ଆଫଗାନିସ୍ତାନରେ ବିନା ହ୍ବାଟସଆପ୍‌ରେ ଠପ୍‌ ହୋଇଯାଇଛି ସରକାରୀ କାର୍ଯ୍ୟ

କାବୁଲ,୨୦।୬: ଦୁଇମାସ ପୂର୍ବରୁ ତାଲିବାନର ସାମରିକ ଅଧିକାରୀଙ୍କ ଏକ ଟିମ୍‌ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଚଢାଉ କରିଥିଲା। ସେମାନଙ୍କର କମାଣ୍ଡର ହବିବ ରହମାନ ତାଙ୍କ ଯାଞ୍ଚସ୍ଥଳୀ ଖୋଜୁଥିଲେ।
ସେ ତାଙ୍କ ସହକର୍ମୀଙ୍କ ଫୋନରୁ ବଡ ଅଧିକାରୀମାନଙ୍କୁ ଫୋନ୍‌ କରି ଘଟଣାସ୍ଥଳ ବିଷୟରେ ପଚାରି ବୁଝିଥିଲେ। ସେପଟରୁ ଅଧିକାରୀ କହିଥିଲେ, ସେ ହ୍ବାଟସ୍‌ଆପ୍‌ରେ ଲୋକେଶନ ପଠାଇଛନ୍ତି। ତେବେ ତାଲିବାନ ଉପରେ ଆମେରିକାର ପ୍ରତିବନ୍ଧକ କାରଣରୁ ହଠାତ୍‌ ହ୍ବାଟସଆପ୍‌ ହବିବଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଦେଇଥିଲା। ଯାହାକୁ ନେଇ ହବିବ କହିଛନ୍ତି, ଆମର ଯୋଗାଯୋଗର ଏକମାତ୍ର ମାଧ୍ୟମ ହେଉଛି ହ୍ବାଟସ୍‌ଆପ୍‌।
କେବଳ ହବିବ୍‌ ନୁହଁନ୍ତି। ଗତ କିଛି ମାସ ମଧ୍ୟରେ ବହୁ ତାଲିବାନ ସରକାରୀ କର୍ମଚାରୀ, ପୋଲିସ ଏବଂ ସୈନିକଙ୍କ ହ୍ବାଟସଆପ୍‌ ଆକାଉଣ୍ଟକୁ ବ୍ଲକ୍‌ କିମ୍ବା ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ତାଲିବାନ ସରକାରଙ୍କ ମେସେଜିଂ ପ୍ଲାଟଫର୍ମ ଉପରେ ନିର୍ଭରଶୀଳତା ଯୋଗୁ ତାଲିବାନ ବହୁ ସମସ୍ୟାର ସମ୍ମୁଖୀନ ହେଉଛି।

ହ୍ବାଟସଆପ ସାହାଯ୍ୟରେ ସରକାରଙ୍କ ପ୍ରଶାସନର ଆଭ୍ୟନ୍ତରୀଣ କାର୍ଯ୍ୟ ଚାଲିଛି। ଏଥିସହ କର୍ମଚାରୀମାନଙ୍କୁ ସୂଚନା ଦେବା ପାଇଁ ସରକାରୀ ବିଭାଗ ଏହାକୁ ବ୍ୟବହାର କରୁଛନ୍ତି। ଗଣମାଧ୍ୟମକୁ ବିବୃତ୍ତି ଦେବା ସହ ମନ୍ତ୍ରଣାଳୟ ମଧ୍ୟରେ ଯୋଗାଯୋଗ ପାଇଁ ଏହି ପ୍ଲାଟଫର୍ମ ବ୍ୟବହୃତ ହେଉଛି। ବାଗଲାନ ପ୍ରଦେଶର ପୋଲିସ ମୁଖପାତ୍ର ଶିର ଅହମ୍ମଦ ବୁରହାନି କହିଛନ୍ତିି, ମୋର ସମ୍ପୂର୍ଣ୍ଣ କାର୍ଯ୍ୟ ହ୍ବାଟସଆପରେ ହେଉଛି। ଯଦି ଏହା ନଥାନ୍ତା, ଆମର ସମ୍ପୂର୍ଣ୍ଣ ପ୍ରଶାସନିକ ଏବଂ ଅଣ-ପ୍ରଶାସନିକ କାର୍ଯ୍ୟ ଠପ୍‌ ହୋଇଯାଇଥା’ନ୍ତା।

ଆମେରିକାର ନିଷେଧାଦେଶ ସତ୍ତ୍ୱେ ଟ୍ବିଟର୍‌ ଏବଂ ୟୁଟ୍ୟୁବ ଭଳି କିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ତାଲିବାନଙ୍କୁ ସେମାନଙ୍କ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁମତି ଦେଇଛି। ସେହିପରି ଆଫଗାନିସ୍ତାନର ମୋବାଇଲ ଫୋନ ଷ୍ଟୋରରେ ସିମ୍‌ କାର୍ଡର ଅଭାବ ଦେଖାଦେଇଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆଫଗାନିସ୍ତାନର ପ୍ରାୟ ୭୦ ପ୍ରତିଶତ ଲୋକଙ୍କର ଏକ ମୋବାଇଲ ଫୋନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବଡ଼ ପ୍ରଳୟ! ୪୦ ହଜାର ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ, ସ୍କୁଲ-କଲେଜ ବନ୍ଦ

ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବଞ୍ଚିଗଲେ ୩ ସେନା ଅଧିକାରୀ; ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲେହ,୨୩।୫: ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri