‘ଚାଇନା ଆମର ଗୁରୁତ୍ୱପୂର୍ଣ୍ଣ ବନ୍ଧୁ’

ପେଶାଓ୍ବର,୩।୯: ଚାଇନା ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆଫଗାନିସ୍ତାନର ପୁନଃ ନିର୍ମାଣ ଓ ଖଣିଜ ସମ୍ପଦ ଉତ୍ତୋଳନ କ୍ଷେତ୍ରରେ ବେଜିଂ ଆମକୁ ସହଯୋଗ କରିବ ବୋଲି ଶୁକ୍ରବାର ତାଲିବାନ୍‌ ପକ୍ଷରୁ କୁହାଯାଇଛି। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଦାରିଦ୍ର୍ୟ, କ୍ଷୁଧା ଓ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଥିବା ବେଳେ ଚାଇନାଠାରୁ ଏପରି ସହଯୋଗ ଆଶା କରିଛି ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌।

ସଙ୍ଗଠନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ କହିଛନ୍ତି, ତାଲିବାନ୍‌ ଚାଇନାର ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌ (ଓବିଓଆର୍‌) ପ୍ରକଳ୍ପକୁ ସମର୍ଥନ କରୁଛି। ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାରେ ଚାଇନା ଆଫ୍ରିକା, ଏସିଆ ଓ ୟୁରୋପକୁ ଯୋଡ଼ିବା ଲାଗି ବନ୍ଦରଗୁଡ଼ିକର ଏକ ବୃହତ୍‌ ନେଟ୍‌ଓ୍ବର୍କ, ରେଳପଥ, ସଡ଼କ ଓ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରୁଛି। ଆଫଗାନିସ୍ତାନର ପୁନଃ ନିର୍ମାଣ ଲାଗି ଆମ ପାଇଁ ଚାଇନା ଅଭୂତପୂର୍ବ ସୁଯୋଗ ଆଣିଦେବ। ଚାଇନା ଆମର ମହତ୍ତ୍ୱପୂର୍ଣ୍ଣ ସହଯୋଗୀ ବୋଲି ଗୁରୁବାର ଏକ ଇଟାଲୀୟ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ମୁଜାହିଦ୍‌ କହିଛନ୍ତି। ସେହିପରି ରୁଷିଆକୁ ନେଇ ମଧ୍ୟ ତାଲିବାନ୍‌ ସକାରାମତ୍କ ମନ୍ତବ୍ୟ ଦେଇଛି। ମସ୍କୋ ସହିତ ଆମ ସୁସମ୍ପର୍କ ବଜାୟ ରହିବ ବୋଲି ମୁଜାହିଦ୍‌ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନ ଆକ୍ରମଣରେ ୟୁଏଇ ଭୟଭୀତ, ବିମାନ ଚଳାଚଳ ବନ୍ଦ

ଦୁବାଇ,୫ା୧୦: ୟୁଏଇ ଲେବାନନ ଆକ୍ରମଣ ନେଇ ଭୟଭୀତ ହୋଇପଡ଼ିଛି। ସେପ୍ଟେମ୍ବର ୧୭ରେ ଲେବାନନର ରାଜଧାନୀ ବେରୁଟ ସମେତ ଅନେକ ସ୍ଥାନରେ ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟବହୃତ...

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଅସ୍ତିତ୍ୱ ହରାଇବ ଇସ୍ରାଏଲ୍‌

ତେହରାନ/ଜେରୁଜେଲମ୍‌,୫ା୧୦: ଇରାନ ପକ୍ଷରୁ ଇସ୍ରାଏଲ୍‌ ଉପରେ କରାଯାଇଥିବା ସଦ୍ୟ ମିଶାଇଲ ମାଡ଼କୁ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ପ୍ରଶଂସା କରିବା ସହ ଆବଶ୍ୟକ ପଡ଼ିଲେ ପୁଣି...

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୪ା୧୦: ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା...

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ, ୪।୧୦: ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗେ ଦେବା ଲାଗି ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ...

୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୪।୧୦: ଶୁକ୍ରବାର ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା...

ବେରୁଟ୍‌ରେ ବସିଥିବା ହେଜବୋଲ୍ଲା କମାଣ୍ଡରଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌

ବେରୁଟ୍‌,୪।୧୦: ଇସ୍ରାଏଲର ଯୁଦ୍ଧ ବିମାନ ବେରୁଟ୍‌ର ଦହିଆ ଅଞ୍ଚଳରେ ଏକ ଭୂତଳ ବଙ୍କର ଉପରେ ଆକ୍ରମଣ କରିଛି। କୁହାଯାଉଛି ଯେ ହେଜବୋଲ୍ଲାର ବରିଷ୍ଠ ନେତାମାନେ ଏଠାରେ...

ହମାସ୍‌ ସରକାରୀ ମୁଖ୍ୟ, ୨ ଶୀର୍ଷ ନେତା ନିହତ

ଜେରୁଜେଲମ୍‌,୪ା୧୦: ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ ସରକାର ମୁଖ୍ୟ ରାଓ୍ବହି ମୁଶ୍‌ତାହା ନିହତ ହୋଇଛନ୍ତି। ୩ ମାସ ପୂର୍ବେ ଗାଜାର ଏକ ଭୂତଳ ପରିସରକୁ ଟାର୍ଗେଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri