା ନେଇ ଆଲୋଚନା ହେଉଛି। ଚେଟ୍ଟି କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବାର ଆଶା ରହିଛି। ଅମିତ ଜାନି ବାଇଡେନ୍‌ଙ୍କର ପଲ୍ଟିକାର କ୍ୟାମ୍ପେନର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଯୋଗୁ ବାଇଡେନ୍‌ଙ୍କ ବିଜୟ ପଥ ସହଜ ହୋଇଥିବା କୁହାଯାଉଛି। ଅମିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଜଣେ ସମର୍ଥକ। ଅମିତଙ୍କୁ ବାଇଡେନ୍‌ଙ୍କ ପ୍ରଶାସନିକ ଟିମ୍‌ରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। ସେହିପରି ବାଇଡେନ୍‌ଙ୍କ ପାଇଁ ଭାଷଣ ପ୍ରସ୍ତୁତ କରୁଥିବା ବିନୟ ରେଡ୍ଡୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବାର ସମ୍ଭାବନା ରହିଛି। ବାଇଡେନ୍‌ ଏବଂ କମଳା ହାରିସ୍‌ଙ୍କ ଲାଗି ଭାରତୀୟଙ୍କ ସମର୍ଥନ ଜୁଟାଇ ଥିବା ସଞ୍ଜିବ ଯୋଶୀପୁରାଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିବ ବୋଲି କୁହାଯାଉଛି। କମଳା ହାରିସ୍‌ଙ୍କ ପ୍ରେସ୍‌ ସଚିବ ସବରିନା ସିଂଙ୍କୁ ଏହି ଟିମ୍‌ରେ ସ୍ଥାନ ମିଳିବା ଆଶା ଉଜ୍ଜଳ ରହିଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟମାନଙ୍କ ମଧ୍ୟରେ ସୋନଲ ଶାହା, ଗୌତମ ରାଘବନ ଏବଂ ବନିତା ଗୁପ୍ତା ପ୍ରଶାସନିକ ଟିମ୍‌ରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri