ଇଣ୍ଟରନେଟ୍‌ ବନ୍ଦ କଲା ତାଲିବାନ୍‌

କାବୁଲ,୨୯ା୮: ପଞ୍ଜଶିରରେ ବିରୋଧୀଙ୍କ ଶକ୍ତି କମାଇବାକୁ ଏବଂ ଆଫଗାନିସ୍ତାନର ଗାଦିଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟୁଇଟ୍‌ର ଠାରୁ ଦୂରେଇ ରଖିବା ଲାଗି ତାଲିବାନ୍‌ ପଞ୍ଜଶିର ଉପତ୍ୟକାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି।

ବର୍ତ୍ତମାନ ସୁଦ୍ଧା ତାଲିବାନ୍‌ ଦଖଲ କରିପାରି ନ ଥିବା ଆଫଗାନିସ୍ତାନର ଏହି ଉପତ୍ୟକାରେ ବିିରୋଧୀ ଶକ୍ତି ଏକାଠି ହୋଇଛନ୍ତି। ତାଲିବାନ୍‌ ବିରୋଧରେ ଲଢ଼େଇ ପାଇଁ ସାଲେହଙ୍କ ସମେତ ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହ ମାସୁଦ୍‌ଙ୍କ ପୁଅ ଅହମ୍ମଦ ମାସୁଦ ବଳ ଗୋଟାଇବାରେ ଲାଗିଛନ୍ତି। ଆଫଗାନିସ୍ତାନ ସେନାର ଆତ୍ମସମର୍ପଣ ସହ ଗତ ୧୫ ତାରିଖରେ ତାଲିବାନ୍‌ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ଦେଶ ଛାଡ଼ି ପଳାଇଥିଲେ। ପରେ ସାଲେହ ସମ୍ବିଧାନ ଅନୁସାରେ ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ ପଦ ଛାଡିବେ ପ୍ରିନ୍ସ ହ୍ୟାରୀ-ମେଘନ

ଲଣ୍ଡନ,୯।୧: ବ୍ରିଟେନ ରାଜ ଦମ୍ପତି ପ୍ରିନ୍ସ ହ୍ୟାରୀ ଓ ତାଙ୍କ ଆମେରିକୀୟ ପତ୍ନୀ ମେଘନ ମାର୍କେଲ ରାଜ ପରିବାରର ବରିଷ୍ଠ ପଦ ଛାଡିବାକୁ ସ୍ଥିର କରିଛନ୍ତି,...

ଆଫଗାନିସ୍ତାନରେ ୨୪ ଆତଙ୍କବାଦୀ ମୃତ

କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତରରେ ଥିବା ଯୋଜଜାନ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମ୍‌ରେ ୨ ଜଣ...

ପାକିସ୍ତାନ ସରକାରଙ୍କ ବିରୋଧରେ ଇମ୍ରାନଙ୍କ ସାଂଘାତିକ ଅଭିଯୋଗ, କହିଲେ ପୋଲିସ ଗୁଳିରେ ଯାଇଛି ୨୫ଜୀବନ

ଇସଲାମବାଦ,୨୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଶାହାବାଜ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଇମ୍ରାନଙ୍କ ଘର ଚାରିପାଖେ ପୋଲିସ ଫୋର୍ସ ମୁତୟନ...

ରୁଷିଆର ରକେଟ୍‌ ମାଡରେ ୟୁକ୍ରେନ ଅଭିନେତ୍ରୀଙ୍କ ଚାଲିଗଲା ଜୀବନ

କ୍ୱିଭ୍‌,୧୮।୩: ୟୁକ୍ରେନର ରାଜଧାନୀ କ୍ୱିଭ୍‌ର ଏକ ଆବାସିକ କୋଠା ଉପରେ ରୁଷିଅରେ ରକେଟ ଆକ୍ରମଣରେ ୟୁକ୍ରେନ ଅଭିନେତ୍ରୀ ଓକ୍ସାନା ଶଭେଟ୍ସଙ୍କ ମୃତ୍ୟୁ ଘଟିଛି। ଓକ୍ସାନାଙ୍କ ମୃତ୍ୟୁକୁ...

କରୋନା ନେଲାଣି ୯ ହଜାର ଜୀବନ

ପ୍ୟାରିସ୍‌/ବେଜିଂ, ୨୦।୩: ସାରା ବିଶ୍ୱରେ କରୋନା ଭୂତାଣୁ ୯ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏବେ ମୃତ୍ୟୁସଂଖ୍ୟା ୯,୦୨୦ରେ ପହଞ୍ଚିଛି। ୟୁରୋପରେ ୪,୧୩୪ ଜଣଙ୍କ ମୃତ୍ୟୁ...

ରୋମାନିୟା ପହଞ୍ଚିଲେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପ୍ରଥମ ଦଳ, ଖୁବଶୀଘ୍ର ଫେରିବେ ସ୍ୱଦେଶ

ବୁଚାରେଷ୍ଟ,୨୬ ।୨: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ପ୍ରଥମ ଦଳ ଶୁକ୍ରବାର ସୁସେବା ବର୍ଡର...

ଭୟାବହ ହେଉଛି ଜଙ୍ଗଲ ନିଆଁ

ମେଲବୋର୍ନ,୫।୧(ପି.ଟି.): ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟାବହ ଦୁର୍ବିପାକରେ ପରିଣତ ହୋଇଛି। ନ୍ୟୁ ସାଉଥ୍‌ଓ୍ବେଲ୍ସ, ଭିକ୍ଟୋରିଆ, ଦକ୍ଷିଣ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ...

କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ନିମନ୍ତ୍ରଣ ତାଲିକାରେ ମୂଳ ଭାରତୀୟ ଶେଫଙ୍କ ନାମ

ଲଣ୍ଡନ,୮।୪: ଆସନ୍ତା ମାସରେ ଲଣ୍ଡନରେ ହେବାକୁ ଯାଉଥିବା କିଙ୍ଗ ଚାର୍ଲସ ତୃତୀୟ ଓ କ୍ୱିନ କ୍ୟାମିଲାଙ୍କ ରାଜ୍ୟାଭିଷକେ ସମାରୋହରେ ରାଜକୀୟ ନିମନ୍ତ୍ରଣ ସୂଚିରେ ଜଣେ ମୂଳ...

Advertisement
Archives

Model This Week