ତାଲିବାନ: ଅନ୍ଧକାରର ପ୍ରତୀକ

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଅପସାରଣ ପରେ ତାଲିବାନ ଇତିମଧ୍ୟରେ ଦେଶର ୮୫ ପ୍ରତିଶତରୁ ଅଧିକ ଅଞ୍ଚଳ ଅକ୍ତିଆର କରିସାରିଲାଣି। ସ୍ଥିତି ଦେଖି ଅସରଫ୍‌ ଘନି ସରକାର ସେଠାରେ ଅସହାୟ ହୋଇପଡ଼ିଛନ୍ତି। ତାଲିବାନ ଯେଉଁଭଳି ଭାବେ ଅଗ୍ରସର ହେଉଛି ତାହାକୁ ଲକ୍ଷ୍ୟକରି ଜନସାଧାରଣ ଖୁବ୍‌ ଭୟଭୀତ। ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି ଯୋଗୁ ଦୁଇ ଦଶନ୍ଧି ଧରି ସାଧାରଣ ନାଗରିକ ମୁକ୍ତ ବିଚରଣର ସୁଯୋଗ ପାଇଥିଲେ। ଏପରି କି ମହିଳାମାନଙ୍କ ସ୍ବାଧୀନତା ଓ ସୁରକ୍ଷା ବଢ଼ିଥିଲା। ତାଲିବାନ ଧୀରେ ଧୀରେ କ୍ଷମତା ଦଖଲ ଆଡ଼କୁ ଅଗ୍ରସର ହେଉଥିବାରୁ ଦେଶର ବିଭିନ୍ନ ଭାଗରେ ଅତ୍ୟାଚାର ଓ ହତ୍ୟା ଆରମ୍ଭ ହେଲାଣି। ଇତିମଧ୍ୟରେ ତାଲିବାନ ରକ୍ଷଣଶୀଳ ଚିନ୍ତାଧାରାକୁ ଲୋକଙ୍କ ଉପରେ ଲଦିବା କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଅନ୍ତର୍ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଭାରତୀୟ ଫଟୋ ଜର୍ନାଲିଷ୍ଟ ଡାନିଶ୍‌ ସିଦ୍ଦିକିଙ୍କୁ ତାଲିବାନ ଦ୍ୱାରା ଯେଭଳି ଭାବେ ହତ୍ୟା କରାଗଲା ତାହା ଦ୍ୱାରା ଉଗ୍ରପନ୍ଥୀ ସଙ୍ଗଠନ ବାର୍ତ୍ତା ଦେଇଛି ଯେ, ସେମାନଙ୍କ କାର୍ଯ୍ୟରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଯେଉଁମାନେ ହସ୍ତକ୍ଷେପ କରିବେ ଏଭଳି ଦଶା ଭୋଗିବାକୁ ପଡ଼ିବ। ତେବେ ଡାନିଶ୍‌ଙ୍କ ହତ୍ୟାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯିବା ପରେ ତାଲିବାନ ସଫେଇ ଦେଇଛି ଯେ, ତାଙ୍କୁ କିଭଳି ଭାବେ ହତ୍ୟା କରାଗଲା ସଙ୍ଗଠନ ପାଖରେ ଖବର ନାହିଁ। ହୁଏତ ଯୁଦ୍ଧ କ୍ଷେତ୍ରରେ ଡାନିଶ୍‌ଙ୍କ ଭଳି କାର୍ଯ୍ୟରତ ଖବରଦାତା ଅସୁରକ୍ଷିତ ଥିବା ସ୍ବାଭାବିକ। ଏଥିସହିତ ତାଲିବାନ ଜଣାଇ ଦେଇଛି ଯେ, ଯୁଦ୍ଧ ଜୋନ୍‌କୁ ଯେଉଁ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଚାହୁଁଛନ୍ତି ସେମାନେ ସଙ୍ଗଠନକୁ ପୂର୍ବରୁ ଜଣାଇବା ଦରକାର। ତାହା ହେଲେ ତାଙ୍କୁ ସସମ୍ମାନେ ନିଆଯାଇ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଗଣମାଧ୍ୟମକୁ କହିଛନ୍ତି।
ଆଫଗାନିସ୍ତାନରେ ବିଧିବଦ୍ଧ ସରକାର କାର୍ଯ୍ୟକ୍ଷମ ହେବା ପରଠାରୁ ସେଠାରେ ସଡ଼କ, ବିଜୁଳି, ସ୍କୁଲ ଓ ସ୍ବାସ୍ଥ୍ୟସେବା ଭଳି ଭିତ୍ତିଭୂମି ବିକଶିତ କରିବା ଲାଗି ଭାରତ ପାଖାପାଖି ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିଛି। ଏବେ ସେଠାରେ ତାଲିବାନର ଅଗ୍ରଗତି ଏବଂ କ୍ଷମତା ହାତେଇ ନେବାର ସ୍ଥିତି ଯୋଗୁ ପାକିସ୍ତାନରେ ଭୟ ସୃଷ୍ଟି ହୋଇଛି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜାଣିବାକୁ ମିଳୁଛି। ଏହା ମଧ୍ୟ ଜଣାଶୁଣା ଯେ, ଆଫଗାନିସ୍ତାନରେ ଲାଗି ରହିଥିବା ଦୀର୍ଘଦିନର କନ୍ଦଳ ସହିତ ପାକିସ୍ତାନର ସମ୍ପୃକ୍ତି ରହିଆସିଛି। ନ୍ୟୁୟର୍କର ଟୁଇନ୍‌ ଟାଓ୍ବାର ଆକ୍ରମଣ ପରେ ଆମେରିକାର ହସ୍ତକ୍ଷେପ ଯୋଗୁ ଆଫଗାନିସ୍ତାନରେ ତାଲିବାନ ପ୍ରଭାବ କମିଥିଲା। ସେତେବେଳେ ଅଲ୍‌ କାଏଦାର ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ତତ୍କାଳୀନ ତାଲିବାନ ନେତା ମୁଲ୍ଲା ଓମାରଙ୍କ ବାହୁଛାୟା ତଳେ ଆଶ୍ରୟ ନେଇଥିବା ହେତୁ ଆଫଗାନିସ୍ତାନରେ ଯୁଦ୍ଧ ଆରମ୍ଭ ହୋଇଥିଲା। ପୁଣି ପାକିସ୍ତାନର ସକ୍ରିୟ ସମର୍ଥନ ଯୋଗୁ ତାଲିବାନ ଶକ୍ତିଶାଳୀ ହୋଇଉଠିଥିଲା। ସେଥିପାଇଁ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଶାସନ ସମୟରେ ଓସାମା ବିନ୍‌ ଲାଡେନ୍‌ଙ୍କୁ ପାକିସ୍ତାନର ଆବୋଟ୍ଟାବାଦରେ ଠାବ କରି ଆମେରିକା ନେଭି ସିଲ୍‌ ମାରିଥିଲା। ଏବେ ପୁନର୍ବାର ତାଲିବାନ ମୁଣ୍ଡ ଟେକିବା ଫଳରେ କେବଳ ଆଫଗାନିସ୍ତାନ ନକାରାତ୍ମକ ଭାବେ ପ୍ରଭାବିତ ହେବ ତାହା ନୁହେଁ, ଆସନ୍ତା ସମୟରେ ପାକିସ୍ତାନକୁ ମଧ୍ୟ ଏଥିପାଇଁ ଭୋଗିବାକୁ ପଡ଼ିପାରେ। ଦୁଃଖର ବିଷୟ ଯେ, ତାଲିବାନ ସକ୍ରିୟ ହେବା ଆଫଗାନିସ୍ତାନର ଶିକ୍ଷିତ ଓ ସଚେତନ ସମାଜ ସକାଶେ ଅନ୍ଧକାରର ଅସରନ୍ତି ଯୁଗ ଆରମ୍ଭ ହୋଇଗଲା।
ଆଲୋଚନା ହେଉଛି ଯେ, ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବାର ନ ଥିଲା। ଅନ୍ୟପକ୍ଷରେ ଏହି ସୈନ୍ୟ ଅପସାରଣ ଆମେରିକା ସେନାର ପରାଜୟ ବୋଲି ଧରାଯିବା କଥା ନୁହେଁ। କାରଣ ଇସ୍‌ଲାମିକ୍‌ ଉଗ୍ରପନ୍ଥୀ ଯେଭଳି ଭାବେ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରିବା ଲାଗି ମୁଜାହିଦ୍ଦିନ୍‌ମାନଙ୍କୁ ବ୍ୟବହାର କରୁଛନ୍ତି, ତାହାକୁ କେବଳ ଗୋଟିଏ ରାଷ୍ଟ୍ର ଚାହିଁଲେ ରୋକିପାରିବ ନାହିଁ। ଏଥିପାଇଁ ସମ୍ମିଳିତ ଅନ୍ତର୍ଜାତୀୟ ଉଦ୍ୟମ ଲୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

ଚାଲ ଫେରିବା ଗାଁକୁ

ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ।…

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri