ଇଣ୍ଟରନେଟ୍‌ ବନ୍ଦ କଲା ତାଲିବାନ୍‌

କାବୁଲ,୨୯ା୮: ପଞ୍ଜଶିରରେ ବିରୋଧୀଙ୍କ ଶକ୍ତି କମାଇବାକୁ ଏବଂ ଆଫଗାନିସ୍ତାନର ଗାଦିଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟୁଇଟ୍‌ର ଠାରୁ ଦୂରେଇ ରଖିବା ଲାଗି ତାଲିବାନ୍‌ ପଞ୍ଜଶିର ଉପତ୍ୟକାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି।

ବର୍ତ୍ତମାନ ସୁଦ୍ଧା ତାଲିବାନ୍‌ ଦଖଲ କରିପାରି ନ ଥିବା ଆଫଗାନିସ୍ତାନର ଏହି ଉପତ୍ୟକାରେ ବିିରୋଧୀ ଶକ୍ତି ଏକାଠି ହୋଇଛନ୍ତି। ତାଲିବାନ୍‌ ବିରୋଧରେ ଲଢ଼େଇ ପାଇଁ ସାଲେହଙ୍କ ସମେତ ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହ ମାସୁଦ୍‌ଙ୍କ ପୁଅ ଅହମ୍ମଦ ମାସୁଦ ବଳ ଗୋଟାଇବାରେ ଲାଗିଛନ୍ତି। ଆଫଗାନିସ୍ତାନ ସେନାର ଆତ୍ମସମର୍ପଣ ସହ ଗତ ୧୫ ତାରିଖରେ ତାଲିବାନ୍‌ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ଦେଶ ଛାଡ଼ି ପଳାଇଥିଲେ। ପରେ ସାଲେହ ସମ୍ବିଧାନ ଅନୁସାରେ ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

CJP ପ୍ରଦର୍ଶନ ପ୍ରଭାବ! NDMCର ବଡ଼ ନିଷ୍ପତ୍ତି, ଏହି ସମୟରୁ ବନ୍ଦ ହେବ ଦୋକାନ

ନୂଆଦିଲ୍ଲୀ,୨୩ା୭: ଗୁରୁବାର ସନ୍ଧ୍ୟା ୬:୩୦ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀର କନଟ୍ ପ୍ଲେସ୍ ଖାଲି ହୋଇପାରେ । ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC)ର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଗଞ୍ଜାମ ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାପତି ଭାବେ ପି.ରାମବାବୁ ନିଯୁକ୍ତ, କହିଲେ ଦଳର…

ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା…

ଭୋ ଭୋ ହୋଇ କାନ୍ଦିଲେ ଆନ୍ନା ହଜାରେ: ଅସୁସ୍ଥ ଥିବା ସତ୍ତ୍ୱେ..

ମୁମ୍ବାଇ,୨୩।୭:ବରିଷ୍ଠ ସମାଜସେବୀ ଆନ୍ନା ହଜାରେ ଏକ ନୀରବ ପ୍ରତିବାଦ ସମୟରେ ଭୋ ଭୋ ହୋଇ କାନ୍ଦିଛନ୍ତି। ମହାରାଷ୍ଟ୍ରର ଶିରିଡିରେ ଏକ ନୀରବ ପ୍ରତିବାଦ ଆୟୋଜନ କରାଯାଇଥିଲା। ଦିଲ୍ଲୀରେ…

ଫାଷ୍ଟ ଟ୍ରାକ କୋର୍ଟ ଗଠନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ଉପରେ ଆସିଲା CJPର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ-ଟ୍ରାକ କୋର୍ଟ ଗଠନ କରାଯିବ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri